• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ରହ୍ମପୁର ବ୍ରହ୍ମାନଗରର ତପସ୍ୱିନୀ ଓ ସୁମିତ ବିବାହ ବିବାଦ ମାମଲା । ଆଜି କ’ଣ କହିବେ କୋର୍ଟ । ଉଭୟଙ୍କ ପକ୍ଷରୁ ହୋଇଥିବା ୨ଟି ମାମଲାର ଆଜି ଶୁଣାଣି କରିବେ ଏସ୍‌ଡିଜେଏମ୍‌ କୋର୍ଟ । ଅନ୍ତରୀଣ ରହଣି ପାଇଁ ତପସ୍ୱିନୀ କରିଥିବା ମୂଳ ଆବେଦନର ଆଜି ଶୁଣାଣି ହେବ ।

ସେହିପରି ୧୦ ତାରିଖ ଭିତରେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେବା ନେଇ କୋର୍ଟଙ୍କ ରାୟର ପୁନର୍ବିଚାର ପାଇଁ ସୁମିତ କରିଥିବା ଆବେଦନର ମଧ୍ୟ ଆଜି କୋର୍ଟ ଶୁଣାଣି କରିବେ । ପୂର୍ବରୁ ଏସ୍‌ଡିଜେଏମ୍‌ଙ୍କ ନିର୍ଦ୍ଦେଶ ପରେ ସୁମିତଙ୍କ ଘରେ ରହୁଛନ୍ତି ତପସ୍ୱିନୀ ।

ତେବେ ଦୁଇ ଦିନ ତଳେ ସୁମିତଙ୍କ ପରିବାରକୁ କୋର୍ଟଙ୍କ ପକ୍ଷରୁ ଝଟ୍‌କା ଲାଗିଥିଲା । ସୁମିତଙ୍କ ମାଆ ଓ ଜେଜେ ମାଆଙ୍କ ପକ୍ଷରୁ ରୁଜୁ ମାମଲା SDJM କୋର୍ଟରେ ଖାରଜ ହୋଇଥିଲା । ନିଜର ସୁରକ୍ଷା ଦାବି କରି ମାମଲା ରୁଜୁ କରିଥିଲେ ମାଆ ଓ ଜେଜେ ମାଆ ।

ଅନ୍ୟପଟେ ଦୀର୍ଘ ଦିନ ହେବ ସୁମିତ କେଉଁଠି ଅଛନ୍ତି ତାହା ତପସ୍ୱିନୀଙ୍କୁ ଜଣାନାହିଁ । ଏମିତିକି ସେ ଡ୍ୟୁଟିରେ ମଧ୍ୟ ଯୋଗ ଦେଇନାହାନ୍ତି । ବହୁ ଦିନ ଧରି ସେ ଛୁଟିରେ ଅଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now