• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଦିତ୍ୟ-L1 ପାଇଁ ଐତିହାସିକ ଦିନ। ଗନ୍ତବ୍ୟସ୍ଥଳରେ ପହଞ୍ଚିଲା ଭାରତର ସୂର୍ଯ୍ୟ ମିଶନ୍ । 'ଆଦିତ୍ୟ-L1'। ପୃଥିବୀଠୁ ୧୫ ଲକ୍ଷ କି.ମି. ଦୂର ଲଗରାଞ୍ଜିଆନ୍ ପଏଣ୍ଟ L1ରେ ପହଞ୍ଚିଛି । L1 ପଏଣ୍ଟ ଚାରିପଟେ ଏକ ହାଲୋ ଅର୍ବିଟରେ ଅବସ୍ଥାପିତ କରିଯାବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଥିଲା । ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ ଗତ ସେପ୍ଟେମ୍ବର ୨ରେ ଲଞ୍ଚ ହୋଇଥିଲା ।

ଏହି କକ୍ଷପଥରେ ଘୂର୍ଣ୍ଣନ କରି ସୂର୍ଯ୍ୟ ଉପରେ ଅଧ୍ୟୟନ କରିବ ଆଦିତ୍ୟ L1 । ମିଶନ ମୁନ୍ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ମହାକାଶରେ ଆଉ ଏକ ଉପଲବ୍ଧି ହାସଲ କରିଛି ।

୨୦୨୩ ସେପ୍ଟେମ୍ବର ୯ତାରିଖରେ ଆଦିତ୍ୟ ଏଲ୍-୧କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ଥିବା ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ୍ କରାଯାଇଥିଲା । ହାଲୋ ଅର୍ବିଟ୍‌ରେ ପ୍ରବେଶ କରାଇବା ଲାଗି ଆଦିତ୍ୟ ଏଲ୍-୧ ସାଟେଲାଇଟ୍‌ର ଥ୍ରଷ୍ଟରକୁ କିଛି ସମୟ ପାଇଁ ଚାଲୁ କରାଯିବ । ୧୧୦ ଦିନ ମହାକାଶରେ ଯାତ୍ରା କରିବା ପରେ ଆଦିତ୍ୟ ଏଲ୍-୧ ଏହାର ଲକ୍ଷ୍ୟ ସ୍ଥଳ ତଥା ଲଗରାଞ୍ଜିଆନ୍ ପଏଣ୍ଟରେ ଅବସ୍ଥାପିତ ହୋଇଛି ।

ଏହି ପଏଣ୍ଟରେ ସୂର୍ଯ୍ୟ ଓ ପୃଥିବୀର ମାଧ୍ୟକର୍ଷଣ ବଳର ପ୍ରଭାବ ରହେନାହିଁ । ଯାହାଫଳରେ ଏଠାରେ ରହି ଏହି ମହାକାଶଯାନ ସୂର୍ଯ୍ୟ ଉପରେ ବିଶେଷ ଭାବରେ ଗବେଷଣା କରିପାରିବ । ପୃଥିବୀଠାରୁ ସୂର୍ଯ୍ୟ ମଧ୍ୟରେ ଏଭଳି ୫ଟି ଲଗରାଞ୍ଜିଆନ୍ ପଏଣ୍ଟ ରହିଛି । ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ ପୃଥିବୀଠାରୁ ୧୫ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ । ଏହିଠାରେ ଆଦିତ୍ୟ ଏଲ୍-୧ ରହି ସୂର୍ଯ୍ୟର ବିଭିନ୍ନ ଗତିବିଧି, ସୌରଝଡ଼ ଓ ମହାକାଶର ପାଣିପାଗ ସମ୍ପର୍କରେ ଅନୁଧ୍ୟାନ କରିବ । 

ଅନ୍ୟପଟେ ଭାରତ ତଥା ISROର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ISROର ଏଭଳି ପଦକ୍ଷେପକୁ ସେ ସ୍ୱାଗତ କରିଛନ୍ତି । ଆଗକୁ ଆହୁରି ଅନେକ ବଡ଼ ବଡ଼ ପଦକ୍ଷେପ ନେବା ପାଇଁ ଇସ୍ରୋକୁ ପ୍ରୋତ୍ସାହିତ କରିଛନ୍ତି ମୋଦି ।