/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704705480.jpg)
Bilkis Bano case
ଗୁଜରାଟ ବିଲକିସ୍ ବାନୋ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ଫଇସଲା । କୋର୍ଟ ଗୁଜରାଟ ସରକାରଙ୍କ ଦୋଷୀଙ୍କ ମୁକ୍ତି ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି । ଆବେଦନକାରୀଙ୍କ ପିଟିସନକୁ ଗ୍ରହଣ କରି କୋର୍ଟ କହିଛନ୍ତି, ମହିଳା ସମ୍ମାନର ହକଦାର । ସୁପ୍ରିମକୋର୍ଟଙ୍କ କହିବା କଥା ଦୁଇ ରାଜ୍ୟ ମହାରାଷ୍ଟ୍ର, ଗୁଜରାଟର ନିମ୍ନ ଅଦାଲତ ଏବଂ ହାଇକୋର୍ଟ ଏହି ମାମଲାରେ ଫଇସଲା ଶୁଣାଇଛନ୍ତି । ତେଣୁ ଏଥିରେ ପ୍ରକାର ଦଖଲ ଦେବାଦେବାର ଆବଶ୍ୟକତା ନାହିଁ ।
୨୦୨୨ ଅଗଷ୍ଟ ମାସରେ ଗୁଜରାଟ ସରକାର ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିଥିଲେ । ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଗନ କରାଯାଇଥିଲା । ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ରାଯ ଆସିବା ପରେ ସମସ୍ତ ଦୋଷୀଙ୍କୁ ଜେଲ ଯିବାକୁ ପଡିବ ।
ଅଗଷ୍ଟ ୨୦୨୨ ଗୁଜରାଟ ସରକାର ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରା ଦଣ୍ଡାଦେଶରେ ଦଣ୍ଡିତ ହୋଇଥିବା ୧୧ ଦୋଷୀଙ୍କୁ ମୁକ୍ତ କରିଥିଲେ। ତେବେ ସମୟ ପୂର୍ବରୁ ଦୋଷୀମାନଙ୍କୁ ମୁକ୍ତ କରିବାକୁ ନେଇ ୩୦ ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟରେ ଦୁଇଟି ଆବେଦନ କରାଯାଇଥିଲା । ପ୍ରଥମ ଆବେଦନରେ ଦୋଷୀଙ୍କୁ ମୁକ୍ତ କରିବାକୁ ଚ୍ୟାଲେଞ୍ଜ କରି ସେମାନଙ୍କୁ ଜେଲ ପଠାଇବାକୁ ଦାବି କରାଯାଇଥିଲା ।
ଦ୍ୱିତୀୟଟିରେ ସୁପ୍ରିମକୋର୍ଟଙ୍କ ଆଦେଶର ପୁନର୍ବିଚାର କରିବାକୁ ଦାବି କରାଯାଇଥିଲା । ସୁପ୍ରିମକୋର୍ଟ ମେ' ୨୦୨୩ ରେ ଗୁଜରାଟ ସରକାର ଦୋଷୀମାନଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେବେ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ଶୁଣାଣି କରି ଜଷ୍ଟିସ ବି.ଭି ନାଗରତ୍ନା ଏବଂ ଜଷ୍ଟିସ ଉଜ୍ୱଲ ଭୁୟାଁଙ୍କ ସ୍ୱତନ୍ତ୍ର ବେଞ୍ଚ ୧୨ ଅକ୍ଟୋବର ୨୦୨୩ ରେ ରାୟ ସଂରକ୍ଷିତ ରଖିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)