Advertisment

୧୯୦ ବର୍ଷରେ ପାଦ ଥାପିଛି ବିଶ୍ୱର ସବୁଠୁ ବୟସ୍କ ପାଣୀ ଜୋନାଥନ୍ କଇଁଛ

ବିଶ୍ୱର ସବୁଠୁ ବୟସ୍କ ପାଣୀ ପାଲଟିଛି ଜୋନାଥନ୍ କଇଁଛ । ଚଳିତ ବର୍ଷ ଜୋନାଥନ୍ ୧୯୦ ବର୍ଷରେ ପାଦ ଥାପିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Born in 1832, oldest tortoise alive turns 190 in 2022

Born in 1832, oldest tortoise alive turns 190 in 2022

ବିଶ୍ୱର ସବୁଠୁ ବୟସ୍କ ପାଣୀ ପାଲଟିଛି ଜୋନାଥନ୍ କଇଁଛ । ଚଳିତ ବର୍ଷ ଜୋନାଥନ୍ ୧୯୦ ବର୍ଷରେ ପାଦ ଥାପିଛି । ସ୍ଥଳପଥରେ ରହୁଥିବା ସବୁଠୁ ବୟସ୍କ ପ୍ରାଣୀ ଭାବେ ପାଲଟିଛି ଜୋନାଥନ୍ । ଦକ୍ଷିଣ ଆଣ୍ଟଲାଣ୍ଟିକ ମହାସାଗରର ସେଣ୍ଟ ହେଲିନା ଦ୍ୱିପରେ ଏବେ ଜୋନାଥନ୍ ରହିଛି ।

Advertisment

୧୮୮୨ ମସିହାରେ ମହାସାଗରରୁ ଉଦ୍ଧାର ପରେ ତାକୁ ଏଠାକୁ ଅଣାଯାଇଥିଲା । ସେବେଠୁ ଜୋନାଥନ୍ ଦକ୍ଷିଣ ଆଟଲାଣ୍ଟିକ୍ ମହାସାଗରରେ ସେଣ୍ଟ ହେଲେନା ନାମକ ଏକ ଦ୍ୱୀପରେ ଜୋନାଥନ୍ ରହିଆସିଛି ।

Born in 1832, oldest tortoise alive turns 190 in 2022(ଜୋନାଥନ୍ କଇଁଛ )

ତେବେ ୨୦୧୫ ମସିହା ବେଳକୁ ଜୋନାଥନ୍ ବୟସାଧିକ କାରଣରୁ ଅନେକ ସମସ୍ୟାରେ ପୀଡ଼ିତ ରହିଛି । ଦୃଷ୍ଟି ଓ ଘ୍ରାଣ ଶକ୍ତିରେ ସମସ୍ୟା ଦେଖାଦେଇଛି । ତଥାପି ଶ୍ରବଣ ଶକ୍ତି ଜୋନାଥର ଅନ୍ୟ ଜୀବ ଅପେକ୍ଷା ବେଶ୍ ଅଧିକ ରହିଛି । ଜୋନାଥନ୍ର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ସହ ପ୍ରତିଟି ମୂହୁର୍ତ୍ତ ତଦାରଖ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ରହିଛନ୍ତି ।

Advertisment
Born in 1832, oldest tortoise alive turns 190 in 2022(ଜୋନାଥନ୍ କଇଁଛ )

ରିପୋର୍ଟ ଅନୁଯାୟୀ, ୧୮୮୨ ମସିହାରେ ନିଆଯାଇଥିବା ଏକ ଫଟୋଗ୍ରାଫରୁ ଜଣାପଡିଛି ଯେ ଯେତେବେଳେ ଜୋନାଥନଙ୍କୁ ଦ୍ୱୀପକୁ ଅଣାଯାଇଥିଲା, ସେତେବେଳେ ସେ ସମ୍ପୂର୍ଣ୍ଣ ଭାବରେ ବିକଶିତ ହୋଇଥିଲେ। ବୌଜ୍ଞାନିକଙ୍କ ମତ ଅନୁସାରେ, ଏହା ସୂଚିତ କରେ ଯେ ସେହି ସମୟରେ ଜୋନାଥନଙ୍କୁ ୫୦ ବର୍ଷ ବୟସ ହୋଇଲା । ତେଣୁ ଜୋନାଥନ୍ ୧୮୩୨ ମସିହାରେ ଜନ୍ମ ଗ୍ରହଣ କରିଥିବାର ଅନୁମାନ କରାଯାଉଛି ।

Born in 1832, oldest tortoise alive turns 190 in 2022(ଜୋନାଥନ୍ କଇଁଛ )

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜୋନାଥନ୍ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସର୍ବ ପୁରାତନ ଜୀବନ୍ତ ଚେଲୋନିଆନ୍ ଭାବରେ ମାନ୍ୟତା ପାଇଛନ୍ତି । କେବଳ ଏତିକି ନୁହେଁ ଜୋନାଥନ ସେଣ୍ଟ ହେଲେନାର ରାଜ୍ୟପାଳଙ୍କ ସରକାରୀ ବାସଭବନ ତଥା ପ୍ଲାଣ୍ଟେସନ ହାଉସ ପରିସରରେ ହିଁ ରହିଥାଏ । ଜୋନାଥନଙ୍କ ସହ ଡେଭିଡ, ଏମା ଏବଂ ଫ୍ରେଡ ନାମକ ତିନିଟି ବଡ଼ କଇଁଛ ମଧ୍ୟ ବାସ କରନ୍ତି ।

Oldest Tortoise
Advertisment
Advertisment