• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର, ପଟିଆର ଇନ୍‌ଫୋସିଟି ଅଞ୍ଚଳରେ ଥିବା ଏକ ହୋଟେଲ୍ ବିଜେଏସ ବାଇ ଦି ୱେ ସିଲ୍ । ବ୍ୟାଙ୍କ ଋଣ ପରିଶୋଧ କରିନପାରିବା ଅଭିଯୋଗରେ ହୋଟେଲ୍ ସିଲ୍ । ଋଣ ପ୍ରଦାନକାରୀ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଟଙ୍କପାଣି ରୋଡ୍ ଶାଖା ଦ୍ୱାରା ସିଲ୍ । ବ୍ୟାଙ୍କ ପକ୍ଷରୁ ସିଲ୍ କଲା ବେଳେ ହୋଟେଲ ମାଲିକ ଭିତରେ ରହିଯାଇଥିଲେ । ସଂପର୍କୀୟ ଓ ପୋଲିସ୍ ସହାୟତାରେ ହୋଟେଲ ମାଲିକ ଉଦ୍ଧାର ହୋଇଥିବା ସୂଚନା । ହୋଟେଲ ମାଲିକ ବାହାରିବା ପରେ ପୁନଶ୍ଚ ସିଲ୍ କଲେ ବ୍ୟାଙ୍କ କର୍ତ୍ତୃପକ୍ଷ । ବିନା ନୋଟିସ୍‌ରେ ବ୍ୟାଙ୍କ ସିଲ୍ କରିଥିବା ହୋଟେଲ ମାଲିକ ଅଭିଯୋଗ ଅଣିଛନ୍ତି ।

 ହୋଟେଲ ମାଲିକ ସମରେନ୍ଦ୍ର ପରିଜା ଦୀର୍ଘ ୬ ଘଣ୍ଟା ଧରି ସିଲ ହେବା ପରେ ପୋଲିସ ପହଞ୍ଚି ମାଲିକଙ୍କୁ ଉଦ୍ଧାର କରିଥିଲେ । ସିଲ ହୋଇଥିବା ବ୍ୟକ୍ତି ଜଣକ ପୂର୍ବତନ ନୌସେନା ଅଧିକାରୀ ବୋଲି ସୂଚନା ମିଳିଛି ।

ବ୍ୟାଙ୍କ ପକ୍ଷରୁ ଅଚାନକ ଏକ ନୋଟିସ ମରାଯାଇଥିଲା ଆଉ ହୋଟେଲକୁ ସିଲ୍‌ କରାଯାଇଥିଲା । ସେହି ନୋଟିସ୍‌ରେ ସ୍ପଷ୍ଟ ଲେଖାଯାଇଛି ସମରେନ୍ଦ୍ର ପରିଜା ନାମକ ବ୍ୟକ୍ତି ବ୍ୟାଙ୍କରୁ ଲୋନ୍ ନେଇ ସୁଝିନାହାନ୍ତି । ଆଉ ଋଣ ନେବା ବେଳେ ସମରେନ୍ଦ୍ର ଏହି ଘରଟିକୁ ବ୍ୟାଙ୍କ ନିକଟରେ ବନ୍ଧକ ରଖିଥିଲେ । ବ୍ୟାଙ୍କ ପକ୍ଷରୁ ଆହୁରି କୁହାଯାଇଛି ଯେ, ଯଦି ଏହି ସମ୍ପତ୍ତିକୁ କାହାକୁ ହସ୍ତାନ୍ତର କରାଯାଇପାରିବ ନାହିଁ । ଯଦି କେହି କରନ୍ତି ବା କିରିଛନ୍ତି, ତେବେ ଏଥିପାଇଁ ବ୍ୟାଙ୍କ ଦୟୀ ରହିବ ନାହଁ ।