Advertisment

Lapse in Security: ସୁରକ୍ଷା ବ୍ୟବସ୍ଥାରେ ବଡ ତ୍ରୁଟି, ରେଳ ୱାଗନରୁ ୧୨ ବୋମା ଜବତ

ପ୍ରତିଦିନ ଷ୍ଟେସନକୁ ଆସୁଥିବା ରେଳ ୱାଗନକୁ ଯାଞ୍ଚ କରାଯାଏ। ଯାଞ୍ଚ ସମୟରେ ରେଲୱେ ପୋଲିସ ଓ ରେଳ କର୍ମଚାରୀ ୧୨ଟି ଅଫୁଟା ବୋମା ଜବତ କରିଥିଲେ। ବୋମା ଗୁଡିକ ସଇଁତଳା ଅର୍ଡନାନ୍ସ ଫ୍ୟାକ୍ଟ୍ରିର ବୋଲି ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି।

author-image
Saroj Kumar Jena
ଅଦ୍ୟତନ ହୋଇଛି
Bomb

Bomb

କଣ୍ଟାବାଞ୍ଜିରେ ଏକ ବଡ ଦୁର୍ଘଟଣାକୁ ଟାଳି ଦିଆଯାଇଛି। ଏକ ରେଳ ୱାଗନ ମଧ୍ୟରୁ ୧୨ଟି ବୋମା ଜବତ କରାଯାଇଥିବା ବେଳେ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇଥିଲା। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ସୋମବାର ୧୨ ଟି ଜୀବନ୍ତ ବୋମା ଉଦ୍ଧାର କରାଯାଇଛି। ରେଳ ୱାଗନ ଭିତରୁ ଏହି ବୋମା ଗୁଡିକ ଜବତ କରାଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ: ହାଇ-ପ୍ରୋଫାଇଲ ଠକ ହଂସିତା-ଅନୀଲଙ୍କୁ ଜେରା କରୁଛି ଆୟକର ବିଭାଗ, ଖୋଲିବ ସବୁ ଗୁମର

ପ୍ରତିଦିନ ଷ୍ଟେସନକୁ ଆସୁଥିବା ରେଳ ୱାଗନକୁ ଯାଞ୍ଚ କରାଯାଏ। ଯାଞ୍ଚ ସମୟରେ ରେଲୱେ ପୋଲିସ ଓ ରେଳ କର୍ମଚାରୀ ୧୨ଟି ଅଫୁଟା ବୋମା ଜବତ କରିଥିଲେ। ବୋମା ଗୁଡିକ ସଇଁତଳା ଅର୍ଡନାନ୍ସ ଫ୍ୟାକ୍ଟ୍ରିର ବୋଲି ଷ୍ଟେସନ ମ୍ୟାନେଜର ସୂଚନା ଦେଇଛନ୍ତି। ଏହ ବୋମା ଗୁଡିକ ଫେରାଇ ଦିଆଯାଇଥିବା କହିଛନ୍ତି ଷ୍ଟେସନ ମ୍ୟାନେଜର। କିନ୍ତୁ ଅର୍ଡନାନ୍ସ ଫ୍ୟାକ୍ଟ୍ରିର ବୋମା ରେଳ ୱାଗନ ଭିତରକୁ କିପରି ଆସିଲା ତାହା ଜଣାପଡ଼ିନାହିଁ।

Advertisment

ସଇଁତଳା ଅର୍ଡନାନ୍ସ ଫ୍ୟାକ୍ଟ୍ରିର ଏହି ବୋମା ଗୁଡିକ ଥିବା ବେଳେ ଏହା ଟ୍ରେନ ମଧ୍ୟକୁ କିପରି ଆସିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ୟୁନିଟର ବୋମା ରହିଥିବା ବେଳେ ଏଥିରେ ୧୨ଟି ବୋମା ରହିଛି। ରେଳ ୱାଗନରେ ଆସିଥିବା ଅସ୍ତ୍ରଶସ୍ତ୍ର ସଇଁତଳା ଅର୍ଡନାନ୍ସ ଫ୍ୟାକ୍ଟ୍ରିରେ ଅନଲୋଡ ହୋଇଥିଲା। ମହାରାଷ୍ଟ୍ରରୁ ଏହି ଅସ୍ତ୍ରଶସ୍ତ୍ର ସବୁ ଆସିଥିଲା। ରାତିରେ ଅନଲୋଡ ହୋଇଥିବା ବେଳେ ଭୁଲ ବଶତଃ ଏହି ୟୁନିଟଟି ରହି ଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ୱାଗନରେ ଚାଉଳ ଲୋଡ ହେବା ପାଇଁ କଣ୍ଟାବାଞ୍ଜି ଆସିଥିଲା।

ସଇଁତଳା ଅର୍ଡନାନ୍ସ ଫ୍ୟାକ୍ଟ୍ରିରେ ଅନଲୋଡ ହୋଇ ସାରିଥିବା ବେଳେ ପରେ ଚେକିଂ ସମୟରେ ଏହି ୟୁନିଟ ମିସ ହୋଇଥିବା ଜଣା ପଡିଥିଲା। ପରେ ଅର୍ଡନାନ୍ସ ଫ୍ୟାକ୍ଟ୍ରିର ଏକ ଟିମ ଆସି ତଦନ୍ତ କରିବା ସହ ବୋମା ଗୁଡିକୁ ନେଇଥିଲେ। ତେବେ କିଭଳି ଓ କେଉଁ ପରସ୍ଥିତିରେ ସୁରକ୍ଷା ବ୍ୟବସ୍ଥାରେ ଏତେ ବଡ ବିଚ୍ୟୁତି ଘଟିଲା ତାକ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁ: NAAC ରେଟିଂ ଲାଂଚ ମାମଲା; ୧୦ ଜଣଙ୍କୁ ଗିରଫ କଲା CBI

Railways
Advertisment
Advertisment