Advertisment

ଶ୍ରୀରାମ ପ୍ରେମ ! ଅଯୋଧ୍ୟାରୁ ଅଖଣ୍ଡ ରାମଜ୍ୟୋତି ଆଣିବେ ବାରାଣାସୀର ମୁସଲମାନ ମହିଳା

ବଡ଼ କଥା ହେଉଛି ଏହି ମୁସଲମାନ ମହିଳାମାନେ ଜାନୁୟାରୀ ୨୨ରେ ଏହି ଅଖଣ୍ଡ ଜ୍ୟୋତିରୁ ପ୍ରଦୀପ ପ୍ରଜ୍ୱଳନ କରି ବାରାଣାସୀରୁ ହିଁ ରାମ ଲାଲାଙ୍କ ପ୍ରତିଷ୍ଠା ଉତ୍ସବ ସହ ଯୋଡ଼ିହେବେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Ayodhya Ram Mandir

Ayodhya Ram Mandir

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ମୁସଲମାନ ମହିଳାମାନଙ୍କ ମଧ୍ୟରେ ବି ଖୁବ୍‌ ଉତ୍ସାହ । ବାରାଣାସୀରେ, ଏକ ମୁସଲମାନ ମହିଳା ଗୋଷ୍ଠୀ ରାମଙ୍କ ନାମରେ ଅଖଣ୍ଡ ଜ୍ୟୋତି ଆଣିବାକୁ ଅଯୋଧ୍ୟା ଯାତ୍ରା ଆରମ୍ଭ କରିଛନ୍ତି । ସେଠାରୁ ଅଖଣ୍ଡଜ୍ୟୋତି ପ୍ରଜ୍ୱଳିତ କରି ସେମାନେ ବାରାଣୀସୀ ଆଣିବେ । ବଡ଼ କଥା ହେଉଛି ଏହି ମୁସଲମାନ ମହିଳାମାନେ ଜାନୁୟାରୀ ୨୨ରେ ଏହି ଅଖଣ୍ଡ ଜ୍ୟୋତିରୁ ପ୍ରଦୀପ ପ୍ରଜ୍ୱଳନ କରି ବାରାଣାସୀରୁ ହିଁ ରାମ ଲାଲାଙ୍କ ପ୍ରତିଷ୍ଠା ଉତ୍ସବ ସହ ଯୋଡ଼ିହେବେ।

Advertisment

ବାରାଣାସୀର ନାଜନୀନ ଅନସାରୀ ଏବଂ ନଜମା ପରବୀନ ଶନିବାର ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସାଙ୍ଗରେ ଧରିଛନ୍ତି ରାମ ନାମ ପତାକା । ମୁଖରେ ଜପି ଜପି ଯାଉଛନ୍ତି ଜୟ ଶ୍ରୀରାମ ଜୟ ଶ୍ରୀରାମ । ସେମାନଙ୍କ ସହିତ ସେମାନଙ୍କର ଅନ୍ୟ ମୁସଲମାନ ସଦସ୍ୟମାନେ ମଧ୍ୟ ସାମିଲ ହୋଇଛନ୍ତି । ସେମାନେ ଅଯୋଧ୍ୟାରେ ପହଞ୍ଚି ରାମଲାଙ୍କର ଦର୍ଶନ କରିବେ । ତା’ପରେ ସେଠାରୁ ଅଖଣ୍ଡ ଜ୍ୟୋତି ପ୍ରଜ୍ୱଳିତ କରି ବାରାଣାସୀକୁ ଆଣିବେ । ଏହା ପରେ, ଜାନୁଆରୀ ୨୨ରେ, ସେମାନେ ଏହି ଅଖଣ୍ଡ ଜ୍ୟୋତିରୁ ସମସ୍ତଙ୍କୁ ରାମଙ୍କ ନାମରେ ଜ୍ୟୋତି ବଣ୍ଟନ କରିବେ ।

ମହିଳାମାନେ ଅଯୋଧ୍ୟା ଯିବେ

ନାଜନୀନ ଏବଂ ନଜମାଙ୍କ କହିବା କଥା, ୫୦୦ ବର୍ଷ ତଳର ଏହି ସ୍ୱପ୍ନ ପୂରଣ ହୋଇଛି । ଶ୍ରୀରାମ ଆମର ପୂର୍ବଜ । ମନ୍ଦିରରେ ତାଙ୍କର ବିରାଜମାନ ହେବା ଆମ ପାଇଁ ଗର୍ବର ବିଷୟ । ଏହି ମନ୍ଦିର କଟ୍ଟରପନ୍ଥିଙ୍କ ପାଇଁ ଏକ ଶିକ୍ଷା । ଘୃଣାର ଅନ୍ଧକାର ଆମ ପିତୃପୁରୁଷଙ୍କୁ ଘୋଡ଼ାଇ ରଖିଥିଲା । ଏବେ ରାମ ଜ୍ୟୋତି ସମସ୍ତଙ୍କ ମୁଖା ଖୋଲିବ । ଆମେ ଧର୍ମ ପରିବର୍ତ୍ତନ କରିପାରିବା, କିନ୍ତୁ ଆମେ ଆମର ସଂସ୍କୃତି ପରିବର୍ତ୍ତନ କରିପାରିବା ନାହିଁ । ହିଂସା, ଘୃଣା ଏବଂ ଆତଙ୍କବାଦ ଉପରେ ରାମଜ୍ୟୋତି ଭାରି ପଡ଼ିବ ।

Advertisment

ଭଗୱା ବସ୍ତ୍ର ପରିଧାନ କରି ରାମଜ୍ୟୋତି ଆଣିବାକୁ ଯାଉଥିବା ଟିମ୍‌ରେ ମୋଟ ୫ ଜଣ ସଦସ୍ୟ ରହିଛନ୍ତି । ସେମାନଙ୍କ ମଧ୍ୟରେ ନାଜନୀନ ଅଂସାରୀ, ନଜମା ପରୱୀନ, ରୋଜା, ଅଫ୍‌ରୋଜ ଓ ତାଜିମ ରହିଛନ୍ତି । ବଡ କଥା ହେଉଛି ପାତାଲପୁରୀ ମଠର ମହନ୍ତ ବାବା ବାଲକଦାସ ଏମାଙ୍କୁ ଅଯୋଧ୍ୟା ପାଇଁ ସବୁଜ ସଙ୍କେତ ଦେଇଛନ୍ତି ।

Ayodhya Ram Mandir Ram Mandir
Advertisment
Advertisment