ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନ୍ମର ସାଥୀ ହେବା ପାଇଁ ସ୍ୱପ୍ନ ଦେଖିଥିଲେ। ହେଲେ ଗୋଟିଏ ଜନ୍ମରେ ସବୁକିଛି ଓଲଟ ପାଲଟ ହୋଇଗଲା। ବିଧିର ବିଧାନ ଥିଲା କିଛି ଅଲଗା। ପରିବାରକୁ ଏମିତି ଦୁର୍ଭାଗ୍ୟ ମାଡ଼ି ଆସିଲା ଯେ କଡ଼ ଲେଉଟାଇ ସବୁ କିଛି ଛାରଖାର କରିଦେଲା।
ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ଶ୍ରୀକ୍ଷେତ୍ର ଯାଇ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ସେମାନଙ୍କ ପାଇଁ ରହିଥିବା ବ୍ୟାଟେରୀ ଅଟୋ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି।
ଯୁବକ ବେଶରେ ଆସି ଲୁଟ୍ କଲେ ଯୁବତୀ । ନକଲି ଚାବିରେ ସ୍କୁଟର ଡିକି ଖୋଲି ନେଇଗଲେ କାଗଜପତ୍ର ।
ଅଜଣା ଭାଇର ହାତରୁ ସାବିତ୍ରୀ ସଜ ନେଲାବେଳେ କଇଁକଇଁ ହୋଇ କାନ୍ଦି ପକାଇଥିଲେ ମହିଳାମାନେ
ବାପା-ମାଆଙ୍କ ଝଗଡ଼ାରେ ବଳି ପଡ଼ିଗଲା କି ଝିଅ? କେତେବେଳେ ବାପାଙ୍କ ପାଖରେ ରହିବାକୁ କହୁଛି ପୁଣି କେତେବେଳେ ମାଆଙ୍କ ପାଖରେ ରହିବାକୁ କହୁଛି ଝିଅ...ତେବେ ହେବ କ’ଣ?
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଟିକିଏ ଡେରି ହେବାରୁ ଏମିତି ମାଆଙ୍କୁ ଚା’ ମାଗୁଛି ଶୁଆ। ସ୍ୱର ଶୁଣିଲେ ଆପଣ ବି ବାରମ୍ବାର ଶୁଣିବେ ଶୁଆର ଏଇ ଡାକ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ...
କାହାର ଭାଇ ନାହିଁ ତ କାହାର ଟଙ୍କା ନାହିଁ। ଏମିତି ମହିଳାଙ୍କ ପାଇଁ ଭାଇ ସାଜି ବସ୍ତିରେ ପହଞ୍ଚିଥିଲେ ଜଣେ ଯୁବକ। ସାଙ୍ଗରେ ଆଣିଥିଲେ ସାବିତ୍ରୀ ସଜ। ନୂଆ ଶାଢ଼ି, ଫଳମୂଳ, ଶଙ୍ଖା ଓ ସିନ୍ଦୂର। ଏହି ଅଜଣା ଭାଇର ହାତରୁ ସାବିତ୍ରୀ ସଜ ନେଲାବେଳେ କଇଁକଇଁ ହୋଇ କାନ୍ଦି ପକାଇଥିଲେ ମହିଳାମାନେ। କହିଥିଲେ, ନିଜ ଭାଇ ନହେଲେବି, ଆମ ଆୟୂଷ ତାକୁ ମିଳୁ।
ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମାଛ ଧରା ନିଶା ଏମିତି ପାଗଳ କରିଥିଲା ଯେ ନିଜ ବାହାଘର ତାରିଖକୁ ଘୁଞ୍ଚାଇ ଦେବା ପାଇଁ ଦେଇନଥିଲେ ପଛଘୁଞ୍ଚା । ଦେଖନ୍ତୁ କେମିତି ଘୁଞ୍ଚିଥିଲା ବିବାହର ତାରିଖ...
ଆଜି ନୁହେଁ ବରଂ ୧୨ ବର୍ଷ ହେଲାଣି ସ୍ୱାମୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ଏଇ ସାବିତ୍ରୀ। ପ୍ରତ୍ୟେକ ଦିନ...ସକାଳୁ ସଞ୍ଜ ଅହରହ ସ୍ୱାମୀଙ୍କର କରୁଛନ୍ତି ସେବା। ସକାଳୁ ଉଠିଲେ ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି ତ ପୁଣି ରାତି ଶୋଇବା ବେଳେ ମୁଣ୍ଡିଆ ମାରୁଛନ୍ତି....ୟାଙ୍କ ପାଇଁ ପ୍ରତିଦିନ ସାବିତ୍ରୀ ବ୍ରତ...ଦେଖନ୍ତୁ ଆମର ସ୍ୱତନ୍ତ୍ର ରିପୋର୍ଟ....
ସିଦ୍ଧି ଯିବାର ୧୨ ଦିନ ହେଲାଣି। ତାଙ୍କୁ ଝୁରିଝୁରି କାନ୍ଦୁଛନ୍ତି ବାପା-ମାଆ....ବନ୍ଧୁ ପରିବାର। ଏତେ ଛୋଟ ବୟସରୁ ଅଙ୍ଗଦାନ କରି ଅମର ହୋଇଯାଇଛନ୍ତି ପରୋପକାରୀ ସମୃଦ୍ଧି
ରଙ୍ଗବତୀ କନକଲତା...ଲାଜେ ଲାଜେ ନଇଁ ଯାଉଛି ମଥା। ଷ୍ଟେଜ୍ରେ ରଙ୍ଗବତୀ ଗୀତରେ ଅଣ୍ଟା ହଲେଇ ମାହୋଲ ଗରମ କରିଦେଲେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ । ନାଚରେ ଏମିତି ହଜିଗଲେ ଯେ....
ଜରପଡ଼ାର ମରାତିରା ନିକଟରେ ଟ୍ରକ୍-ଅଟୋ ମୁହାଁମୁହିଁ
ଆଜି ନୁହେଁ, ଦୀର୍ଘ ୧୨ ବର୍ଷ ହେଲାଣି ସ୍ୱାମୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ସାବିତ୍ରୀ ।
କଳିଙ୍ଗା ଜଗିଥିଲା କାଳ। ମରିବା ପରେ ଘାଟିରେ ଏମିତି ବୁଲୁଛି ପ୍ରେତ। କହୁଛି....
ଭୁବନେଶ୍ୱର ଲକ୍ଷ୍ମୀସାଗର ଛକରେ ମହିଳା ଡାକ୍ତରଙ୍କୁ ମାଡ଼ ଅଭିଯୋଗ ।
ନେପାଳ ବିମାନ ଦୁର୍ଘଟଣାରେ ନିଖୋଜ ହୋଇଥିବା ୪ ଭାରତୀୟ ହେଉଛନ୍ତି ଓଡ଼ିଶାର । ସେମାନେ ହେଲେ ଅଶୋକ ତ୍ରିପାଠୀ, ପତ୍ନୀ ବୈଭବୀ ତ୍ରିପାଠୀ, ପୁଅ ଧନୁଷ ତ୍ରିପାଠୀ ଓ ଝିଅ ରିତିକା ତ୍ରିପାଠୀ। ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏକ ଘରୋଇ ବିମାନରେ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ମିଶାଇ ୨୨ ଜଣ ଥିବାବେଳେ, ସେମାନଙ୍କ ମଧ୍ୟରେ ୪ ଭାରତୀୟ ପର୍ଯ୍ୟଟକ ଥିଲେ ବୋଲି ସୂଚନା ମିଳିଥିଲା।
ଚାଷୀଙ୍କ ପାଇଁ ଘଡ଼ିକୁ ଘଡ଼ି ବଦଳୁଛି ସରକାରୀ ନିୟମ। ଏଥର ବିହନ କିଣା ପାଇଁ ଲାଗୁ ହୋଇଛି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ ବା ଡିବିଟି ବ୍ୟବସ୍ଥା। ଅର୍ଥାତ୍ ଚାଷୀ ଧାର୍ଯ୍ୟ ଦାମ ଦେଇ ବିହନ ନେବେ, ସବ୍ସିଡି ଟଙ୍କା ପରେ ଆକାଉଣ୍ଟକୁ ଫେରିବ। ମିଳିଛି ଏମିତି ଏକ ସରକାରୀ ବିଜ୍ଞପ୍ତି ପ୍ୟାକ୍ସ। ଲ୍ୟାମ୍ପସ ଓ ସ୍ୱୀକୃତି ପ୍ରାପ୍ତ ଡିଲର ଧାର୍ଯ୍ୟ ଦରରେ ଚାଷୀଙ୍କୁ ବିହନ ବିକିବାକୁ ଏଥିରେ ଉଲ୍ଲେଖ ରହିଛି।
ଘଡ଼ିକୁ ଘଡ଼ି ବଦଳୁଛି ଚାଷୀଙ୍କ ପାଇଁ ସରକାରୀ ନିୟମ। ଏଥର ବିହନ କିଣା ପାଇଁ ଲାଗୁ ହୋଇଛି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ ବା ଡିବିଟି ବ୍ୟବସ୍ଥା। ଅର୍ଥାତ୍ ଚାଷୀ ଧାର୍ଯ୍ୟ ଦାମ ଦେଇ ବିହନ ନେବେ, ସବ୍ସିଡି ଟଙ୍କା ପରେ ଆକାଉଣ୍ଟକୁ ଫେରିବ।
ମେ ୨୫ କଳିଙ୍ଗା ଘାଟି ଦୁର୍ଘଟଣା, ଏପ୍ରିଲ୍ ୧୭-୨୦୧୬ ଗଇଲୋ ଘାଟି ଦୁର୍ଘଟଣା, ରାଜ୍ୟର ଦୁଇ ପ୍ରମୁଖ ଘାଟି ଦୁର୍ଘଟଣା ପରେ ପ୍ରଶ୍ନ ଉଠୁଛି କାହିଁକି ଏ ରାସ୍ତାରେ ବାରମ୍ବାର ଘଟୁଛି ଆକ୍ସିଡେଣ୍ଟ ? ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ନା ଚାଳକଙ୍କ ପାଇଁ ସଚେତନତାର ଅଭାବ ?
ନିକଟରେ କଳିଙ୍ଗା ଘାଟି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜୀବନ ଯିବା ପରେ ପ୍ରଶ୍ନ ରାଜ୍ୟରେ କେତେ ସୁରକ୍ଷିତ ଘାଟି ରାସ୍ତା ? କଳିଙ୍ଗା, ଗଇଲୋ ଅବା କୋରାପୁଟ ସବୁଠି ପ୍ରଶାସନିକ ତ୍ରୁଟିକୁ ଦାୟୀ କରିଛନ୍ତି ସାଧାରଣ ଲୋକେ ଓ ସଡ଼କ ସୁରକ୍ଷା ବିଶେଷଜ୍ଞ ।
ଅସାଧ୍ୟ ରୋଗରେ ପଡ଼ିଛି ପୁଅ। ଚିକିତ୍ସା କରାଇବା ପାଇଁ ବାପା-ମାଆଙ୍କ ପାଖରେ ପଇସା ନାହିଁ। କେମିତି ପୁଅକୁ ବଂଚାଇବେ ସେନେଇ ଅନେକ ସଂଘର୍ଷ କରୁଛନ୍ତି। ହେଲେ ଉପାୟ କିଛି ମିଳୁନି। ଶେଷରେ ବାଧ୍ୟ ହୋଇ ଏମିତି ଭିକ ମାଗୁଛନ୍ତି ବାପା-ମାଆ। ଦୋକାନ ଦୋକାନ ବୁଲୁଛନ୍ତି, ପୁଅ ପାଇଁ ଟଙ୍କା ଯୋଗାଡ଼ କରୁଛନ୍ତି...ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ.
ନିଖୋଜ ୨୨ ଯାତ୍ରୀଙ୍କ ମଧ୍ୟରେ ୪ ଜଣ ଓଡ଼ିଶାର ବୋଲି ସୂଚନା ମିଳିଛି
ଚଳିତ ବର୍ଷ କୃଷି ବିଭାଗ ସତ ପ୍ରତିଶତ DBT ସହିତ OTP ବାଧ୍ୟତାମୂଳକ କରିଥିବାରୁ ଚାଷୀ ସରକାରୀ ବିହନ କିଣିବାକୁ ଅମଙ୍ଗ ହେଉଛନ୍ତି
ରାଜଧାନୀ ଭୁବନେଶ୍ୱରରେ ବଳି ପଡୁଛି ଶହ ଶହ ପୁରୁଣାକାଳିଆ ଗଛ। ଏସବୁ ଗଛକୁ ବିଧାୟକମାନଙ୍କ ପାଇଁ ସରକାରୀ ସୌଧ ନିର୍ମାଣ ଲାଗି କାଟି ସଫା କରି ଦିଆଯାଉଛି।
ସ୍କୁଲ ବେଳୁ ପ୍ରେମ ହୋଇଥିଲା। ପରେ ଭିନ୍ନ ଜାତିରେ ବିବାହ ବି କଲେ। କରୋନା ବେଳେ ଉଭୟଙ୍କ ମଧ୍ୟରେ କିନ୍ତୁ ସୃଷ୍ଟି ହେଲା ଫାଟ। ଭିନ୍ନ ଜାତିରେ ବିବାହ କରିଥିବାରୁ ଘର ଲୋକ ଶୁଦ୍ଧି ବି ହୋଇଯାଇଛନ୍ତି...ଏବେ ଦୁହେଁ କରିବେ କ’ଣ? କେମିତି ମିଶିବେ ପୂଜା-ଚନ୍ଦନ...