Advertisment

ଦିନେ ପଡ଼ିଆ ଥିଲା ଜମି, ଏବେ ସୁନାର ଫସଲ...ଫଳିଛି ରଙ୍ଗବେରଙ୍ଗ ଫୁଲକୋବି

ଦିନେ ପଡ଼ିଆ ପଡ଼ିଥିବା ଚାଷ ଜମିରେ ଏବେ ସୁନାର ଫସଲ। ଯୁଆଡ଼େ ଆଖି ବୁଲାଇଲେ ସବୁଜ କ୍ଷେତରେ ହସୁଛି ତାଜା ପନିପରିବା। ଧାଡ଼ି ଧାଡ଼ି ହୋଇ ଲାଗିଛି କୋବି ଗଛ।

author-image
Rajalaxmi Sahoo
various colors of cauliflower

various colors of cauliflower

କଥାରେ ଅଛି, ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବପର। ଦିନେ ପଡ଼ିଆ ପଡ଼ିଥିବା ଚାଷ ଜମିରେ ଏବେ ସୁନାର ଫସଲ। ଯୁଆଡ଼େ ଆଖି ବୁଲାଇଲେ ସବୁଜ କ୍ଷେତରେ ହସୁଛି ତାଜା ପନିପରିବା। ଧାଡ଼ି ଧାଡ଼ି ହୋଇ ଲାଗିଛି କୋବି ଗଛ। ରଙ୍ଗବେରଙ୍ଗ ହଳଦିଆ, ବାଇଗଣି, ସବୁଜ ଫୁଲକୋବି। 

Advertisment

ସମ୍ବଲପୁର ଜିଲ୍ଲା ଜୁଜୁମରା ବ୍ଲକ୍‌ ଅନ୍ତର୍ଗତ ଠାକୁରମାଲ ଗାଁର ଶଙ୍ଖଜିନୀ ପ୍ରଧାନ ଜମିରେ ଭିନ୍ନ ଭିନ୍ନ ରଙ୍ଗର ଫୁଲକୋବି ସହ ନାନା ପନିପରିବା ଚାଷ କରିଛନ୍ତି। ନିଜେ ଭଲ ରୋଜଗାର କରିବା ସହ ଗାଁର ଅନ୍ୟ ମହିଳାଙ୍କୁ ବି ଶଙ୍ଖଜିନୀ ରୋଜଗାରକ୍ଷମ କରି ପାରିଛନ୍ତି। 

ଉଦ୍ୟାନ କୃଷି ବିଭାଗର ପରାମର୍ଶରେ ଜୈବିକ ପ୍ରଣାଳୀରେ ପ୍ରାୟ ୨ ଏକର ଜମିରେ ସେ ରଙ୍ଗବେରଙ୍ଗ ଫୁଲ କୋବି ଚାଷ କରିଛନ୍ତି। ଏହି ରଙ୍ଗବେରଙ୍ଗ ପରିବା ଦେଖିବାକୁ ଏବେ ଲୋକଙ୍କ ଭିଡ଼ ଜମୁଛି। ଫୁଲକୋବି ସହ ଗେଣ୍ଡୁ ଫୁଲ, କଞ୍ଚା ଲଙ୍କା, ଅମୃତଭଣ୍ଡା, ମିଠା ମକା, ବାଇଗଣ ଭଳି ଚାଷ ମଧ୍ୟ ସେ କରିଛନ୍ତି। 

Advertisment

ଚାଷରୁ ମାସକୁ ପ୍ରାୟ ୩୦ ହଜାର ଟଙ୍କା ଲାଭ ମିଳୁଥିବାବେଳେ ନିଜ ସହ ଅଞ୍ଚଳର କିଛି ମହିଳାଙ୍କୁ ଶଙ୍ଖଜିନୀ ରୋଜଗାରକ୍ଷମ କରିପାରିଛନ୍ତି। ପ୍ରତିଦିନ ସମ୍ବଲପୁର ବଜାର ଓ ମଲ୍ ଗୁଡିକୁ ପରିବା ଯାଏ ତାଙ୍କ କ୍ଷେତରୁ। ଏଥିରେ ତାଙ୍କ ସ୍ୱାମୀ ସାହାଯ୍ୟ କରୁଥିବ ଶଙ୍ଖଜିନୀ କହିଛନ୍ତି। ଏହାସହ ଘରେ ଖଲି ଦନା ତିଆରି କରି ବିକ୍ରି କରିବା ସହ ମହିଳାମାନଙ୍କୁ କୃଷି ମିତ୍ର ଭାବେ ସେ ମାଗଣା ଶିକ୍ଷା ପ୍ରଦାନ କରୁଛନ୍ତି। ତେବେ ଆଗକୁ ସରକାରୀ ସାହାଯ୍ୟ ମିଳିଲେ, ଆହୁରି ଆଗକୁ ବଢ଼ିପାରିବେ ବୋଲି ସେ ଆଶା ରଖିଛନ୍ତି। 

Organic Farming Farming In Odisha
Advertisment
Advertisment