• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୪୫ ବର୍ଷୀୟ ବ୍ୟକ୍ତିଙ୍କ ଅଜବ କାରନାମା । ହଠାତ୍‌ ଘରୁ ହୋଇଗଲେ ନିଖୋଜ । ପରେ ଜଣେ ମହିଳାଙ୍କୁ ବିବାହ କହି ଅନ୍ୟତ୍ର ରହିଲେ । ଏପରେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ଦୁଇ ଭାଇଙ୍କୁ ବାନ୍ଧିଲା ପୋଲିସ । ଘଟଣାର ତଦନ୍ତ ପରେ ମଧ୍ୟ ବ୍ୟକ୍ତିଙ୍କ ନିଖୋଜର କୌଣସି ସନ୍ଧାନ ମିଳିଲାନି । କି ମିଳିଲାନି ହତ୍ୟାର ସୁରାଗ । ୫ ବର୍ଷ ବିତିଯିବା ପରେ ପୂରା ଘଟଣା ଉପରୁ ପରଦା ହଟିଛି ।

ସୂଚନା ଅନୁସାରେ ୨୦୧୮ରେ ଯୋଗେନ୍ଦ୍ର କୁମାର ନାମକ ଜଣେ ୪୫ ବର୍ଷୀୟ ବ୍ୟକ୍ତି ହଠାତ୍‌ ଘରୁ କେଉଁଆଡ଼କୁ ଚାଲିଯାଇଥିଲେ । ପରେ ପରିବାର ଓ ପତ୍ନୀ ତାଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ । ହେଲେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ପରେ ଏନେଇ ଥାନାରେ ଅଭିଯୋଗ କରାଯାଇଥିଲା । ଏମିତିକି ଯୁବକ ଜଣକଙ୍କୁ ହତ୍ୟା କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ସହ ପରିବାରରେ ରହୁଥିବା ତାଙ୍କର ଦୁଇ ଭାଇକୁ ସନ୍ଦେହ କରିଥିଲା । ଆଉ ହତ୍ୟା ଅଭିଯୋଗରେ ତାଙ୍କୁ ଗିରଫ କରିବା ସହିତ ତଦନ୍ତ ବଢ଼ାଇଥିଲା । ହେଲେ ଦୁଇ ଭାଇଙ୍କ ବିରୋଧରେ ସେପରିକିଛି ତଥ୍ୟ ଯୋଗାଡ଼ କରିପାରିନଥିଲା ପୋଲିସ । କି ହତ୍ୟାକୁ ନେଇ କୌଣସି ପ୍ରମାଣ ପାଇନଥିଲା ।

ଗତ ବର୍ଷ ଏପ୍ରିଲରେ, କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରକାଶ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ଆଇପିସି ଧାରା ୩୬୪ (ଅପହରଣ) ଏବଂ ୩୦୨ (ହତ୍ୟା) ଅଧୀନରେ ଏକ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଥିଲା । ମାତ୍ର ଆଠ ମାସର ଅନୁସନ୍ଧାନ ପରେ ଯୋଗେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ଘଟଣାକୁ ପ୍ରମାଣ କରିପାରିନଥିଲା । ଫଳରେ ଏହି ଘଟଣାଉ ପରୁ ପରଦା ନହଟିନଥିଲା । ତେଣୁ ପୋଲିସ ଆହୁରି ଜୋରଦାର ତଦନ୍ତ କରିଥିଲା । ଆଉ ପରେ ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିଥିଲା ।

ଏପରି ଏକ ଘଟଣା ଉତ୍ତରପ୍ରଦେଶର ବାଗପାଟରୁ ସାମ୍‌ନାକୁ ଆସିଛି । ରବିବାର ଦିନ ବାଗପାଟ ପୋଲିସ ଏହି ମାମଲାରେ ପ୍ରତିକ୍ରିୟା ରଖିଛି । ପୋଲିସର କହିବା କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଯୋଗେନ୍ଦ୍ର କେଉଁଠାରେ ଅଛନ୍ତି ସେନେଇ ତଦନ୍ତ କରିଥିଲା । ପରେ ସେ ଜଣେ ଟ୍ୟାକ୍ସି ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ଜାଣିବାକୁ ପାଇଥିଲା ପୋଲିସ । ତାହା ସହ ଯୋଗେନ୍ଦ୍ର ଅନ୍ୟ ଜଣେ ମହିଳାଙ୍କୁ ବିବାହ କରି ଦିଲ୍ଲୀରେ ରହୁଥିବା ଜଣାପଡ଼ିଥିଲା । ତାଙ୍କର ଚାରିଟି ସନ୍ତାନ ଅଛନ୍ତି । ପୋଲିସର ପଚରାଉଚରା ବେଳେ ଯୋଗେଶ କହିଛନ୍ତି ଭାଇମାନଙ୍କ ସହ ଭଲ ସମ୍ପର୍କ ନଥିବାରୁ ସେ ଏପରି କରିଛନ୍ତି । ସେ ଅନ୍ୟତ୍ର ଜଣେ ମହିଳାଙ୍କୁ ବିବାହ କରିଥିବା ମଧ୍ୟ ସେ ସ୍ୱୀକାର କରିଛନ୍ତି ।

ସେପଟେ ବାଗପାଟରେ ରହୁଥିବା ଯୋଗେଶଙ୍କ ପତ୍ନୀ ରୀତା କହିଛନ୍ତି ଯେ, ଯୋଗେଶ ୨୦୧୮ ପରଠାରୁ ତାଙ୍କୁ କେବେ ଦେଖା କରିନାହାନ୍ତି । କି କହାସହ କଥା ହୋଇନାହାନ୍ତି ।