• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯୋଜନା ପରେ ଯୋଜନା କରୁଛନ୍ତି ସରକାର । ମାତ୍ର ଆଜି ବି ଯୋଜନା ଆଢ଼ୁଆଳରେ ରହିଯାଇଛି ଅନେକ ଗାଁ । ଏମିତି ଗାଁ ରହିଛି ଯେଉଁଠି ନା ଅଛି ଭଲ ରାସ୍ତା ନା ଅଛି ପାନୀୟ ଜଳର ସୁବିଧା । ଶିକ୍ଷା ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ସାତ ସପନ । ଉପାନ୍ତ ନୁହେଁ ଖୋର୍ଦ୍ଧା ବାଣପୁରଠାରୁ ମାତ୍ର ୪୦ କିମି ଦୂରରେ ଥିବା ମହୁଲିଆ ଗାଁର ଏଭଳି ଅବସ୍ଥା ।

ବଣ ପାହାଡ଼ ଭିତରେ ଅଣଓସାରିଆ ମାଟି ରାସ୍ତା ବାଣପୁର ଭାଟ୍ଟପଡ଼ାଠାରୁ ଜଙ୍ଗଲ ଭିତରେ ପ୍ରାୟ ୧୫ କିଲୋମିଟର ଗଲେ ପଡ଼ିବ ଆଦିବାସୀ ଗାଁ ମହୁଲିଆ । ପ୍ରାୟ ୭୦ରୁ ୭୫ ପରିବାର ଏଠି ବସବାସ କରନ୍ତି । ହେଲେ କାହାରି ହେଲେ ନାହିଁ ପକ୍କା ଘର । ଝାଟିମାଟିର ଚାଳଛପର ଘରେ ବିତୁଛି ଜୀବନ । ରାତି ହେଲେ ଡିବିରି ଆଲୁଅ ଏକମାତ୍ର ଭରସା । ସୋଲାର ଖୁଣ୍ଟି ଥିଲେ ବି ଏହା ଦୁଇ ବର୍ଷ ହେବ ଅଚଳ ପଡ଼ିଛି । ଖାଲି ସେତିକି ନୁହେଁ ସରକାରଙ୍କ ବିଭିନ୍ନ ଯୋଜନା ଏଠି ଅପହଞ୍ଚ । ପାନୀୟ ଜଳଠୁ ଆରମ୍ଭ କରି ଶିକ୍ଷା ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ ।

ଖାଲି ଏହି ଗୋଟିଏ ଗାଁ ନୁହେଁ, ଆଖପାଖରେ ଥିବା ଶିବିଡ଼ା ଏବଂ ନାଣ୍ଡୁରରେ ମଧ୍ୟ ସମାନ ଅବସ୍ଥା । ଏନେଇ ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଗାଁ ଲୋକେ ରହୁଥିବା ଅଞ୍ଚଳ ଜଙ୍ଗଲ ବିଭାଗ ଅଧିନରେ ଆସୁଛି ଜଙ୍ଗଲ ବିଭାଗ ସହ ଆଲୋଚନା କରାଯାଇ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରାଯାଉଥିବା ବିଡିଓ କହିଛନ୍ତି ।