Advertisment

ପାଖେଇ ଆସୁଛି ପ୍ରାଣପ୍ରତିଷ୍ଠା ତିଥି, ଅଯୋଧ୍ୟା କାନ୍ଥ କହୁଛି ରାମ କାହାଣୀ

ସଜେଇ ହେଲାଣି ସିଂହଦ୍ୱାର। ଗଢ଼ା ଚାଲିଛି ଗଜଦ୍ୱାର। କାନ୍ଥ କହୁଛି...ରାମ କାହାଣୀ। ଜାନୁଆରୀ ୨୨, ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ଯେତିକି ପାଖୋଉଛି, ପ୍ରସ୍ତୁତି ସେତିକି ତୀବ୍ର ବେଗରେ ଚାଲିଛି।

author-image
Santosh Kumar Sahoo
undefined

Ram Mandir

ମଝିରେ ମାତ୍ର ୧୪ ଦିନ । ଆସନ୍ତା ୨୨ରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଯେତିକି ପାଖୋଉଛି, ଭକ୍ତଙ୍କ ଉତ୍କଣ୍ଠା ବଢ଼ିବା ସହ ଆୟୋଜକଙ୍କ ତୟାରି ବି ସେତିକି ତୀବ୍ର ହେଉଛି। ନିଜେ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ରାମ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର । ତା ସହ କହିଛନ୍ତି ଏ ଉତ୍ସବ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ। ସେପଟେ ରାମ କାହାଣୀରେ ଗୁଂଜରିତ ହେଲାଣି ଅଯୋଧ୍ୟାନଗରୀ ତ ଭକ୍ତଙ୍କୁ ବାଣ୍ଟିବାକୁ ଆନ୍ଧ୍ର ତିରୁପତି ମନ୍ଦିରରୁ ଆସୁଛି ୧ ଲକ୍ଷ ‘ଶ୍ରୀବାରୀ ଲଡୁ’।

Advertisment

ସଜେଇ ହେଲାଣି ସିଂହଦ୍ୱାର। ଗଢ଼ା ଚାଲିଛି ଗଜଦ୍ୱାର। କାନ୍ଥ କହୁଛି...ରାମ କାହାଣୀ। ଜାନୁଆରୀ ୨୨, ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ଯେତିକି ପାଖୋଉଛି, ପ୍ରସ୍ତୁତି ସେତିକି ତୀବ୍ର ବେଗରେ ଚାଲିଛି। କି କି କାମ ବାକି ଅଛି ? ଜାଣିବାକୁ ନିଜେ ଗ୍ରାଉଣ୍ଡ ଜିରୋକୁ ଯାଇଥିଲେ ରାମ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର । ନୃପେନ୍ଦ୍ର କହିଛନ୍ତି- ଆସନ୍ତା ମକର ସଂକ୍ରାନ୍ତି ପରେ ଉତ୍ସବର ଅୟମାରମ୍ଭ ହେବ। ତା ପୂର୍ବରୁ ଆନୁସଙ୍ଗିକ କାର୍ଯ୍ୟ ସାରିବାକୁ ପଡ଼ିବ। ତା ସହ ପ୍ରାୟ ଦେଢ଼ ଟନ୍ ଓଜନର ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିର ଲମ୍ବ ଏବଂ ସ୍ଥାପନା, ମହାକାଶ ବିଜ୍ଞାନୀଙ୍କ ପରାମର୍ଶକ୍ରମେ ଏଭଳି ଭାବେ କରାଯିବ, ଯଦ୍ୱାରା ପ୍ରତିବର୍ଷ ରାମ ନବମୀ ତିଥିର ମଧ୍ୟାହ୍ନ ୧୨ଟା ସମୟରେ ସୂର୍ଯ୍ୟ ଭଗବାନଙ୍କ କିରଣ ସିଧା ଶ୍ରୀରାମଙ୍କ ମଥାରେ ପଡ଼ିବ। ନୃପେନ୍ଦ୍ର ମୁଖ୍ୟତଃ ମନ୍ଦିରର ୪ ପ୍ରବେଶ ଦ୍ୱାର, ପରିକ୍ରମା ମାର୍ଗ ଓ ସୁରକ୍ଷା ବନ୍ଦୋବସ୍ତ ବ୍ୟବସ୍ଥା କଭଳି ହୋଇଛି ତାହା ବୁଲି ଦେଖିଥିଲେ।

ଏଣେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଝଲସିଲାଣି ଅଯୋଧ୍ୟା ନଗରୀ। ବସ୍ ଷ୍ଟାଣ୍ଡ ହେଉ କି ସହରର କାନ୍ଥ ବାଡ଼, ସବୁଠି ଶୋଭା ପାଇଲାଣି ହୃଦୟସ୍ପର୍ଶୀ ରାମ କାହାଣୀ। ଭକ୍ତଙ୍କ କୋଳାହଳରେ ଫାଟି ପଡ଼ୁଛି ହନୁମାନ ଗଡ଼ି । ସୁରକ୍ଷା ବନ୍ଦୋବସ୍ତ ବି ସେଠି କଡ଼ା ହେଲାଣି। ସରଜୁ ନଦୀରେ ବି ଘୁରି ବୁଲୁଛି ସୁସଜ୍ଜିତ ହନୁମାନ ଧ୍ୱଜାଧାରୀ ଡଙ୍ଗା । ଯେଉଁଥିରେ ବସି ସୁରକ୍ଷାକର୍ମୀ ବି ପଇଁତରା ମାରୁଛନ୍ତି।

Advertisment

ରାମ ମନ୍ଦିର ଉଦଘାଟନ ଉତ୍ସବରେ ସାମିଲ ହେବାକୁ ଅଯୋଧ୍ୟା ନଗରୀକୁ ଆସୁଥିବା ପ୍ରତିଟି ଭକ୍ତ ଯେପରି ପ୍ରସାଦ ଟିକେ ପାଇବେ, ସେ ବ୍ୟବସ୍ଥା ବି ହୋଇଛି। ଏଥିପାଇଁ ଆନ୍ଧ୍ରର ତିରୁପତି ମନ୍ଦିର ଟ୍ରଷ୍ଟ ଯୋଗାଇ ଦେବ ‘ଶ୍ରୀବାରୀ ଲଡୁ’ । ପ୍ରଭୁ ଭେଙ୍କଟେଶ୍ୱରଙ୍କ ପ୍ରିୟ ପ୍ରସାଦ ଭାବେ ପରିଚିତ ଏକ ଲକ୍ଷ ଶ୍ରୀବାରି ଲଡୁ ଧାର୍ଯ୍ୟ ସମୟ ପୂର୍ବରୁ ଅଯୋଧ୍ୟାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ତିରୁମାଲା ତିରୁପତି ଦେବସ୍ଥାନମ୍ ସଂସ୍ଥା।

India News Ayodhya Ram Mandir
Advertisment
Advertisment