/odishatv-khabar/media/post_attachments/uploadimage/library/16_9/16_9_0/Ram_Mandir_1704618212.jpg)
Ram Mandir
୨୨ ଜାନୁଆରୀ ୨୦୨୪ ରେ ଅଯୋଧ୍ୟା ଶ୍ରୀ ରାମ ମନ୍ଦିରରେ ହେବାକୁ ଥିବା ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସାରା ଦେଶରେ ପ୍ରସ୍ତୁତି ଚାଲିଛି । ଏହି ଦିନ ଦେଶର ଇତିହାସରେ ଳିପିବଦ୍ଧ ହୋଇ ରହିବ । ପ୍ରାଣ ପ୍ରତିଷ୍ଠାର ଏକ ସପ୍ତାହ ପୂର୍ବରୁ ରାମନଗରୀ ଅଯୋଧ୍ୟାରେ କାର୍ଯ୍ୟକ୍ରମଗୁଡ଼ିକ ଆରମ୍ଭ ହେବ । ଏଥିରେ ଭଗବାନଙ୍କ ନାମ ଜପ କରିବାଠୁ ଆରମ୍ଭ କରି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହେବ । ଜାନୁୟାରୀ ୧୬ରୁ ଜାନୁୟାରୀ ୨୨ ତାରିଖ ପର୍ଯ୍ୟନ୍ତ, ବିଧି ବିଧାନ ଅନୁସାରେ ରାମଲାଲାଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରାଯିବ । ୧୭ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ ମୂର୍ତ୍ତି ସାମ୍ନାକୁ ଆସିବ । କିନ୍ତୁ ଯେତେବେଳେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ ସେତେବେଳେ ତାଙ୍କ ଆଖିରେ ପଟ୍ଟି ବନ୍ଧା ଯିବ । ପ୍ରାଣ ପ୍ରତିଷ୍ଠା ସରିଲେ ଆଖିରୁ ପଟ୍ଟି ଖୋଲାଯିବ ।
ଯାତ୍ରାଠାରୁ ଆରମ୍ଭ କରି ପ୍ରାଣ ପ୍ରତିଷ୍ଠା ପର୍ଯ୍ୟନ୍ତ ରାମଲାଲାଙ୍କ ଆଖିରେ ପଟ୍ଟି ବନ୍ଧା ରହିବ । କିନ୍ତୁ ଏହାକୁ ନେଇ ଲୋକେ ନାନା ପ୍ରକାର କଳ୍ପନା ଜଳ୍ପନା କରୁଛନ୍ତି । ତେବେ ଏହା ବିଷୟରେ ଲୋକା କିଛି ଜାଣିନଥିବାରୁ ନାନା ଆଲୋଚନା କରୁଛନ୍ତି । କିନ୍ତୁ ବାସ୍ତବରେ ଏହା ପଛରେ ରହିଛି ବଡ଼ ଧାର୍ମିକ ମହତ୍ୱ ।
ତେବେ ଆସନ୍ତୁ ଜାଣିବା କ’ଣ ରହିଛି ମହତ୍ୱ
ଅଯୋଧ୍ୟାରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ୧୭ ଜାନୁଆରୀ ୨୦୨୪ରେ ଉନ୍ମୋଚିତ ହେବ । ଏହି ଅବଧି ମଧ୍ୟରେ ରାମନଗରୀରେ ଏକ ଯାତ୍ରା କରାଯିବ । ଏହି ସମୟରେ ରାମଲାଲା ମୂର୍ତ୍ତିର ଆଖିରେ ପଟ୍ଟି ବନ୍ଧା ଯାଇଥିବ । ଏହା ପଛର ସବୁଠାରୁ ବଡ଼ କାରଣ ହେଲା, ଜ୍ୟୋତିଷ ଶାସ୍ତ୍ର । ସେମାନେ ବିଶ୍ୱାସ କରନ୍ତି ଯେ ଯେତେବେଳେ ଜଣେ ଭକ୍ତ ଭଗବାନଙ୍କୁ ଦେଖନ୍ତି, ସେ ସମ୍ପୂର୍ଣ୍ଣ ଭାବନା ସହିତ ତାଙ୍କ ଆଖିକୁ ଦେଖନ୍ତି । ଏପରି ପରିସ୍ଥିତିରେ, ଯେତେବେଳେ ଭଗବାନ ଏବଂ ଭକ୍ତଙ୍କ ଆଖି ମିଶେ, ଭାବ ବିନିମୟ ହୁଏ । କୁହାଯାଏ ଏଭଳି ପରିସ୍ଥିତିରେ ଭଗବାନ ତାଙ୍କ ଭକ୍ତଙ୍କ ଦ୍ୱାରା ବସିଭୂତ ହୋଇ ତାଙ୍କ ସହ ଚାଲିବାକୁ ପ୍ରସ୍ତୁତ ହୁଅନ୍ତି । କଳିଯୁଗରେ ମଧ୍ୟ ଏମିତି ଘଟଣା ଘଟିଛି । ଏହାକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ରାମ ଲାଲାଙ୍କ ଯାତ୍ରା ଆରମ୍ଭ ପୂର୍ବରୁ ପ୍ରଭୁଙ୍କ ଆଖିରେ ପଟ୍ଟି ବନ୍ଧାଯିବ । ପ୍ରାଣ ପ୍ରତିଷ୍ଠା ପରେ ଏହାକୁ ଖୋଲାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)