Advertisment

ପୋଲିସ ଉପରେ ପାଇଲାନି ଭରସା... ସୋସିଆଲ ମିଡିଆ କଲା କମାଲ...

ବଡ଼ କଥା ହେଉଛି ସୋସିଆଲ ମିଡିଆ ଉପରେ ଥିବା ତାଙ୍କର ବିଶ୍ୱାସ ସଠିକ୍ ପ୍ରମାଣିତ ହୋଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Airpod

Airpod

ସବୁଠାରୁ ମହଙ୍ଗା ମୋବାଇଲ୍ ଫୋନ୍ ବି ଯଦି ହଜିଯାଏ, ତେବେ ଏହାକୁ ଫେରିପାଇବା ପ୍ରାୟ ଅସମ୍ଭବ । ଯଦି ମୋବାଇଲ୍ ବଦଳରେ ଇୟରଫୋନ୍ କିମ୍ବା ଇୟରବଡ୍ ହଜିଯାଏ, ତେବେ ଏହା ଆଉ ମିଳିବ ନାହିଁ ବୋଲି ନିଶ୍ଚିତ । କିନ୍ତୁ ଥରେ ଭାବନ୍ତୁ ଯଦି ଅନ୍ୟ ସହରରେ ଏୟାରପଡ୍ ହଜିଯାଏ ଏବଂ ପୁନର୍ବାର ମିଳିଯାଏ, ତା’ହେଲେ ତାଙ୍କଠାରୁ ବଡ଼ ଭାଗ୍ୟବାନ ଆଉ କିଏ ?

Advertisment

ବାସ୍ତବରେ, ମୁମ୍ବାଇର ସୋସିଆଲ ମିଡିଆ ମାର୍କେଟିଂ ପ୍ରଫେସନାଲ ନିଖିଲ ଜୈନ କେରଳରେ ଛୁଟି କୁଟୁଥିବା ବେଳେ ନିଜର 'ଏୟାରପଡ' ହଜାଇଥିଲେ । ହେଲେ ବୋଧହୁଏ ସେ ଜାଣିଥିଲେ ଯେ ସୋସିଆଲ ମିଡିଆ ଅଧିକାରୀମାନେ ତାଙ୍କ ମାମଲାକୁ ପୋଲିସ ଅପେକ୍ଷା ଅଧିକ ଗୁରୁତ୍ୱ ଦେବେ । ବଡ଼ କଥା ହେଉଛି ସୋସିଆଲ ମିଡିଆ ଉପରେ ଥିବା ତାଙ୍କର ବିଶ୍ୱାସ ସଠିକ୍ ପ୍ରମାଣିତ ହୋଇଛି ।

'X' ସଦସ୍ୟଙ୍କ ସହାୟତାରେ, କେବଳ ଗୋଟିଏ ଦିନ ମଧ୍ୟରେ ନିଖିଲ ସେହି ବ୍ୟକ୍ତିଙ୍କୁ ଜାଣିବାକୁ ପାଇଲେ, ଯିଏକି ତାଙ୍କ ଦାମୀ ଏୟାରପଡକୁ ନେଇ ଗୋଆରେ ନିଜ ଘରେ ରଖିଥିଲେ । ଏହି ଘଟଣାର ଦୁଇ ସପ୍ତାହ ପରେ, ନିଖିଲ ଗୋଆର ଏକ ପୋଲିସ୍ ଷ୍ଟେସନ ଜରିଆରେ ନିଜ ଏୟାରପଡ୍ ପାଇବାରେ ସଫଳ ହୋଇଥିଲେ ।

Advertisment

ଜୈନ କହିଛନ୍ତି, 'କେରଳରେ ଏକ ଜାତୀୟ ଉଦ୍ୟାନରେ ବସରେ ବସି ବୁଲା ବୁଲି କରିବା ଏୟାରପଡ୍‌କୁ ସେହି ସିଟ୍‌ରେ ଛାଡି ଦେଇଥିଲେ । ତାପରେ ବସ୍ ଫେରିବା ପାଇଁ ସେ ଅନେକ ସମୟ ଅପେକ୍ଷା କଳେ କିନ୍ତୁ ବସ ଫେରିବା ପରେ ବି ଏୟାରପଡ୍‌ ପାଇଲେ ନାହିଁ । ସେତେବେଳକୁ କେହି ଜଣେ ନେଇ ସାରିଥିଲେ ।

ଜାତୀୟ ଉଦ୍ୟାନ ଭିତରେ କୌଣସି ସିଗ୍ନାଲ ନଥିଲା, ତେଣୁ ଡିଭାଇସ୍ ଖୋଜିବା ପାଇଁ ତାଙ୍କୁ ବାହାରକୁ ଯିବାକୁ ପଡିଲା । ଯେତେବେଳେ ସେ ଏହାକୁ 'ଟ୍ରାକ୍' କଲେ, ସେତେବେଳକୁ ଏୟାରପଡ୍ ୪୦ କିଲୋମିଟର ଦୂରକୁ ଚାଲିଯାଇଥିଲା । ଖାଲି ସେତିକି ନୁହେଁ ଧିରେ ଧିରେ ତାହା ଆଗକୁ ଯାଉଥିବା ମଧ୍ୟ ସେ ଜାଣିଥିଲେ । ଏହା ପରଦିନ ଟ୍ରାକ୍‌ କରି ନିକଟସ୍ଥ ହୋଟେଲରେ ଥିବା ମଧ୍ୟ ସେ ଜାଣିବାକୁ ପାଇଥିଲେ ।

X ରେ ପୋଷ୍ଟ କରିବା ପରେ ମିଳିଲା ସାହାଯ୍ୟ

ଜୈନ ୨୧ ଡିସେମ୍ବର ୨୦୨୩ ରେ 'X' ରେ ଏକ ପୋଷ୍ଟ କରିଥିଲେ ଯେଉଁଠାରେ ଏୟାରପୋଡ୍ ହଜିଯାଇଥିଲା । ସେଥିରେ ସେ ଲେଖିଥିଲେ, 'ମୁଁ କେରଳରେ ମୋର ନୂଆ ଏୟାରପଡ୍ ହଜାଇଥିଲି ଏବଂ ଏହି ବ୍ୟକ୍ତିଙ୍କ ପାଖରେ ଏବେ ମୋ ଏୟାରପଡ୍‌ ରହିଛି । ଏହି ବ୍ୟକ୍ତି ଜଣକ ଦୁଇ ଦିନ ହେବ ଦକ୍ଷିଣ ଗୋଆରେ ଅଛନ୍ତି, ତେଣୁ ମୁଁ ଅନୁମାନ କରୁଛି ସେ ସେଠାରେ ରୁହନ୍ତି । ଦକ୍ଷିଣ ଗୋଆର ଡକ୍ଟର ଆଲଭାରୋ ଡି ଲୋୟୋଲା ଫର୍ଟାଡୋ ରୋଡ ନିକଟରେ କେହି ରହୁଛନ୍ତି କି ?'

ତା’ପରେ କିଛି ସମୟ ପରେ 'X' ର ଅଧିକାରୀମାନେ ଏହି ମାମଲା ପରିଚାଳନା କରିଥିଲେ ଏବଂ କିଛି ମିନିଟ୍ ମଧ୍ୟରେ ଜଣେ ଉପଭୋକ୍ତା ଗୁଗୁଲ୍ ଷ୍ଟ୍ରିଟ୍ ମ୍ୟାପ୍‌ ସାହାଯ୍ୟରେ ସେହି ଘରର ଚିତ୍ର ପୋଷ୍ଟ କରି ଲେଖିଲେ ଯେ 'ଏୟାରପଡ୍ ଏହି ଘରେ ଅଛି, ଟ୍ୱିଟର ନିଜ କାମ କରୁ ଏବଂ ଏୟାରପଡ ଫେରି ଆସୁ ।

ଏୟାରପଡ୍‌ ପାଇବା ପରେ ଜୈନ କହିଛନ୍ତି, 'ମୁଁ ଏହି ଏୟାରପଡ୍‌କୁ ସୁରକ୍ଷିତ ରଖିଛି । କାରଣ ମୁଁ ଅନୁଭବ କରୁଛି ଯେ 'X' ମାଧ୍ୟମରେ ଏୟାରପଡ୍‌ ଫେରି ପାଇବା, ଏମିତି ଏକ କାହାଣୀ ଯାହା ଯୁଗ ଯୁଗ ଧରି ରହିବ । ଆଉ ଏହି କାହାଣୀ ମୁଁ ମୋ ପିଲାଙ୍କୁ ମଧ୍ୟ ସୁଣାଇବି ।

Goa
Advertisment
Advertisment