Advertisment

ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି ଶ୍ରୀନିବାସ : ଆନ୍ଧ୍ରରୁ ଆସି ରାୟଗଡାରେ ଫଳାଉଛନ୍ତି ସୁନା

ଜୈବିକ ସାରରେ ଉତ୍ପାଦିତ ପନିପରିବା ପାଉଥିବାରୁ ଉତ୍ସାହର ସହ ଗ୍ରାହକ କିଣି ନେଉଛନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
Rayagada Farmer

Rayagada Farmer

ଜୈବିକ ପଦ୍ଧତିରେ ଫଳାଉଛନ୍ତି ବିଭିନ୍ନ ପ୍ରକାର ଫଳ । ନିଜେ ରୋଜଗାରକ୍ଷମ ହେବା ସହିତ ଅଞ୍ଚଳର ୫୦ ରୁ ଅଧିକ ଲୋକଙ୍କୁ ରୋଜଗାର ଦେଉଛନ୍ତି ଆନ୍ଧ୍ରର ଶ୍ରୀନିବାସ । ଅନ୍ୟପଟେ ଜୈବିକ ସାରରେ ଉତ୍ପାଦନ ଫସଲର ଚାହିଦା ଏବେ ବଜାରରେ ବଢ଼ିବାରେ ଲାଗିଛି।

Advertisment

ଗଛରେ ହସି ଉଠୁଛି ଭଳିକି ଭଳି ଫଳ । ପିଜୁଳି, ଲେମ୍ବୁ, ଆମ୍ବ, ଅମୃତଭଣ୍ଡା ପରି ଅନେକ ଫଳ ଫଳିଛି । ରାୟଗଡ଼ା ଜିଲ୍ଲା କଳନରା ବ୍ଲକ୍ ଅମଲାଭଟ୍ଟା ଗାଁର ଡି. ଶ୍ରୀନିବାସଙ୍କ ଜୈବିକ ପଦ୍ଧତିରେ ବଗିଚାରେ ଫସଲ ଅମଳ କରୁଛନ୍ତି । ୪ ଏକର ଜମିରେ ଚାଷ କରି ନିଜେ ରୋଜଗାର କ୍ଷମ ହେବା ସହ ପ୍ରାୟ ପଚାଶ ଜଣଙ୍କୁ ରୋଜଗାର କ୍ଷମ କରାଇଛନ୍ତି।

୪୦ ବର୍ଷ ପୂର୍ବେ ଆନ୍ଧ୍ରପ୍ରଦେଶରୁ ରାୟଗଡ଼ା ଚାଲି ଆସିଥିଲେ ଶ୍ରୀନିବାସଙ୍କ ପରିବାର । ସେବେଠାରୁ ଓଡ଼ିଶାରେ ରହୁଛନ୍ତି । ତେବେ ୮ବର୍ଷ ପୂର୍ବେ ରାୟଗଡ଼ା ଜିଲ୍ଲାର ଅମଲାଭଟ୍ଟା ଗ୍ରାମରେ ପ୍ରାୟ ୪ ଏକର ଜିମି କିଣି ସେଥିରେ ଆମ୍ବ, ପିଜୁଳି, ଲେମ୍ବୁ, ସଜନା, ଅମୃତଭଣ୍ଡା ଭଳି ଚାଷ କରୁଛନ୍ତି । ବିନା ସାରରେ ଜୈବିକ ସାର ଖତ ଦେଇ ସେ ବାର୍ଷିକ ୨ରୁ ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । କେବଳ ଫଳ ନୁହେଁ ସେ ୪୦ ଟି ଗାଈ ପାଳନ କରି ସେଥିରୁ କ୍ଷୀର ବିକ୍ରି କରିବା ସହିତ ଗୋବର ଦ୍ଵାରା ଖତ ପ୍ରସ୍ତୁତ କରି ଜମିରେ ବ୍ୟବହାର କରୁଛନ୍ତି।

Advertisment

ତେବେ ଏଭଳି ଜୈବିକ ସାରରେ ଉତ୍ପାଦନ ପନିପରିବା ପାଉଥିବାରୁ ସ୍ୱାସ୍ଥ୍ୟ ପେକ୍ଷ ବେଶ ସହାୟକ ବୋଲି ଉତ୍ସାହର ସହ ଗ୍ରାହକ କିଣି ନେଉଛନ୍ତି । ତେବେ ଏଥିପାଇଁ ଅମଲାଭଟ୍ଟା ଠାରୁ ନିଜ ଶଗଡ଼ ଗାଡ଼ି ଯୋଗେ ପନିପରିବା ଧରି ଦୀର୍ଘ ୧୨ କିଲୋମିଟର ରାୟଗଡ଼ା ସହରକୁ ଆଣି ବିକ୍ରି କରୁଛନ୍ତି ଶ୍ରୀନିବାସ ।

Organic Farming
Advertisment
Advertisment