• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମହିଳାଙ୍କ ସହ ଭାଇରାଲ ହେଲା ୭୫ ବର୍ଷିୟ କଂଗ୍ରେସ ନେତାଙ୍କ ଅଶ୍ଳୀଳ ଭିଡିଓ । MMS ଭିଡିଓ ଭାଇରାଲ ହେବା ପରେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବିଦା ହେଲେ ପୂର୍ବତନ ବିଧାୟକ ମେୱାରାମ ଜେନ୍‌ । ବର୍ତ୍ତମାନ ମେୱାରାମଙ୍କୁ ନେଇ ଉଠୁଛି ପଡ଼ୁଛି ରାଜସ୍ଥାନ ରାଜନୀତି । ବିଜେପି ଏହି ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଟାର୍ଗେଟ୍‌ କରୁଥିବାବେଳେ ଗୋଟିଏ ମୋବାଇଲ୍‌ରୁ ଅନ୍ୟ ଗୋଟିଏ ମୋବାଇଲ୍‌କୁ ଘୁରି ବୁଲିବାରେ ଲାଗିଛି ପୂର୍ବତନ ବିଧାୟକ ମେୱାରାମ ଜେନ୍‌ଙ୍କ MMS ଭିଡିଓ ।

ଏକା ସଙ୍ଗେ ୨ଟି ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଶନିବାର ଦିନ ମେୱାରାମ ଜେନ୍‌ଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବିଦା କରିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତାଙ୍କ ଏହି କାର୍ଯ୍ୟକଳାପ ଧୀରେ ଧୀରେ ରାଜସ୍ଥାନ ରାଜନୀତିକୁ ଆହୁରି ସରଗରମ କରିବାରେ ଲାଗିଛି । ଖାଲି ସେତିକି ଯେ ତା’ ନୁହେଁ ମେୱାରାମ ଜେନ୍‌ଙ୍କ ବିରଧରେ ଯୌନ ଶୋଷଣ, ବ୍ଲାକ୍‌ମେଲିଂ ଏବଂ ଅର୍ଥ ହେରଫେର କରିଥିବା ଅଭିଯୋଗ ମଧ୍ୟ ହୋଇଛି ।

ମେୱାରାମ ଜେନ୍‌ଙ୍କୁ ନେଇ ଏବେ ଅଠାକାଠିରେ ପଡ଼ିଛି ରାଜସ୍ଥାନ କଂଗ୍ରେସ । ବିଜେପି ବର୍ତ୍ତମାନ ପୂର୍ବରୁ ଥିବା ଅଶୋକ ଗେହଲଟ ସରକାରଙ୍କୁ ଟାର୍ଗେଟ୍‌ କରିଛି । ବିଭିନ୍ନ ପ୍ରସଙ୍ଗକୁ ଉଠାଇ କଂଗ୍ରେସ ଉପରେ ବର୍ଷିଛି ବିଜେପି ।

ସେପଟେ କଂଗ୍ରେସ ମଧ୍ୟ ତା’ର ପ୍ରତିକ୍ରିୟା ରଖିଛି । ଗତକାଲି ବିଳମ୍ବିତ ରାତିରେ ରାଜସ୍ଥାନ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂ ଦୋତସ୍ରା କହିଛନ୍ତି, ମେୱାରାମ ଜେନ୍‌ଙ୍କ ଅନୈତିକ କାର୍ଯ୍ୟକଳାପ କାରଣରୁ ଦଳ ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛି । ଏହି କାର୍ଯ୍ୟରେ ପୂର୍ବତନ ବିଧାୟକ ଓ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ସାମିଲ ଅଛନ୍ତି ।

ଗତମାସରେ ତାଙ୍କ ବିରୋଧରେ ଜଣେ ମହିଳା ଅଭିଯୋଗ ଆଣିଥିଲେ । ମହିଳା ଜଣକ କହିଥିଲେ ଯେ, ତାଙ୍କୁ ଗତ କିଛି ବର୍ଷ ଧରି ଦୁଷ୍କର୍ମ କରାଯାଇଥିଲା । ଜଣେ ନାବାଳିକାଙ୍କୁ ମଧ୍ୟ ଯୌନ ନିର୍ଯାତନା ଦିଆଯାଇଥିଲା । ହେଲେ ଶୁକ୍ରବାର ଦିନ ଏହି ଘଟଣାର ଭିଡିଓ ସାମ୍‌ନାକୁ ଆସିଛି । ଆଉ ଭିଡିଓ ଲୋକଲୋଚନକୁ ଆସିବା ପରେ ଉଠୁଛିପଡ଼ୁଛି ରାଜସ୍ଥାନ ରାଜନୀତି ।