ବିବାହ ବନ୍ଧନରେ ବାନ୍ଧିହେଲେ ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ।
ନୂତନ ଭାବେ ଦାୟିତ୍ୱ ନେଇଥିବା ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କର ଏହା ପ୍ରଥମ ପରିଚାଳନା କମିଟି ବୈଠକ
ଆଦିବାସୀ ଅଧ୍ୟୁଷିତ ଇଲାକାରେ ଆୟୋଜିତ ହୋଇଛି ଆୟୁଷ୍ମାନ ଭାରତ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ମେଳା । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଏକୁଲସେକୁଲ ଇଲାକାରେ ଆରମ୍ଭ ହୋଇଛି ଏହି ମେଳା ।
ନେତା ହେବ ତ ଏମିତି। ନିର୍ବାଚନ ଜିତିବା ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ଆଜି ପାଳନ କଲେ। ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଗାଁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ରାସନ୍...ଭୂରି ଭୂରି ପ୍ରଶଂସା କରୁଛନ୍ତି ଅଞ୍ଚଳବାସୀ
ଦିନ ଥିଲା ମାଟିପାତ୍ରର ଚାହିଦା ଢେର ଅଧିକ ଥିଲା, କିନ୍ତୁ ଆଧୁନିକ ଯୁଗରେ ପ୍ରାୟତଃ ଅଲୋଡା ମାଟି ସାମଗ୍ରୀ । ଆଉ ଅଦରକାରୀ ହୋଇପଡିଲେଣି ମାଟି କାରୀଗର । ଗୋଟେପଟେ କଂଚାମାଲ ର ଅଭାବ ଅନ୍ୟପଟେ ନିଜ ଉଦ୍ୟମରେ ଯାହା କିଛି ତିଆରି ହେଉଛି ତାହା ବିକ୍ରି ହେବା ବି କଷ୍ଟକର । ସରକାରୀ ପ୍ରୋତ୍ସାହନ ସହ କଂଚାମାଲର ଅଭାବ ଓ ବିକ୍ରି ଲାଗି ବଜାର ସୁବିଧା ନଥିବାରୁ ବେଉସା ଛାଡିବାକୁ ବସିଲେଣି କୁମ୍ଭକାର ପରିବାର ।
ହ୍ରଦର ନାମ ନାଟ୍ରନ୍। ପାଣି କ୍ଷାରୀୟ। ଏହି ହ୍ରଦ ଅତ୍ୟନ୍ତ ବିପଜ୍ଜନକ। କୁହାଯାଏ ଯେ ଏହି ହ୍ରଦ ସଂସ୍ପର୍ଶରେ ଆସୁଥିବା ଜୀବ ପଥରରେ ପରିଣତ ହୋଇଯାଆନ୍ତି।
ବଢ଼ିବାରେ ଲାଗିଛି କିଡ୍ନୀ ରୋଗୀଙ୍କ ସଂଖ୍ୟା। ରେଢାଖୋଲ ବ୍ଲକ ର ବଂଶାଜାଲ ପଚାଂୟତର ହେଲେଇ ଗାଁରେ ଏବେ ୬ ଜଣ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ପଡିଥିବାବେଳେ ଏହି ରୋଗରେ ୫ଜଣଙ୍କ ଜୀବନ ଗଲାଣି ।
ଶିକ୍ଷିତ ହୋଇଥିଲେ ମଧ୍ୟ ତାଙ୍କ ଅବସ୍ଥା ଭଲ ନ ଥିବାରୁ ସୁଇପର ଭାବରେ କାମ କରିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ତାଙ୍କର ଦକ୍ଷତା ଓ ପରିଶ୍ରମ ଲୁଚି ରହିଲା ନାହିଁ। ତାଙ୍କର ଜୋସ୍ ତାଙ୍କୁ ସଫଳତା ଦେଇଥିଲା। ସେ ହେଉଛନ୍ତି ହାଇଦ୍ରାବାଦର ପୋଷ୍ଟ୍ ଗ୍ରାଜୁଏଟ୍ ସୁଇପର ଅମ୍ବି ରଜନୀ।
ବିଶ୍ୱର ସବୁଠୁ ବୟସ୍କ ପାଣୀ ପାଲଟିଛି ଜୋନାଥନ୍ କଇଁଛ । ଚଳିତ ବର୍ଷ ଜୋନାଥନ୍ ୧୯୦ ବର୍ଷରେ ପାଦ ଥାପିଛି ।
ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମାଲକାନଗିରି ଡିଆର୍ଡିଏ କନ୍ଫରେନ୍ସ ହଲରେ ସେ ବିଭିନ୍ନ ଯୋଜନାର ସମୀକ୍ଷା କରିବେ ।
ନାରୀ ହୋଇଛି ସ୍ୱାବଲମ୍ବୀ। ପୁରୁଷ ସହ କାନ୍ଧରେ କାନ୍ଧ ମିଳେଇ ଚାଲୁଛି ବାଟ। ନିଜର ଉଦ୍ୟମ ବଳରେ ସମାଜର ମାନସିକତାରେ ବଡ଼ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛି ନାରୀ। ସେମିତି ଜଣେ ନାରୀ ହେଲେ ଦମୟନ୍ତୀ ନାଏକ। ପରିବାର ବୋଝ ସମ୍ଭାଳିବା ପାଇଁ ସେ କିପରି ସାଜିଲେ ଅଟୋ ଚାଳକ ଆସନ୍ତୁ ସେ ବିଷୟରେ ଜାଣିବା।
ପେଷା ରୋଗୀସେବା, ନିଶା ଅଭିନୟ । ଜଣେ ନମ୍ର ସ୍ୱଭାବୀ ଓ ମିଷ୍ଟଭାଷୀ ଡାକ୍ତରରୁ ମହାପରାକ୍ରମୀ ରାବଣ ଚରିତ୍ରରେ ଅଭିନୟ ।
ଖୋର୍ଦ୍ଧା ସହରରେ ସନ୍ଧ୍ୟା ବେଳେ କରେଣ୍ଟ ନଥିବାରୁ ମୋବାଇଲ୍ ଲାଇଟ୍ରେ ଚାଲିଛି ପାଠପଢ଼ା । ଏହାସହ ଫ୍ୟାନ୍ ବୁଲୁନଥିବାରୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ମଣିଷ ବିଞ୍ଚଣା ହିଁ ଭରସା । ଦିନବେଳା ପ୍ରବଳ ଖରା କୋପ ଯେତିକି ଅକ୍ତାମାକ୍ତା କରୁଛି, ବିଦ୍ୟୁତ୍ କାଟ୍ ତାକୁ ଦ୍ୱିଗୁଣିତ କରି ଦେଉଛି ।
ବିକଳ ହେଉଛନ୍ତି ରୋଗୀ ଓ ସମ୍ପର୍କୀୟ । କହୁଛନ୍ତି ଜମିପଟ୍ଟା ପଛେ ନିଅ, ମୋବାଇଲ୍ ନିଅନି । ପୂର୍ବରୁ ରୋଗୀ ଓ ସମ୍ପର୍କୀୟଙ୍କ ପରିଚୟପତ୍ର ରଖାଯାଉଥିଲା । ଏବେ କିନ୍ତୁ ବନ୍ଧକ ପଡୁଛି ମୋବାଇଲ୍ । ରୋଗଦୁଃଖ ସମୟରେ ଆଉ ବିକଳ୍ପ ନଥିବା ସଂପର୍କୀୟ ବା କରିବେ କଣ ? ବାଧ୍ୟ ହେଉଛନ୍ତି ମୋବାଇଲ ଦାଖଲ କରିବାକୁ ।
ମାଟି ଖୋଳି ଯେଉଁ ଐତିହ୍ୟକୁ ମାଟି ବାହାରକୁ ଅଣାଯାଇଥିଲା, ରକ୍ଷଣାବେକ୍ଷଣ ଅଭାବରୁ ପୁଣି ମାଟି ହେବାକୁ ବସିଲାଣି । ଦିନେ ଏଠି ଉତ୍କଳର ସମୃଦ୍ଧ ରାଜବାଟୀଟିଏ ଥିବାର ପ୍ରମାଣ ମିଳିଥିଲା । ଖାଲି ସେତିକି ନୁହେଁ ଅନ୍ଧାଧୁନ ଜବରଦଖଲରୁ ଆଧୁନିକ କଲୋନି ଭିତରେ ଯେମିତି ଲୁଚିଗଲାଣି ଏ ଐତିହ୍ୟସ୍ଥଳୀ ।
କଟକ କନ୍ଦରପୁରର ପ୍ରକାଶ ଚନ୍ଦ୍ର ଓଝା । ନିଜ ସଂପର୍କୀୟଙ୍କୁ ଷ୍ଟ୍ରେଚରରେ ନେଇ ଏକ୍ସ-ରେ କରାଇବାର ଆବଶ୍ୟକତା ଥିବାରୁ ଟ୍ରମା କାଜୁଆଲ୍ଟି ସାମ୍ନାରୁ ବୁକିଂ କାଉଣ୍ଟରକୁ ଆସିଥିଲେ ।
୩ କୋଟି ଟଙ୍କା ବ୍ୟୟରେ ଫୁଟ ଓଭର ବ୍ରିଜ ପାଇଁ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ମଞ୍ଚେଶ୍ୱର ରେଲୱେ ମାର୍କେଟ ପାତ୍ରସାହି ଲୋକଙ୍କୁ ଥଇଥାନ ପରେ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି ।
୧୯୫୦ ଗେଜେଟ୍ ନୋଟିଫିକେସନ୍ ଅନୁଯାୟୀ ଭୁବନେଶ୍ୱର ସହରର ଅତି ପାଖରେ, ଲିଙ୍ଗିପୁର ପଞ୍ଚାୟତ ଅଧିନରେ ଥିବା ୫୬୨.୬୮୧ ଏକର ଜମିରେ ଗଢ଼ି ଉଠିଥିଲା ଏ ଗଡ଼ । ଯାହା, ଏବେ ମାତ୍ର ୭୭୫ ଡିସିିମିଲ ବା ଏକ ଏକରରୁ କମ୍ରେ ସୀମିତ ରହିଯାଇଛି ।
ସାମନ ସ୍ଥିତି ବାଲେଶ୍ୱରରେ । ସଞ୍ଜ ନଇଁବା ମାତ୍ରେ ରାଜୁତି କରୁଛି ଅନ୍ଧକାର । ଏଠି ପାଓ୍ୱାରକଟ୍ ନିତିଦିନିଆ ହେଲାଣି । ଜିଲ୍ଲାର ସୋର, ସିମୁଳିଆ ଓ ଖଇରା ଅଚଂଳରେ ବି ଘନ ଘନ ପାଓ୍ୱାରକାଟ୍ରେ ଅସ୍ତବ୍ୟସ୍ତ ହୋଇଗଲେଣି ବିଦ୍ୟୁତ୍ ଉପଭୋକ୍ତା ।
ଲୋକକଳାକୁ ବଞ୍ଚାଇ ରଖିବାର ଏ ନିଆରା ଝୁଙ୍କ ଖାଲି ତାଙ୍କୁ କଳାକାରର ପରିଚୟ ଦେଇନି, ବରଂ ରାମଲୀଳାକୁ ବି ଜୀବନ୍ୟାସ ଦେଇଛି ।
୨୦୦୯ ମସିହାରେ ଏକ ଦୁର୍ଘଟଣାରେ ଅମିତଙ୍କ ଗୋଟିଏ ଗୋଡ଼ କଟିଯାଇଥିଲା । ଆଉ ପରେ ପରେ ଗୋଟିଏ ହାତ ବି କାମ ଦେଲାନି l
କେନ୍ଦୁଝର କୋଡ଼ପଡ଼ା ନିକଟରେ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଟ୍ରକ୍
କିଛି ଦିନର ନୀରବତା ପରେ ପୁଣିଥରେ ଆନ୍ଧ୍ର ସରକାର କୋଟିଆ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିବା ଦେଖିବାକୁ ମିଳିଛି ।
ବିସ୍ଫୋରଣ ଯୋଗୁ କବାଡ଼ିଖାନାରେ ଥିବା ଜିନିଷ ଛିନଛତ୍ର ହୋଇ ବାହାରେ ପଡିବା ସହିତ ଦୋକାନ ଧୂଆଁମୟ ହୋଇଯାଇଥିଲା ।
ଯଦି କେହି ଏହି ଦୋକାନରୁ ମୋବାଇଲ୍ କିମ୍ବା ଅନ୍ୟ କୌଣସି ଆସେସୋରିଜ୍ କିଣନ୍ତି, ତେବେ ସେ ମାଗଣା ପେଟ୍ରୋଲ ଏବଂ ଲେମ୍ବୁ ପାଇବେ। ଆସନ୍ତୁ ଜାଣିବା କେଉଁଠି ଅଛି ଏହି ଦୋକାନ।