• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଛାତ୍ରୀଙ୍କୁ ଅଫିସ ଚ୍ୟାମ୍ବରକୁ ଡାକୁଥିଲେ ପ୍ରଫେସର । ଖରାପ ନଜରରେ ଦେଖୁଥିଲେ । ଶୀରରକୁ ଧୀରେ ଧୀରେ ସ୍ପର୍ଶ ବି କରୁଥିଲେ । ତାହାସହ ଅଫିସ୍‌ର ବାଥ୍‌ରୁମ୍‌କୁ ଯିବାକୁ ବାଧ୍ୟ କହୁଥିଲେ ରଶିକିଆ ପ୍ରଫେସର । ଏ ସବୁ କରିବା ପରେ କାହାରିକୁ କିଛି ନକହିବାକୁ ଦେଉଥିଲେ ଧମକ । ଜଣେ ପ୍ରଫେସରଙ୍କ ନାଁରେ ଏପରି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ୫୦୦ ଛାତ୍ରୀ ।

ଖାଲି ଅଭିଯୋଗ ତ ନୁହେଁ, ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପାଲଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ଚିଠିରେ ସବୁ ଘଟଣାକୁ ଗୋଟି ଗୋଟିକରି ବର୍ଣ୍ଣନା କରିବା ସହ ବିଶ୍ୱ ବିଦ୍ୟାଳୟରୁ ଖୁବ୍‌ ଶୀଘ୍ର ତାଙ୍କୁ ବିଦା କରିବାକୁ ଦାବି କରିଛନ୍ତି । ତାହା ସହ ଚିଠିରେ ରହିଛି ଅଭିଯୋଗର ଲମ୍ବା ତାଲିକା ।

ଏପରି ଏକ ସାଂଘାତିକ ଅଭିଯୋଗ ଆସିଛି ଚୌଧୁରୀ ଦେବୀଲାଲ୍‌ ବିଶ୍ୱବିଦ୍ୟାଳୟରୁ । ବାରମ୍ବାର ଛାତ୍ରୀମାନେ ଯୌନ ଶୋଷଣର ଶିକାର ହେବା ପରେ ମୁହଁ ଖୋଲିଛନ୍ତି । ଆଉ ବଡ଼ ପଦକ୍ଷେପ ମଧ୍ୟ ନେଇଛନ୍ତି । ହରିୟାଣାରୁ ଏହି ଘଟଣା ସାମ୍ନାକୁ ଆସିଥିବାବେଳେ ୫୦୦ ଛାତ୍ରୀ ଏକାଠି ହୋଇ ହରିୟାଣା ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ମହିଳା ଆୟୋଗଙ୍କୁ ଚିଠି ଲେଖିଛନ୍ତି ।

ସୂଚନା ଅନୁସାରେ ଛାତ୍ରୀମାନଙ୍କ ଏହି ଚିଠି ହେଉଛି ଚତୁର୍ଥ ଚିଠି । ପୂର୍ବରୁ ତିନି ତିନି ଥର ଏହି ସମ୍ପର୍କରେ ସେମାନେ ଅଭିଯୋଗ ଆଣିସାରିଛନ୍ତି । ଗତ ଗୁରୁବାର ଦିନ ଲେଖାଯାଇଥିବା ଚିଠି ଚର୍ଚ୍ଚାକୁ ଆସିବା ପରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଏକ ଟିମ୍‌ ଗଠନ କରି ତଦନ୍ତ ଚଳାଇଛି । ପୂର୍ବରୁ ଉପରସ୍ଥ ଅଧିକାରୀଙ୍କୁ ଏନେଇ ଜଣାଯାଇଥିଲେ ମଧ୍ୟ ସେପରି କିଛି ପଦକ୍ଷେପ ନିଆଯାଇନଥିଲା । ତେଣୁ ଏପରି ଚରମ ନିଷ୍ପତ୍ତି ନେଇ ସେମାନେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସମେତ ରାଜ୍ୟପାଳ ଏବଂ ମହିଳା ଆୟୋଗଙ୍କୁ ଚିଠି ସମସ୍ତ କଥା ଜଣାଇଛନ୍ତି ।

ଏନେଇ ASP ଦୀପ୍ତି ଗର୍ଗ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପ୍ରାଥମିକ ଅନୁସନ୍ଧାନ ପରେ ସେମାନେ ଏଫ୍ଆଇଆର୍ ପଞ୍ଜିକରଣ କରିବେ । ଚିଠିରେ ଦିଆଯାଇଥିବା ଅଭିଯୋଗର ତଦନ୍ତ ହେବ । ତଦନ୍ତ ରିପୋର୍ଟ ଆଧାରରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବରୁ ।

ସେପଟେ ଅଭିଯୁକ୍ତ ପ୍ରଫେସର ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ଏହା ତାଙ୍କ ଉଦ୍ଦେଶ୍ୟରେ ରାଜନୈତିକ ଷଡ଼ଯନ୍ତ୍ର । ମୁଁ ବିଶ୍ୱବିଦ୍ୟାଳୟରେ ସମସ୍ତ କାମକୁ ନେଇ ଆକ୍ଟିଭ୍‌ ରହିଥିବାରୁ ମୋତେ ଟାର୍ଗେଟ୍‌ କରାଯାଉଛି । ତାହା ସହ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ସେ ଅଭିଯୋଗ ଆଣିଛନ୍ତି ।

ସୂଚନା ମୁତାବକ ଛାତ୍ରୀମାନେ ପ୍ରଫେସରକଙ୍କ ବିରୋଧରେ ପ୍ରଥମ ଚିଠି ଗତ ଜୁନ୍‌ ମାସରେ ବିଶ୍ୱବିଦ୍ୟାଳୟର ଭିସିଙ୍କୁ ଦେଇଥିଲେ । ହେଲେ ଅଭିଯୋଗର କୌଣସି ପ୍ରମାଣ ଆସିନଥିଲା । ପରେ ନଭେମ୍ବର ମାସରେ ରାଜ୍ୟପାଳଙ୍କ ନିକଟକୁ ପ୍ରଫେସରଙ୍କ ବିରୋଧରେ ଅଭିଯୋଗର ଦୁଇଟି ଚିଠି ପଠାଇଥିଲେ ଛାତ୍ରୀମାନେ । ହେଲେ ରାଜ୍ୟପାଳ ପ୍ରଫେସରଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ ।