• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାଧାରଣତଃ ଆମ ଓଡ଼ିଆ ଲୋକଙ୍କର ଆଶା ଥାଏ, ‘ମଲା ପରେ ମୋତେ ମୋ ଗାଁ ମଶାଣି ପୋଡ଼ିବ’ । ନଚେତ୍‌ ବଡ଼ ଆଶା ଥିଲେ ସ୍ୱର୍ଗଦ୍ୱାରରେ ପୋଡ଼ିବା କଥା ସମସ୍ତେ କୁହନ୍ତି । ତେବେ ଏମିତି ବି ଆମ ଭିତରେ କିଛି ଲୋକ ଅଛନ୍ତି ଯେଉଁମାନେ କୁହନ୍ତି ‘ମଲା ପରେ ମୋତେ ପୋଡ଼ିବନି କି ପୋତିବନି ।’ ଏମିତି ବି ଥାଏ ଶେଷ ଇଚ୍ଛା । ବାପାଙ୍କର ଏଭଳି ଶେଷ ଇଚ୍ଛା ପାଇଁ ପୁଅ ବି ଗର୍ବିତ । ହେଲେ ଏହା କେତେ ଦୂର ସମ୍ଭବ । ଏଭଳି ଶେଷ ଇଚ୍ଛା ଶୁଣିବା ପାଇଁ ଯେକେହି ଆଶ୍ଚର୍ଯ୍ୟ ହେବେ । କିନ୍ତୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ ।

ବଞ୍ଚିଥିଲା ବେଳେ ଘର ଲୋକଙ୍କୁ କହିଥିଲେ ମଲା ପରେ ଶରୀରକୁ ପୋଡିବନି କି ପୋତି ଦେବନି । ଏକ ମହାନ କାର୍ଯ୍ୟରେ ଲଗାଇବ । ଏବେ ପୁଅ ବୋହୂ ତାଙ୍କର ଶେଷ ଇଚ୍ଛା ପୂରଣ କରିଛନ୍ତି । ମୃତ୍ୟୁ ପରେ ବାପାଙ୍କ ଶରୀରକୁ ଦାନ କରିଦେଇଛନ୍ତି ।

ମୟୂରଭଂଜ ରାସଗୋବିନ୍ଦପୁର ଅମର୍ଦ୍ଦା ଗାଁର ନାରାୟଣ ମହାନ୍ତିଙ୍କ ୭୪ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ମରଶରୀରକୁ ପରିବାର ଲୋକେ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜକୁ ଦାନ କରିଛନ୍ତି । ଏହା ପିଲାଙ୍କ ପାଠପଢ଼ାରେ ସହାୟକ ହେବ ବୋଲି ପରିବାର ଲୋକେ କହିଛନ୍ତି । ନାରାୟଣ ଛାତ୍ର ଜୀବନରେ ଛାତ୍ର ନେତା ହୋଇ ନିଜର ପରିଚୟ ସୃଷ୍ଟି କରିଥିଲେ । ପରେ ଗାଁ ନିକଟସ୍ଥ ତମ୍ବାଖରୀ ହୃଦାନନ୍ଦ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ ଶିକ୍ଷକତା କରି ବହୁ ପିଲାଙ୍କୁ ମଣିଷ କରିଛନ୍ତି ।

ସେହିଭଳି ଗରିବ ଲୋକଙ୍କ ଦୁଖଃସୁଖର ସାଥି ହୋଇ ଆଖପାଖ ଗାଁ ଗୁଡିକରେ ସାହାଯ୍ୟ କରୁଥିଲେ । ଲୋକଙ୍କ ଅଜସ୍ର ଭଲପାଇବା ପରେ ଏକ ନିର୍ଦ୍ଦିଷ୍ଟ ଦଳର ଆଗ ଧାଡିର ନେତା ବି ଥିଲେ । ଏବେ ମୃତ୍ୟୁ ପରେ ବି ସେ ଶରୀର ଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।