• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସେହି ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଛି ଅଯୋଧ୍ୟା । ଆସନ୍ତା ୨୨ ତାରିଖରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ସାରା ଭାରତ ବି ଅନେଇ ବସିଛି ରଘୁ ନନ୍ଦନଙ୍କ ଆସିବା ବାଟକୁ । ଆଉ ସେହି ଦିନକୁ ଅନେଇ ବସିଛନ୍ତି କିଛି ଗର୍ଭବତୀ ମହିଳା । କାରଣ ସେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ମା’ ହେବାକୁ ଚାହୁଁଛନ୍ତି । ଅର୍ଥାତ୍‌ ଜାନୁଆରୀ ୨୨ ତାରିଖ ଦିନ ନିଜର ଗର୍ଭସ୍ଥ ଶିଶୁକୁ ଏହି ଦୁନିଆକୁ ଆଣିବାକୁ ଅନେଇ ବସିଛନ୍ତି ସେମାନେ ।

ଏପରି ଏକ ନିଆରା ଘଟଣା ବର୍ତ୍ତମାନ ଚର୍ଚ୍ଚାର ପରିଧୀକୁ ଆସିଛି । କିଛି ମହିଳା ଜାନୁଆରୀ ୨୨ ତାରିଖ ଦିନ ନିଜର ସନ୍ତାନକୁ ଜନ୍ମ ଦେବାନେଇ ଏକ ମେଡିକାଲର ଡାକ୍ତରମାନଙ୍କୁ ଅନୁରୋଧ କରିଛନ୍ତି । ଖାଲି ଏତିକି ଯେ ତାହାନୁହେଁ, ପରିବାରର ସମସ୍ତ ଲୋକ ଡାକ୍ତରଙ୍କୁ ନିବେଦନ କରିଥିବା ମଧ୍ୟ ଜଣାପଡ଼ିଛି ।

ଏପରି ଏକ ଘଟଣା ଉତ୍ତରପ୍ରଦେଶରୁ ନଜରକୁ ଆସିଛି । କାନପୁରର ଏକ ସରକାରୀ ଡାକ୍ତରଖାନାରେ ଡାକ୍ତରମାନଙ୍କୁ ଅନୁରୋଧ କରୁଛନ୍ତି ଜଣେ ମହିଳା । ସେ କହିଛନ୍ତି ଯେ, ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ତାଙ୍କ ପ୍ରସବ ସମୟ ଧାର୍ଯ୍ୟ କରନ୍ତୁ ।

ଏହି ଘଟଣାକୁ ନେଇ ବିଭାଗର ମୁଖ୍ୟ ଡାକ୍ତର ସୀମା ଦ୍ୱିବେଦୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମହିଳା ଜଣକ ୨୨ ତାରିଖରେ ତାଙ୍କର ପ୍ରସବ କରାଇବାକୁ ଜିଦ୍‌ ଧରିଛନ୍ତି । ଖାଲି ଜଣେ ମହିଳା ନୁହେଁ ଆହୁରି ୧୪ରୁ ୧୫ ପରିବାର ଜାନୁଆରୀ ୨୨ରେ ସେମାନଙ୍କ ପ୍ରସବ କରାଇବାକୁ ଅନୁରୋଧ କରିଥିବା ସେ କହିଛନ୍ତି ।

ପରିବାର ଗୁଡ଼ିକର ଅନୁରୋଧକୁ ଦୃଷ୍ଟିରେ ରଖି ଜାନୁଆରୀ ୨୨ ତାରିଖରେ ପ୍ରାୟ ୩୦ଟି ଅପରେସନ୍‌ କରାଇବାକୁ ଡାକ୍ତର ବ୍ୟବସ୍ଥା କରିଥିବା କହିଛନ୍ତି ସୀମା ଦ୍ୱିବେଦୀ । ହେଲେ ପ୍ରତ୍ୟେକ ଦିନ ସେହି ହସ୍ପିଟାଲରେ ୧୪ରୁ ୧୫ଟି ଅପରେସନ୍‌ କରାଯାଇଥାଏ । ଜାନୁଆରୀ ୨୨ ତାରିଖରେ ଐତିହାସିକ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଥିବାରୁ ନବଜାତକଙ୍କ ଆଗମନକୁ ଅପେକ୍ଷା କରିଛି ପରିବାର ।

ପରିବାରର କହିବା ଅନୁସାରେ, ଆମେ ଚାହୁଁ ଆମ ପିଲାଙ୍କ ଜନ୍ମ ରାମଲାଲାଙ୍କ ଆଗମନ ସହିତ ହେଉ । ଆମ ପିଲା ଦୁନିଆକୁ ଆସିବାବେଳେ ଭାଗ୍ୟବାନ ମୁହୂର୍ତ୍ତ ହେବ ।