Advertisment

ବହୁ ଚର୍ଚ୍ଚିତ ଶୁଆ କୋକୋକୁ ନିଜ ହେପାଜତକୁ ନେଲା ବନ ବିଭାଗ

କଥାରେ ଅଛି ସ୍ନେହ ପ୍ରେମର ବନ୍ଧନ ଅତୁଟ । ଯିଏ ହୃଦୟରୁ ଥରେ ଏହି ବନ୍ଧନରେ ବାନ୍ଧି ହୋଇଛି, ସେ ଜୀବନ ସାରା ଆଉ ବାହାରି ପାରିନି । ସାରା ଓଡ଼ିଶା ଜାଣିଲା ପ୍ରଥମେ କୋକୋ କେଉଁଆଡ଼େ ଉଡ଼ିଯାଇଛି । ତାପରେ..

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Parrot KOKO

Parrot KOKO

କଟକ: କଟକର ବହୁ ଚର୍ଚ୍ଚିତ ଶୁଆ କୋକୋକୁ ନିଜ ହେପାଜତକୁ ନେଲା ବନ ବିଭାଗ। ବନ ବିଭାଗର ଅଧିକାରୀମାନେ ଆଜି ଶୁଆ ପୋଷିଥିବା ସସ୍ମିତା ବେହେରାଙ୍କ ଘରେ ପହଞ୍ଚି ତନାଘନା କରିଥିଲେ। ପରେ ଶୁଆକୁ ନିଜ ହେପାଜତକୁ ନେଇଯାଇଥିଲେ। ଶୁଆର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ତାକୁ କେଉଁଠି ରଖାଯିବା ସେ ନେଇ ପରେ ନିଷ୍ପତ୍ତି ନିଆଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୨ ଦିନ ଧରି ନିଖୋଜ ହେବା ପରେ ଗତକାଲି ଭୁବନେଶ୍ୱର କେସୁରା ଅଞ୍ଚଳରୁ ମିଳିଥିଲା  କୋକୋ।

Advertisment

ପ୍ରାୟ ବର୍ଷେ ହେଲା ଶୁଆଟି ସସ୍ମିତା ଘରେ ରହୁଥିଲା। ଶୁଆର ନାଁ ରଖିଥିଲେ କୋକୋ। ଅତି ଯତ୍ନ ସହକାରେ ଘରର ସନ୍ତାନ ଭଳି ପାଳି ଥିଲେ। ସସ୍ମିତା  ସେ ପିଞ୍ଜରାରେ ନୁହେଁ ବରଂ ଘରେ ଖୋଲାରେ ବୁଲୁଥିଲା। ତେବେ କିଛି ଦିନ ତଳେ ହଠାତ ମାସ୍କ ପିନ୍ଧିଥିବା କିଛି ଲୋକଙ୍କୁ ଦେଖି ସେ ସେ ଡରି ଯାଇ ନିଖୋଜ ହୋଇଗଲା। ଶୁଆକୁ ପାଇବା ଲାଗି ସେ ପୋଷ୍ଟର ମାରିବା ସହ ଲିଫଲେଟ ବାଣ୍ଟି ବିଜ୍ଞାପନ ଦେଇ ୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ଏବେ କିନ୍ତୁ ବନ ବିଭାଗ ଶୁଆଟିକୁ ନେଇଯାଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ସସ୍ମିତା।

Advertisment

କଥାରେ ଅଛି ସ୍ନେହ ପ୍ରେମର ବନ୍ଧନ ଅତୁଟ । ଯିଏ ହୃଦୟରୁ ଥରେ ଏହି ବନ୍ଧନରେ ବାନ୍ଧି ହୋଇଛି, ସେ ଜୀବନ ସାରା ଆଉ ବାହାରି ପାରିନି । ସାରା ଓଡ଼ିଶା ଜାଣିଲା ପ୍ରଥମେ କୋକୋ କେଉଁଆଡ଼େ ଉଡ଼ିଯାଇଛି । ପରେ ମାଲିକାଣୀ କୋକୋକୁ ଖୋଜିବା ପାଇଁ ବିଜ୍ଞାପନ ବାହାର କଲେ । ଏନେଇ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ହେଲା । ଶେଷରେ ଦୀର୍ଘ ୧୨ ଦିନର ସଂଘର୍ଷ ପରେ ମିଳିଲା କୋକୋ ।

କଟକ ତୁଳସୀପୁର ଅଞ୍ଚଳରୁ ଉଡିଯାଇଥିବା ଶୁଆ କୋକୋକୁ ପୁଣି ଫେରି ପାଇଥିଲେ ମାଲିକ ପ୍ରଫେସର ସସ୍ମିତା ବେହେରା । ଗତକାଲି ଭୁବନେଶ୍ୱରର କେଶୁରା ନିକଟସ୍ଥ କୁଆଖାଇ ନଦୀକୂଳରୁ କୋକୋ ଉଦ୍ଧାର ହୋଇଥିଲା । ଏକ ପରିବାର ଶୁଆଟିକୁ ଆହତ ଅବସ୍ଥାରେ ପାଇଥିଲେ । ଏହାପରେ ଫୋନ କରି ଏହାର ମାଲିକ ପ୍ରଫେସର ସସ୍ମିତା ବେହେରାଙ୍କୁ ଡକାଇ ଶୁଆକୁ ଫେରାଇ ଦେଇଥିଲେ ।

ହେଲେ ଏହି ଖବର ପ୍ରଚାରିତ ହେବାର ମାତ୍ର କିଛି ସମୟ ପରେ ବନ ବିଭାଗ ପହଞ୍ଚିଥିଲା କୋକୋ ଘରେ । ଆଉ କୋକୋକୁ ଛାଡ଼ିଦେବା ପାଇଁ ବାଧ୍ୟ କରିଥିଲା । ସସ୍ମିତାଙ୍କ କହିବାନୁଯାୟୀ, ଶୁଆଟି ଅତି ଛୋଟ ହୋଇଥିବା ବେଳେ ତାକୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ । ପ୍ରାୟ ବର୍ଷେ ହେଲା ଶୁଆଟି ତାଙ୍କ ଘରେ ରହୁଥିଲା । ଶୁଆର ନାଁ ସେ ରଖିଥିଲେ କୋକୋ । ଅତି ଯତ୍ନ ସହକାରେ ଘରର ସନ୍ତାନ ଭଳି ପାଳି ଥିଲେ ସସ୍ମିତା । ସେ ପିଞ୍ଜରାରେ ନୁହେଁ ବରଂ ଘରେ ଖୋଲାରେ ବୁଲୁଥିଲା ବୋଲି ସେ କହିଛନ୍ତି ।

Advertisment
Advertisment