/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642483426.jpg)
Giri Market
ବିପଦଶଙ୍କୁଳ ଅବସ୍ଥାରେ ବ୍ରହ୍ମପୁରର ସର୍ବବୃହତ୍ତ ବଜାର କମ୍ପ୍ଲେକ୍ସ ଗିରି ମାର୍କେଟ । କେତେବେଳେ ଯେ କ’ଣ ଅଘଟଣ ଘଟିବ ତା କହିବା ମୁସ୍କିଲ୍ । ଏଭଳି ସ୍ଥିତିରେ ସେଠାରେ ବେପାର ବଣିଜ କରୁଥିବା ଶତାଧତ୍କ ବ୍ୟବସାୟୀ, ତୁରନ୍ତ କୋଠାର ମରାମତି କରିବାକୁ ଦାବି କରିଛନ୍ତି ।
କେଉଁଠି ଛାତରୁ ଖସୁଛି କଂକ୍ରିଟ୍ ତ ଆଉ କେଉଁଠି ଉଠିଗଲାଣି ଗଛ । ଅନେକ ସ୍ଥାନରେ ଲୁହା ଛଡ଼ ବାହାରି ପଦାକୁ ଦିଶିଲାଣି । କାନ୍ଥ ବି ଫାଟି ଆଁ କଲାଣି । ଏହା ହେଉଛି ବ୍ରହ୍ମପୁର ସହରର ସର୍ବବୃହତ୍ତ ଏବଂ ସର୍ବପୁରାତନ ମାର୍କେଟ, ଗିରି ମାର୍କେଟ । ୧୯୭୪ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଭି.ଭି ଗିରିଙ୍କ ନାଁରେ ନାମିତ ଓ ତାଙ୍କ ଦ୍ୱାରା ଉଦ୍ଘାଟିତ ଏହି ମାର୍କେଟ୍ ଆଜି ସଂପୂର୍ଣ୍ଣ ବିପଦଶଙ୍କୁଳ ଅବସ୍ଥାରେ ରହିଛି । କେତେବେଳେ ବି ଘଟିପାରେ କୌଣସି ଅଘଟଣ । ଏଭଳି ସ୍ଥିତିରେ ସେଠାରେ ଥିବା ଦୋକାନୀ ଜୀବନକୁ ବାଜି ଲଗାଇ ବ୍ୟବସାୟ କରୁଥିବା କହିଛନ୍ତି ।
କିଛିଦିନ ତଳେ ଏକ ବଡ଼ ସିମେଣ୍ଟ ଖଣ୍ଡ ଛାତରୁ ଖସିଥିଲା । ତେବେ ସୌଭାଗ୍ୟବଶତଃ କାହାରି କିଛି ହୋଇନାହିଁ । ପ୍ରତିବର୍ଷ ମହାନଗର ନିଗମ ୧୦ ପ୍ରତିଶତ ଭଡ଼ା ବୃଦ୍ଧି କରୁଥିବା ବେଳେ କାହିଁକି ଏହାର ରକ୍ଷଣାବେକ୍ଷଣ କରୁନାହିଁ ବୋଲି ବ୍ୟବସାୟୀ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ କହିବା କଥା କୋଠାକୁ ବିପଦ ସଙ୍କୁଳ ଘୋଷଣା କରାଯାଇଛି । ବିଲ୍ଡିଂ ଖାଲି କରିବାକୁ ବ୍ୟବସାୟୀଙ୍କୁ ନୋଟିସ୍ ବି କରାଯାଇଛି । ବ୍ୟବସାୟୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପରେ କୋଠାର ରକ୍ଷଣାବେକ୍ଷଣ କରାଯିବ ବୋଲି କମିଶନର କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)