/odishatv-khabar/media/post_attachments/uploadimage/library/16_9/16_9_0/Ram_Mandir_1704681854.jpg)
Ram Mandir
ଆସନ୍ତା ୨୨ ତାରିଖରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ସମୟ ଯେତିକି ପାଖୋଉଛି, ଭକ୍ତଙ୍କ ଉତ୍କଣ୍ଠା ବଢିବା ସହ ଆୟୋଜକଙ୍କ ତୟାରି ବି ସେତିକି ତୀବ୍ର ହେଉଛି । ସେପଟେ ରାମଲାଲାଙ୍କ ପାଇଁ ଦେଶର କୋଣ ଅନୁକୋଣରୁ ବିଭିନ୍ନ ଉପହାର ଆସୁଛି । ଏହି କ୍ରମରେ ଉତ୍ତରପ୍ରଦେଶ କନୌଜର ଜିସି ତିୱାରୀ ନାମକ ବ୍ୟକ୍ତି ଶ୍ରୀରାମଙ୍କ ପାଇଁ ଆଣିଛନ୍ତି ସ୍ୱତନ୍ତ୍ର ଅତର, ଧୂପକାଠି ଓ ଚନ୍ଦନ କାଠ ।
ପ୍ରଥମ ଥର ପାଇଁ ପଦ୍ମଫୁଲରୁ ପ୍ରସ୍ତୁତ ହୋଇଛି ଏହି ସ୍ୱତନ୍ତ୍ର ତନ୍ତ୍ର ଅତର । ସେହିପରି ମଧ୍ୟପ୍ରଦେଶ ରତଲାମରୁ ଆସିଛି ରୂପା ଦୀପ । ରତଲାମର ଶୈଳେନ୍ଦ୍ର ସୋନି ୫ କେଜି ରୂପାରେ ତିଆରି ଏହି ଦୀପ ପ୍ରଦାନ କରିଛନ୍ତି । ଦୀପର ବୈଶିଷ୍ଟ୍ୟ ହେଉଛି, ଏଥିରେ ଥରେ ଘିଅ ଢାଳିଲେ ୭୨ ଘଣ୍ଟା ପର୍ଯ୍ୟନ୍ତ ଜଳିପାରିବ।
ଅଧିକ ପଢ଼ନ୍ତୁ: ଯାତ୍ରା ବେଳେ ବି ଖୋଲାଯିବନି ଶ୍ରୀରାମଙ୍କ ଆଖିରୁ ପଟ୍ଟି, ଜାଣନ୍ତୁ କାରଣ...
ସେହିପରି ଦୀପକୁ ଏଭଳି ଭାବେ ଡିଜାଇନ କରାଯାଇଛି ଯେ ସେଥିରୁ ଧୂଆଁ ବାହାରିବ ନାହିଁ, ଯାହା ଦ୍ୱାରା ଗର୍ଭଗୃହ କାରୁକାର୍ଯ୍ୟ ପ୍ରତି କୌଣସି ବିପଦ ସୃଷ୍ଟି ହେବ ନାହିଁ । ସମସ୍ତ ସାମଗ୍ରୀ ଗୁଡିକୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଂପାଦକ ଚମ୍ପତ ରାୟ ଗ୍ରହଣ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)