Advertisment

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, ଏହାକୁ ନେଇ ହଙ୍ଗାମା କରିବା ଅର୍ଥହୀନ: ଜାଭେଦ ଅଖତର

ଜାଭେଦ ଅଖତର ନିକଟରେ ମହାରାଷ୍ଟ୍ରର ଔରଙ୍ଗାବାଦରେ ଆୟୋଜିତ ଅଜନ୍ତା-ଏଲୋରା ଫେଷ୍ଟିଭାଲକୁ ଆସିଥିଲେ ଏବଂ ଏହି ସମୟରେ ସେ ଶ୍ରୀରାମ ମନ୍ଦିର ଉପରେ ନିଜର ମତ ରଖିଛନ୍ତି। ଅଯୋଧ୍ୟା ମନ୍ଦିର ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ସେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

author-image
Pramod Behera
javed akhtar said there is no point in creating ruckus on ayodhya ram mandir celebration

javed akhtar said there is no point in creating ruckus on ayodhya ram mandir celebration

ଜାଭେଦ ଅଖତର ହେଉଛନ୍ତି ଭାରତୀୟ ସିନେମାର ଏକ ବଡ ନାମ ଯିଏ ସବୁବେଳେ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ତାଙ୍କ କାମ ପାଇଁ ତ ଆଉ କେତେବେଳେ କିଛି ବିବୃତ୍ତି ଦେଇ ସେ ଆଲୋଚନାର ପାତ୍ର ହୋଇଥାନ୍ତି। ଆଜିକାଲି ସେ ରାମ ମନ୍ଦିର ଉପରେ ଦେଉଥିବା ବିବୃତ୍ତିକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ସେ ପୁଣିଥରେ ଶ୍ରୀରାମ ମନ୍ଦିରର ପବିତ୍ର ଉତ୍ସବ ତଥା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ନିଜର ମତ ପ୍ରକାଶ କରିଛନ୍ତି।

Advertisment

ଭେଟେରାନ ଲେଖକ ଜାଭେଦ ଅଖତର ନିକଟରେ ମହାରାଷ୍ଟ୍ରର ଔରଙ୍ଗାବାଦରେ ଆୟୋଜିତ ଅଜନ୍ତା-ଏଲୋରା ଫେଷ୍ଟିଭାଲକୁ ଆସିଥିଲେ ଏବଂ ଏହି ସମୟରେ ସେ ଶ୍ରୀରାମ ମନ୍ଦିର ଉପରେ ନିଜର ମତ ରଖିଛନ୍ତି। ଅଯୋଧ୍ୟା ମନ୍ଦିର ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ସେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

ଗୀତିକାର କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ କାହାରି ଆପତ୍ତି ନାହିଁ। ସେ କହିଛନ୍ତି ଯେ ଯେତେବେଳେ ଅଯୋଧ୍ୟାରେ ଏକ ମନ୍ଦିର ନିର୍ମାଣ କରାଯିବା ଉଚିତ ବୋଲି ସୁପ୍ରିମକୋର୍ଟ ନିଜେ ନିଷ୍ପତ୍ତି ନେଇଛନ୍ତି, ତା’ହେଲେ ଏହାକୁ ନେଇ ହଙ୍ଗାମା ସୃଷ୍ଟି କରିବାର କୌଣସି ଅର୍ଥ ନାହିଁ।

Advertisment

ମନ୍ଦିର ନିର୍ମାଣ କାରଣରୁ ଲୋକଙ୍କ ଖୁସିକୁ ଧ୍ୟାନରେ ରଖି ସେ କହିଛନ୍ତି ଯେ ଏହା ହେଉଛି ଦୁନିଆର ସବୁଠୁ ବଡ ପର୍ବ ଏବଂ ଏହାକୁ ପାଳନ କରିବାରେ କୌଣସି କ୍ଷତି ହେବ ନାହିଁ।

ଏହାପୂର୍ବରୁ MNS ସଭାପତି ରାଜ ଠାକରେଙ୍କ ଦ୍ୱାରା ଆୟୋଜିତ ଦୀପୋତ୍ସବ କାର୍ଯ୍ୟକ୍ରମରେ ଗୀତିକାର ଜାଭେଦ ଅଖତର କହିଥିଲେ ଯେ ଭଗବାନ ରାମ ଏବଂ ଦେବୀ ସୀତା କେବଳ ହିନ୍ଦୁ ଦେବତା ନୁହଁନ୍ତି ବରଂ ଭାରତର ସାଂସ୍କୃତିକ ଐତିହ୍ୟ। ସେ ଏହା ମଧ୍ୟ କହିଥିଲେ ଯେ ରାମ ଏବଂ ସୀତା ଏ ଦେଶରେ ଜନ୍ମ ହୋଇଥିବାରୁ ସେ ଗର୍ବିତ।

ଗୀତିକାର ଆହୁରି କହିଥିଲେ, “ରାମ ଏବଂ ସୀତା କେବଳ ହିନ୍ଦୁ ଦେବତା ଏବଂ ଦେବୀ ନୁହଁନ୍ତି ବରଂ ସେମାନେ ଭାରତର ସାଂସ୍କୃତିକ ଐତିହ୍ୟ। ଯଦିଓ ମୁଁ ଜଣେ ନାସ୍ତିକ, ତଥାପି ମୁଁ ରାମ ଏବଂ ସୀତାଙ୍କୁ ଏହି ଦେଶର ସମ୍ପତ୍ତି ଭାବରେ ବିବେଚନା କରେ ଏବଂ ସେଥିପାଇଁ ମୁଁ ଏଠାକୁ ଆସିଛି। ରାମାୟଣ ଆମର ସାଂସ୍କୃତିକ ଐତିହ୍ୟ ଏବଂ ଏହା ଆପଣମାନଙ୍କର ଆଗ୍ରହର ବିଷୟ।”

ଅଖତର ପୁଣି କହିଥିଲେ, “ମୁଁ ରାମ ଏବଂ ସୀତାଙ୍କ ଭୂମିରେ ଜନ୍ମ ହୋଇଥିବାରୁ ଗର୍ବିତ। ଯେତେବେଳେ ଆମେ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ବିଷୟରେ କଥା ହେଉ, ସେତେବେଳେ କେବଳ ରାମ ଏବଂ ସୀତା ମନକୁ ଆସନ୍ତି।”

ତାଙ୍କ ଅଭିଭାଷଣରେ ଅଖତର ଲୋକଙ୍କୁ 'ଜୟ ସିୟା ରାମ'ର ସ୍ଲୋଗାନ ଦେବାକୁ କହିଥିଲେ। ଲକ୍ଷ୍ନୋରେ ତାଙ୍କର ପିଲାବେଳର ଦିନଗୁଡ଼ିକୁ ମନେପକାଇ ସେ କହିଥିଲେ ଯେ ପିଲାଦିନେ ସେ ଧନୀ ଲୋକଙ୍କୁ ଦେଖୁଥିଲେ ଏବଂ ସେମାନେ ଗୁଡ୍ ମର୍ଣ୍ଣିଙ୍ଗ୍ କହୁଥିଲେ। କିନ୍ତୁ ରାସ୍ତାରେ ଯାଉଥିବା ଜଣେ ସାଧାରଣ ଲୋକ 'ଜୟ ସିୟା ରାମ' କହି ଲୋକଙ୍କୁ ସ୍ୱାଗତ କରୁଥିଲେ।

ତେଣୁ ସୀତା ଏବଂ ରାମଙ୍କୁ ପୃଥକ ଭାବରେ ଭାବିବା ପାପ ଅଟେ। ସିୟା ରାମ ଶବ୍ଦ ହେଉଛି ପ୍ରେମ ଏବଂ ଏକତାର ପ୍ରତୀକ। ସିତା ଏବଂ ରାମଙ୍କୁ ଜଣେ ବ୍ୟକ୍ତି ହିଁ ସୃଷ୍ଟି କରିଥିଲେ। ତେଣୁ ଯିଏ ଅଲଗା କରିବ ସେ ରାବଣ ହେବ। ତେଣୁ ଆପଣମାନେ ମୋ ସହିତ ‘ଜୟ ସିୟା ରାମ’ ତିନିଥର ଜପ କରନ୍ତୁ ଏବଂ ଆଜିଠାରୁ ‘ଜୟ ସିୟା ରାମ’ କୁହନ୍ତୁ।

ଜାଭେଦ ଅଖତର ଏହା ମଧ୍ୟ କହିଛନ୍ତି ଯେ ହିନ୍ଦୁମାନଙ୍କ ହେତୁ ଭାରତରେ ଗଣତନ୍ତ୍ର ବଞ୍ଚିଛି, କିନ୍ତୁ ଲୋକମାନେ ଅସହିଷ୍ଣୁ ହେବାରେ ଲାଗିଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ଅତୀତରେ ଏପରି କିଛି ଲୋକ ଥିଲେ ଯେଉଁମାନେ ସର୍ବଦା ଅସହିଷ୍ଣୁ ଥିଲେ, କିନ୍ତୁ ହିନ୍ଦୁମାନେ ସେପରି ନ ଥିଲେ।”

ସେ ଆହୁରି ମଧ୍ୟ କହିଥିଲେ, “ହିନ୍ଦୁମାନଙ୍କ ବିଷୟରେ ବିଶେଷ କଥା ହେଉଛି ଯେ ସେମାନଙ୍କ ହୃଦୟରେ ସର୍ବଦା ମହାନତା ଥିଲା। କିନ୍ତୁ ଯଦି ଆପାଣମାନେ ଏହାକୁ ଅତିକ୍ରମ କରନ୍ତି, ତେବେ ଆପଣମାନେ ଅନ୍ୟମାନଙ୍କ ପରି ହେବେ। ଆପଣମାନେ ଯେଉଁଭଳି ଭାବେ ଜୀବନ ଜୀଇଁଛନ୍ତି, ଆମେ ଏହାକୁ ଶିଖି ନେଇଛୁ। ଯଦି ଆପଣମାନେ ଏହାକୁ ଛାଡିଦିଅନ୍ତି, ତେବେ ଏହା କାମ କରିବ ନାହିଁ।”

Bollywood Ayodhya Ram Mandir Javed Akhtar Ayodhya Temple
Advertisment
Advertisment