/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642493288.jpg)
Missing Parrot
୧୨ ଦିନର ସଂଘର୍ଷ ପରେ ମିଳିଲା କୋକୋ । କଟକ ତୁଳସୀପୁର ଅଞ୍ଚଳରୁ ଉଡିଯାଇଥିବା ଶୁଆ କୋକୋକୁ ପୁଣି ଫେରି ପାଇଛନ୍ତି ମାଲିକ ପ୍ରଫେସର ସସ୍ମିତା ବେହେରା । ଗତକାଲି ଭୁବନେଶ୍ୱରର କେଶୁରା ନିକଟସ୍ଥ କୁଆଖାଇ ନଦୀକୂଳରୁ ଶୁଆ ମିଳିଥିଲା । ଏକ ପରିବାର ଶୁଆଟିକୁ ଆହତ ଅବସ୍ଥାରେ ପାଇଥିଲେ । ଏହାପରେ ଫୋନ କରି ଏହାର ମାଲିକ ପ୍ରଫେସର ସସ୍ମିତା ବେହେରାଙ୍କୁ ଡକାଇ ଶୁଆକୁ ଫେରାଇ ଦେଇଛନ୍ତି ।
ସସ୍ମିତାଙ୍କ କହିବାନୁଯାୟୀ, ଶୁଆଟି ଅତି ଛୋଟ ହୋଇଥିବା ବେଳେ ତାକୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ । ପ୍ରାୟ ବର୍ଷେ ହେଲା ଶୁଆଟି ତାଙ୍କ ଘରେ ରହୁଥିଲା । ଶୁଆର ନାଁ ସେ ରଖିଥିଲେ କୋକୋ । ଅତି ଯତ୍ନ ସହକାରେ ଘରର ସନ୍ତାନ ଭଳି ପାଳି ଥିଲେ ସସ୍ମିତା । ପରେ ସେ ପିଞ୍ଜରାରେ ନୁହେଁ ବରଂ ଘରେ ଖୋଲାରେ ବୁଲୁଥିଲା ବୋଲି ସେ କହିଛନ୍ତି ।
ତେବେ ହଠାତ ମାସ୍କ ପିନ୍ଧିଥିବା କିଛି ଲୋକଙ୍କୁ ଦେଖି ସେ ସେ ଡରି ଯାଇ ନିଖୋଜ ହୋଇଯାଇଥିଲା ବୋଲି ସୁସ୍ମିତା କହିଥିଲେ । ୧୨ ଦିନ ତଳେ ପ୍ରଫେସର ସସ୍ମିତା ବେହେରାଙ୍କ ଘରୁ ଶୁଆଟି ଉଡିଯାଇଥିଲା । ଶୁଆକୁ ପାଇବା ଲାଗି ସେ ପୋଷ୍ଟର ମାରିବା ସହ ଲିଫଲେଟ୍ ବାଣ୍ଟି ବିଜ୍ଞାପନ ଦେଇ ୫ ହଜାର ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)