/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704692694.jpg)
Boycott Maldives
ଲାକ୍ଷାଦ୍ୱୀପକୁ ନେଇ ଜୋର ଧରିଲା ମାଲଡିଭ୍ସ ଝଡ଼ । ବିବାଦ ମଧ୍ୟରେ ମାଲଡିଭ୍ସ ହାଇକମିଶନରଙ୍କୁ ସମନ କଲା ବୈଦେଶିକ ମନ୍ତ୍ରଣାଳୟ । ଏହାପରେ ମାଲଡିଭସ୍ ହାଇକମିଶନର ବୈଦେଶିକ ମନ୍ତ୍ରଣାଳୟରେ ହାଜର ହୋଇଥିଲେ ।
ମୋଦିଙ୍କ ବିରୋଧରେ ମାଲଡିଭ୍ସର ୩ ମନ୍ତ୍ରୀ ମନ୍ତବ୍ୟ ଦେବା ପ୍ରସଙ୍ଗରେ ସମନ ହୋଇଥିବା ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପମାନ ସୂଚକ ମନ୍ତବ୍ୟ ଦେଇ ସସପେଣ୍ଡ ହୋଇଛନ୍ତି ମାଲଡିଭସର ୩ ମନ୍ତ୍ରୀ । ସେପଟେ ସୋସିଆଲ ମିଡିଆରେ ଟ୍ରେଣ୍ଡ ହେଉଛି ବୟକଟ୍ ମାଲଡିଭ୍ସ । ଏହାରି ଭିତରେ ଭାରତରୁ ମାଲଡିଭ୍ସ ପାଇଁ ହୋଇଥିବା ଫ୍ଲାଇଟ୍ ବୁକିଂକୁ ରଦ୍ଦ କରିଛି ଇଜ୍ ମାଇ ଟ୍ରିପ୍ ।
ଏହା ସହ ସମସ୍ତ ବୁକିଂ ବନ୍ଦ କରିଦେଇଛି । ଫଳରେ ମାଲଡିଭ୍ସରେ ସମସ୍ତ ହୋଟେଲ ବୁକିଂ ମଧ୍ୟ ରଦ୍ଦ ହୋଇଯାଇଛି । ପ୍ରତିବର୍ଷ ଭାରତରୁ ଲକ୍ଷାଧିକ ପର୍ଯ୍ୟଟକ ମାଲଡିଭ୍ସ ଯାଆନ୍ତି । ମାଲଡିଭ୍ସ ଯାଉଥିବା ଟୁରିଷ୍ଟ ତାଲିକାରେ ସବୁଠୁ ଅଧିକ ଅଛନ୍ତି ଭାରତୀୟ । ଭାରତରୁ ୨ ଲକ୍ଷରୁ ଅଧିକ ପର୍ଯ୍ୟଟକ ମାଲଡିଭସ୍ ଯାଉଥିବା ବେଳେ ଏହା ପଛକୁ ରୁଷ ଓ ଚୀନ ରହିଛନ୍ତି ।
ଭାରତୀୟ ଯଦି ମାଲଡିଭ୍ସକୁ ବୟକଟ କରନ୍ତି ତେବେ ପର୍ଯ୍ୟଟନ ଉପରେ ନିର୍ଭର କରୁଥିବା ଏହି ଦେଶର ଆର୍ଥିକ ସ୍ଥିତି ଉପରେ ଗଭୀର ପ୍ରଭାବ ପଡ଼ିବ । ସେପଟେ ଭାରତର ଏଭଳି ପଦକ୍ଷେପ ପରେ ଆଜି ଚୀନ ଗସ୍ତ କରିଛନ୍ତି ମାଲଡିଭ୍ସ ରାଷ୍ଟ୍ରପତି । ତେଣୁ ଆଗକୁ ଭାରତ ଓ ମାଲଡିଭ୍ସ ମଧ୍ୟ କୁଟନୈତିକ ସ୍ତରରେ ମଧ୍ୟ ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)