• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସାମ୍ନାକୁ ଆସିଲା ରାମ ମନ୍ଦିର ଗର୍ଭଗୃହର ଦୃଶ୍ୟ । ରାତିରେ ଏହା ବେସ୍ ଆକର୍ଷଣୀୟ ଦେଖାଯାଉଛି । ପଥରରେ ଅତି ନିଖୁଣ ଭାବେ କାରୁକାର୍ଯ୍ୟ ବି ହୋଇଛି ଗର୍ଭଗୃହରେ । ଆସନ୍ତା ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବାକୁ ଯାଉଥିବା ବେଳେ ନିର୍ମାଣ କାମ ମଧ୍ୟ ସରି ସରି ଆସୁଛି । ଗର୍ଭଗୃହରେ ବିରାଜମାନ କରିବେ ରାମଲାଲା । ଏହା ପୂର୍ବରୁ ଗର୍ଭଗୃହ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ।

ସେପଟେ ରାମ ମନ୍ଦିର ପରିସରରେ ଜଟାୟୁ ପକ୍ଷୀର ବିଶାଳ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ରାତିରେ ଅତି ଆକର୍ଷଣୀୟ ଦିଶୁଛି ଏହି ବ୍ରୋଞ୍ଜ ପ୍ରତିମୂର୍ତ୍ତି । ପୌରାଣିକ କଥାବସ୍ତୁ ଅନୁଯାୟୀ ରାମାୟଣରେ ଜଟାୟୁ ପକ୍ଷୀର ବେଶ୍ ମହତ୍ୱ ରହିଛି । ମାତା ସୀତାଙ୍କୁ ରାବଣ ଅପହରଣ କରି ନେବା ବେଳେ ରାବଣ ସହ ଯୁଦ୍ଧ କରି ଯଟାୟୁ ପକ୍ଷୀ ପ୍ରାଣ ବଳି ଦେଇଥିଲେ । ସେ ଦୃଷ୍ଟିରୁ ରାମ ମନ୍ଦିର ପରିସରରେ ଜଟାୟୁ ପକ୍ଷୀର ଏହି ବିଶାଳ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।

ସେପଟେ ରାମଲାଲାଙ୍କ ପାଇଁ ଦେଶର କୋଣ ଅନୁକୋଣରୁ ବିଭିନ୍ନ ଉପହାର ଆସୁଛି । ଏହି କ୍ରମରେ ଉତ୍ତରପ୍ରଦେଶ କନୌଜର ଜିସି ତିୱାରୀ ନାମକ ବ୍ୟକ୍ତି ଶ୍ରୀରାମଙ୍କ ପାଇଁ ଆଣିଛନ୍ତି ସ୍ୱତନ୍ତ୍ର ଅତର, ଧୂପକାଠି ଓ ଚନ୍ଦନ କାଠ । ପ୍ରଥମ ଥର ପାଇଁ ପଦ୍ମଫୁଲରୁ ପ୍ରସ୍ତୁତ ହୋଇଛି ଏହି ସ୍ୱତନ୍ତ୍ର ତନ୍ତ୍ର ଅତର । ସେହିପରି ମଧ୍ୟପ୍ରଦେଶ ରତଲାମରୁ ଆସିଛି ରୂପା ଦୀପ । ରତଲାମର ଶୈଳେନ୍ଦ୍ର ସୋନି ୫ କେଜି ରୂପାରେ ତିଆରି ଏହି ଦୀପ ପ୍ରଦାନ କରିଛନ୍ତି । ଦୀପର ବୈଶିଷ୍ଟ୍ୟ ହେଉଛି, ଏଥିରେ ଥରେ ଘିଅ ଢାଳିଲେ ୭୨ ଘଣ୍ଟା ପର୍ଯ୍ୟନ୍ତ ଜଳିପାରିବ ।