• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ବଲାଙ୍ଗିର ଜିଲ୍ଲାରେ ଶିଶୁ ଖାଦ୍ୟ ବଣ୍ଟନରେ ବିଭ୍ରାଟ

  • ଯୋଗାଣ ବେଳେ ଅଧବାଟରେ ଗାଏବ ହେଉଛି ଚାଉଳ

ପାଟଣାଗଡ଼ର ଉପଖଣ୍ଡ ଯୋଗିମୁଣ୍ଡାରେ ଅଛି ସ୍ଥାନୀୟ ବ୍ୟବସାୟୀ ଅଶୋକ ଜୈନଙ୍କ ସାର ଗୋଦାମ ।  ଆଉ ଏହି ସାର ଗୋଦାମର ଗୋଟିଏ ପଟେ  ରହିଛି ବିଷାକ୍ତ ସାର ଓ ଅନ୍ୟପଟେ ରହିଛି ଛୁଆଙ୍କ ଖାଦ୍ୟ । ସାର ଗୋଦାମ ଭିତରେ କିନ୍ତୁ ରଖାଯାଇଛି ୧୬୪୦ ପ୍ୟାକେଟ ଅଙ୍ଗନୱାଡି ଚାଉଳ ।  ସବୁ ବସ୍ତାରେ ଲେଖାଯାଇଛି ସରକାରୀ ମାର୍କା  ।  ତେବେ ପି.ଡି.ଏସ ଚାଉଳ ଖୋଳତାଡ କରୁ କରୁ ଜଣାପଡିଥିଲା, ଜିଲ୍ଳାରେ ଅଙ୍ଗନୱାଡି ସେଣ୍ଟରକୁ ଚାଉଳ ଯୋଗାଉଥିବା ଟ୍ରାନସପୋର୍ଟ ଏଜେଣ୍ଟ ତୋଫାନ ମେହେରଙ୍କ କାରନାମା । 

ଟ୍ରାନସପୋର୍ଟ ଏଜେଣ୍ଟ ତୋଫାନ ମେହେରଙ୍କ ବିଭିନ୍ନ ସମୟରେ ଏହି ଗୋଦାମରେ ଚାଉଲ ହୋଡିଂ କରି ରଖିଥାଆନ୍ତି ।  କେବେ କେବେ ଅଙ୍ଗନୱାଡି ସେଣ୍ଟର ସହିତ ଦେଣଲେଣରେ ସେଟିଂ ହୋଇଯାଏ ।  ଚୋରା ଚାଉଳକୁ ରାଇସ ମିଲକୁ ଯୋଗାଣ ହୋଇଥାଏ । ଟ୍ରାନସପୋର୍ଟ ଏଜେଣ୍ଟ ତୋଫାନ ମେହେର ମିଳିଥିବା ସୂଚନା ଅନୁଯାୟୀ, ଗୋଦାମକୁ ଲିଜ ଆକାରରେ ନେଇ, ଖେଳ କରନ୍ତି ଟ୍ରାନସପୋର୍ଟ ଏଜେଣ୍ଟ ।

ଏଠି ବସ୍ତା ପିଛା ତିନିରୁ ପାଂଚ କିଲୋ ଚାଉଳ କଢାଯାଇଥାଏ ।  କମ ଓଜନର ଚାଉଳ, ଅଙ୍ଗନୱାଡି କର୍ମୀଙ୍କୁ ଦେଇ ଏ.ସି ନୋଟସିଟରେ ଦସ୍ତଖତ ଅଣାଯାଇଥାଏ । ଏପରିକ ଭାବରେ ଏକ ବଡ ର୍ୟାକେଟ ପୂରା ଜିଲ୍ଳାରେ କାମ କରିଥାଏ । ବଳକା ଚାଉଳ ପୁଣି କୌଣସି ମିଲ ସହିତ ସଲାସୁତୁରା କରି ତାଙ୍କ ଆକାଉଣ୍ଟରେ ଆଟାଚ କରାଯାଏ ।  କିନ୍ତୁ ଏଇଠି ବଡ ପ୍ରଶ୍ନ  ଉଠୁଛି ଯେ, ବାଟରେ କାହିଁକି ଅନଲୋଡ ହେଲା ଚାଉଳ? ଏହା ଏକ ଭୁଲ ନୁହେଁକି ? ପୁଣି ସାର ଗୋଦାମରେ ଛୁଆଙ୍କ ଖାଦ୍ୟ ! ଏହା ଏକ ଅପରାଧ ନୁହେଁ କି ? କିନ୍ତୁ ଏଠି ବି ତଦନ୍ତ ନାଁରେ ସଲାସୁତୁରା ଚାଲିଛି ।