• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ରହ୍ମପୁର ବ୍ରହ୍ମାନଗର ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀ ବିବାଦ ମାମଲା । ସୁମିତଙ୍କ ମାଆ ଓ ଜେଜେ ମାଆଙ୍କ ପକ୍ଷରୁ ରୁଜୁ ମାମଲା SDJM କୋର୍ଟରେ ଖାରଜ । ନିଜର ସୁରକ୍ଷା ଦାବି କରି ମାମଲା ରୁଜୁ କରିଥିଲେ ମାଆ ଓ ଜେଜେ ମାଆ ।

ଖାଲି ସେତିକି ନୁହେଁ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଡାକ୍ତର ସୁମିତଙ୍କ ବାପା ପ୍ରମୋଦ ସାହୁ । ୨୦ ତାରିଖ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ହାଇକୋର୍ଟ ଯାଇଥିଲେ । ଏହି ପ୍ରସଙ୍ଗରେ ଥାନାରେ ମାମଲା ଦାୟର ହୋଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ସେ ଅଭିଯୋଗ କରିଥିଲେ । ଯାହା ଫଳରେ ତାଙ୍କ ପ୍ରତି ଏବଂ ତାଙ୍କ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ଆବେଦନରେ ଦର୍ଶାଇଥିଲେ । ଏସବୁକୁ ଦୃଷ୍ଟିରେ ରଖି ଉପଯୁକ୍ତ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଆବେଦନ କରିଥିଲେ ।

ଗତ ଡିସେମ୍ବର ୨୦ ତାରିଖରେ ଦମ୍ପତି ତପସ୍ୱିନୀ-ଡାକ୍ତର ସୁମିତ ବିବାହ ବିବାଦ ମାମଲାରେ ଭଡ଼ା ଘର ନେଇ ତପସ୍ୱିନୀଙ୍କୁ ରଖିବାକୁ ଡାକ୍ତର ସୁମିତଙ୍କୁ ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହେଲେ ତାହା ହୋଇନଥିଲା । ପରେ ତପସ୍ୱିନୀଙ୍କୁ ଶାଶୂଘରେ ପୂରାଇବା ପାଇଁ କିଛି ସ୍ଥାନୀୟ ମହିଳା ସୁମିତଙ୍କ ଘର ଗ୍ରୀଲ ଭାଙ୍ଗି ପଶିଥିଲେ । ତପସ୍ୱିନୀଙ୍କୁ ନ୍ୟାୟ ଦେବା ପାଇଁ ଗେଟ୍ ଭାଙ୍ଗିଲୁ ବୋଲି କିଛି ମହିଳା କହିଥିଲେ ।

ଅନ୍ୟପଟେ ଦୀର୍ଘ ଦିନ ହେବ ସୁମିତ କେଉଁଠି ଅଛନ୍ତି ତାହା ତପସ୍ୱିନୀଙ୍କୁ ଜଣାନାହିଁ । ଏମିତିକି ସେ ଡ୍ୟୁଟିରେ ମଧ୍ୟ ଯୋଗ ଦେଇନାହାନ୍ତି । ବହୁ ଦିନ ଧରି ସେ ଛୁଟିରେ ଅଛନ୍ତି ।