କୋକୋ ପକ୍ଷୀଟିଏ ହୋଇଥିଲେ ବି, ତା ପାଇଁ ଘରେ ପଞ୍ଜୁରୀ ନଥିଲା। ମଣିଷ ମାଆର ପ୍ରେମ-ପଞ୍ଜୁରୀରେ ସେ ବାନ୍ଧି ହୋଇ ରହିଥିଲା ସବୁଦିନ। ହେଲେ ହଠାତ୍ ସେମାନଙ୍କର ଏଇ ପ୍ରେମ କାହାଣୀରେ ଘୋଟିଗଲା ଦୁଃଖର କଳାବାଦଲ। ଏବେ ପ୍ରଶ୍ନ- ପ୍ରେମ ବଡ଼ ନା ଆଇନ୍? କୋକୋ ପୁଣି ତା ମଣିଷ ମାଆ ପାଖକୁ ଫେରିବ ତ?
ବାପାଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇଲେ ପୁଅ-ବୋହୂ ଓ ପରିବାର। ମୃତ୍ୟୁ ପରେ ଶବଦାହ କଲେନି ବରଂ ମେଡ଼ିକାଲ ଛାତ୍ରଙ୍କ ପଢା ପାଇଁ ଦାନ କରିଦେଲେ ମରଶରୀର...ମରିବା ପରେ ବି ଅମର ହୋଇ ରହିଲେ ନାରାୟଣ।
ଦିନେ ପଡ଼ିଆ ପଡ଼ିଥିବା ଚାଷ ଜମିରେ ଏବେ ସୁନାର ଫସଲ। ଯୁଆଡ଼େ ଆଖି ବୁଲାଇଲେ ସବୁଜ କ୍ଷେତରେ ହସୁଛି ତାଜା ପନିପରିବା। ଧାଡ଼ି ଧାଡ଼ି ହୋଇ ଲାଗିଛି କୋବି ଗଛ।
ଘରେ ଶୁଆ ରଖିବା ବେଆଇନ୍ । ଏହା ଶୁଣି ଭୋ ଭୋ ହୋଇ କାନ୍ଦିଲେ ସସ୍ମିତା । ହେଲେ ପ୍ରେମ ବଡ ନା ଆଇନ ବଡ । ଏମିତି ଏକ ଦୋଛକିରେ ପଡିଗଲେ ସେ । ଆପଣ କୁହନ୍ତୁ ନା କିଏ ବଡ ।
୧୦ ତାରିଖ ଭିତରେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେବା ନେଇ କୋର୍ଟଙ୍କ ରାୟର ପୁନର୍ବିଚାର ପାଇଁ ସୁମିତ କରିଥିବା ଆବେଦନର ମଧ୍ୟ ଆଜି କୋର୍ଟ ଶୁଣାଣି କରିବେ । ପୂର୍ବରୁ ଏସ୍ଡିଜେଏମ୍ଙ୍କ ନିର୍ଦ୍ଦେଶ ପରେ ସୁମିତଙ୍କ ଘରେ ରହୁଛନ୍ତି ତପସ୍ୱିନୀ ।
ଶିକ୍ଷା ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ସାତ ସପନ । ଉପାନ୍ତ ନୁହେଁ ଖୋର୍ଦ୍ଧା ବାଣପୁରଠାରୁ ମାତ୍ର ୪୦ କିମି ଦୂରରେ ଥିବା ମହୁଲିଆ ଗାଁର ଏଭଳି ଅବସ୍ଥା ।
କଥାରେ ଅଛି ସ୍ନେହ ପ୍ରେମର ବନ୍ଧନ ଅତୁଟ । ଯିଏ ହୃଦୟରୁ ଥରେ ଏହି ବନ୍ଧନରେ ବାନ୍ଧି ହୋଇଛି, ସେ ଜୀବନ ସାରା ଆଉ ବାହାରି ପାରିନି । ସାରା ଓଡ଼ିଶା ଜାଣିଲା ପ୍ରଥମେ କୋକୋ କେଉଁଆଡ଼େ ଉଡ଼ିଯାଇଛି । ତାପରେ..
୪ ଫୁଟର ଅଜଗର ସାପକୁ ଗିଳିଲା ୧୧ଫୁଟ ଲମ୍ବର ଅହିରାଜ । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର କରଡାପଡା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
୪ ଫୁଟର ଅଜଗର ସାପକୁ ଗିଳିଲା ୧୧ଫୁଟ ଲମ୍ବର ଅହିରାଜ । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର କରଡାପଡା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅଜଗର ସାପକୁ ଗିଳି ଦେଇ କରଡାପଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ରୋଷେଇ ଘର ଭିତରକୁ ଅହିରାଜ ସାପ ପଶି ଯାଇଥିଲା ।
କଟକ ତୁଳସୀପୁର ଅଞ୍ଚଳରୁ ଉଡିଯାଇଥିବା ଶୁଆ କୋକୋକୁ ପୁଣି ଫେରି ପାଇଛନ୍ତି ମାଲିକ ପ୍ରଫେସର ସସ୍ମିତା ବେହେରା । ଗତକାଲି ଭୁବନେଶ୍ୱରର କେଶୁରା ନିକଟସ୍ଥ କୁଆଖାଇ ନଦୀକୂଳରୁ ଶୁଆ ମିଳିଥିଲା ।
ବଲାଙ୍ଗିର ଜିଲ୍ଲାରେ ଶିଶୁ ଖାଦ୍ୟ ବଣ୍ଟନରେ ବିଭ୍ରାଟ । ଖାଦ୍ୟ ବଣ୍ଟନରେ ହେରଫେର ନେଇ ସାମନାକୁ ଆସିଲା ଚିତ୍ର । ଯୋଗାଣ ବେଳେ ଅଧବାଟରେ ଗାଏବ ହେଉଛି ଅଧା ପି.ଡି.ଏସ ଚାଉଳ । ଖୋଳତାଡ କରୁ କରୁ ଜଣାପଡିଲା, ଜିଲ୍ଳାରେ ଅଙ୍ଗନୱାଡି ସେଣ୍ଟରକୁ ଚାଉଳ ଯୋଗାଉଥିବା ଟ୍ରାନସପୋର୍ଟ ଏଜେଣ୍ଟ ତୋଫାନ ମେହେରଙ୍କ କାରନାମା ।
ବଞ୍ଚିଥିଲା ବେଳେ ଘର ଲୋକଙ୍କୁ କହିଥିଲେ ମଲା ପରେ ଶରୀରକୁ ପୋଡିବନି କି ପୋତି ଦେବନି । ଏକ ମହାନ କାର୍ଯ୍ୟରେ ଲଗାଇବ । ଏବେ ପୁଅ ବୋହୂ ତାଙ୍କର ଶେଷ ଇଚ୍ଛା ପୂରଣ କରିଛନ୍ତି ।
ଦିନେ ପ୍ରସୂତି ବିଭାଗରେ ଡାକ୍ତରାଣୀ ଥିଲେ। ଭୃଣ ଚିହ୍ନଟକୁ ବିରୋଧ କରି ଡାକ୍ତର ଚାକିରି ଛାଡ଼ି IPS ହେବାର ସ୍ୱପ୍ନ ଦେଖିଲେ। କଠିନ ପରିଶ୍ରମ କରି ଏବେ IPS ଚାକିରି ବି କଲେ...ପୁରୁଣା ସ୍ମୃତିକୁ ମନେ ପକାଇ କୁହନ୍ତି ଝିଅ ହେଲେ ଲୋକଙ୍କ ମନ ଦୁଃଖ ଆଉ ପୁଅ ହେଲେ ଖୁସି, ଏ ଦୃଶ୍ୟ ଦେଖିଲେ ମତେ ଭାରି କଷ୍ଟ ଦିଏ...
ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ ୪୦ ଲକ୍ଷ ଟଙ୍କା ଫେରାଇଦେଲେ ଏହି ଝିଅ । ବିବାହର ଆଠ ଦିନ ପରେ ତାଙ୍କ ସ୍ୱାମୀ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏକମୋ ଚିକିତ୍ସା କରିବାକୁ ଆର୍ଥିକ ସହାୟତା ପାଇଁ ନିବେଦନ କରିଥିଲେ ଲୋକଙ୍କୁ । ପାଇଥିଲେ ଲୋକଙ୍କ ସହାୟତା । ସ୍ୱାମୀ ବଞ୍ଚିପାରିଲେନି ସିନା କିନ୍ତୁ ଲୋକଙ୍କ ସାହାଯ୍ୟକୁ ଭୁଲି ପାରିନାହାନ୍ତି ମୌସୁମୀ । ବଳିଥିବା ୪୦ ଲକ୍ଷ ଟଙ୍କାକୁ ଗରିବ ଲୋକଙ୍କ ଚିକିତ୍ସା ପାଇଁ ଦାନ କରିଦେଲେ ।
ଏ ପରିସ୍ରାରେ ଏମିତି କଣ ରହିଛି? ଗୋଟିଏ କପ୍କୁ ୫ ହଜାର ଟଙ୍କାରେ ହେଉଛି ବିକ୍ରି....ପୁଣି ଚାହିଦା ଏତେ ରହିଛି ଯେ, ହଠାତ୍ ଖୋଜିଲେ ମିଳୁନି...ଜାଣନ୍ତୁ କାହିଁକି ଏହାର ଦାମ ରହିଛି ଏତେ ଅଧିକ?
ଦୁନିଆର ଏଭଳି କିଛି ଭାଗ ରହିଛି, ଯେଉଁଠାରେ ଲୋକମାନେ ୧୦୦ ବର୍ଷ ଓ ତା ଠାରୁ ଅଧିକ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ଜୀବନ ବଂଚିଥାଆନ୍ତି । ଆଉ ସେଭଳି ସ୍ଥାନକୁ କୁହାଯାଏ ବ୍ଲୁ- ଜୋନ୍ । ଏହି ଜୋନରେ ଆସିଥାଏ ବିଶ୍ୱର ୬ଟି ଅଂଚଳ । ବାକି ସହରର ଲୋକମାନଙ୍କ ଅପେକ୍ଷା ଏଠାରେ ଲୋକମାନଙ୍କ ଆୟୁ ଅପେକ୍ଷାକୃତ ଅଧିକ ରହିଥାଏ । ତେବେ ଏଭଳି ସମ୍ଭବ କିପରି ହେଉଛି । କଣ ରହିଛି ରହସ୍ୟ । କଣ ଏହି ବ୍ଲୁ- ଜୋନ୍ । ଏହି ବ୍ଲୁ- ଜୋନରେ କେଉଁ କେଉଁ ଅଂଚଳ ସାମିଲ… ଚାଲନ୍ତୁ ଜାଣିବା
ପୁରୁଷୋତ୍ତମପୁର ବ୍ଲକ୍ ଶିକୁଳା ଗ୍ରାମର ଶିବରାମ ନାୟକ ଦୁଇଟି କିଡ୍ନୀ ହରାଇ ରୋଗ ଶଯ୍ୟାରେ ମରଣ ସହ ସଂଗ୍ରାମ କରୁଥିଲେ ।
କେଉଁଠି ଛାତରୁ ଖସୁଛି କଂକ୍ରିଟ୍ ତ ଆଉ କେଉଁଠି ଉଠିଗଲାଣି ଗଛ । ଅନେକ ସ୍ଥାନରେ ଲୁହା ଛଡ଼ ବାହାରି ପଦାକୁ ଦିଶିଲାଣି । କାନ୍ଥ ବି ଫାଟି ଆଁ କଲାଣି ।
JSWର ପ୍ରସ୍ତାବିତ ଶିଳ୍ପ ପାଇଁ ପ୍ରଶାସନିକ ଜୁଲମ୍ ଆଗରେ ଅସହାୟ ଢିଙ୍କିଆ ବାସିନ୍ଦା । ଘରେ ଥିଲେ ପୋଲିସକୁ ଭୟ, ପାନବରଜକୁ ଟେକିନଦେଲେ ମିଥ୍ୟା ମାମଲାର ଡର । ତେଣୁ ଘର ଛାଡ଼ି କିଏ ବିଲରେ ତ ଆଉ କିଏ ଦଳଭର୍ତ୍ତି ପାଣି କାଦୁଅରେ ଲୁଚିଛନ୍ତି ପୋଲିସ ଭୟରେ ।
ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଡାକ୍ତର ସୁମିତଙ୍କ ବାପା ପ୍ରମୋଦ ସାହୁ । ୨୦ ତାରିଖ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ହାଇକୋର୍ଟ ଯାଇଥିଲେ ।
ବ୍ୟାଙ୍କ ପକ୍ଷରୁ ସିଲ୍ କଲା ବେଳେ ହୋଟେଲ ମାଲିକ ଭିତରେ ରହିଯାଇଥିଲେ । ସଂପର୍କୀୟ ଓ ପୋଲିସ୍ ସହାୟତାରେ ହୋଟେଲ ମାଲିକ ଉଦ୍ଧାର ହୋଇଥିବା ସୂଚନା । ହୋଟେଲ ମାଲିକ ବାହାରିବା ପରେ ପୁନଶ୍ଚ ସିଲ୍ କଲେ ବ୍ୟାଙ୍କ କର୍ତ୍ତୃପକ୍ଷ ।
ଜୋରଜବରଦସ୍ତ ଭିଟାମାଟି ଛଡ଼ାଇ ନେବାକୁ ଜାରି ରହିଥିବା ସରକାରୀ ଷଡ଼ଯନ୍ତ୍ର ଭିତରେ ଏଣେ ଟଳିପଡୁଛି ଜଣଙ୍କ ପରେ ଜଣଙ୍କ ପାନବରଜ । ସରକାରୀ ଲୋକେ ଆସି ହିସାବ କରୁଛନ୍ତି, ତାଲିକା ଧରାଇ ଚାଲିଯାଉଛନ୍ତି । ଲୋକଙ୍କ ପାଖରେ ଆଉ ଚାରା ବି ନାହିଁ ।
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିନିଧି ଭାବେ ଆଜି ପୁଣିଥରେ ଦାୟିତ୍ୱ ଗ୍ରହଣ କରିଛନ୍ତି ମୁଦିରସ୍ତ । ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ନୂତନ ମୁଦିରସ୍ତଙ୍କ ଶାଢ଼ୀ ବନ୍ଧା ନୀତି ଅନୁଷ୍ଠିତ ହୋଇଯାଇଛି । ମୁଦିରସ୍ତ ଭାବରେ ନାରାୟଣ ମୁଦିରସ୍ତ ଶାଢ଼ୀ ବନ୍ଧାଇଥିଲେ । ଗଜପତି ମହାରାଜାଙ୍କ ଦ୍ୱାରା ଶାଢ଼ୀ ବନ୍ଧା ନୀତି ସମ୍ପୂର୍ଣ୍ଣ ହୋଇଥିଲା । ରାଜଗୁରୁଙ୍କ ଦ୍ୱାରା ଏହି ସମସ୍ତ ନୀତି କରାଯାଇଥିଲା । ପୌଷପୂର୍ଣ୍ଣିମା ଅବସରରେ ଏହି ଶାଢ଼ୀ ବନ୍ଧା ନୀତି ସମ୍ପନ୍ନ ହୋଇଛି ।
ପୁଣି ଆଉ ୧ ବର୍ଷ ପାଇଁ ମୁଦିରସ୍ତଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି । ଏହାସହ ସେ ସମସ୍ତ ନୀତିକାନ୍ତି ସୂଚର ରୂପେ କରିବେ ବୋଲି ଗଜପତି ମହାରାଜା କହିଛନ୍ତି ।
ସ୍ୱାମୀଙ୍କୁ ବଞ୍ଚାଇବାକୁ ଲୋକଙ୍କୁ ଆକୁଳ ନିବେଦନ କରିଥିଲେ ପତ୍ନୀ ମୌସୁମୀ । ବାସୁଦେବପୁର ମନ୍ଦାରୀ ଅଞ୍ଚଳର ଅଭିଷେକ ମହାପାତ୍ର ବିବାହର ମାତ୍ର ୮ ଦିନ ପରେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ । ଲୋକମାନେ ବି ସାହାଯ୍ୟ କରିଥିଲେ । ହେଲେ ବଞ୍ଚିପାରି ନଥିଲେ ଅଭିଷେକ । ବଳକା ଥିବା 40 ଲକ୍ଷ ଟଙ୍କାକୁ ସରକାରଙ୍କୁ ଦାନ କରିଦେଲେ ପତ୍ନୀ ମୌସୁମୀ ।