/odishatv-khabar/media/post_attachments/uploadimage/library/16_9/16_9_0/Minor_Boy_1653907961.jpg)
Minor Boy
କୁମ୍ଭୀର ମୁହଁରୁ ଫେରିଲା ନାବାଳକ । ସାହସ ଦେଖାଇ ପାଣି ଭିତରେ କୁମ୍ଭୀର ସହିତ ଲଢ଼େଇ କରି ନିଜ ଜୀବନ ବଞ୍ଚାଇ ପାରିଲା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳ ଅରାଜି ଗାଁର ଓମ୍ ପ୍ରକାଶ ସାହୁ । ଆଜି ସେ ଗାଁ ପାଖ କାଣି ନଈକୁ ଗାଧୋଇବାକୁ ଯାଇଥିଲା । ଏହି ସମୟରେ ପ୍ରାୟ ୧୦ ଫୁଟ୍ ଲମ୍ବର କୁମ୍ଭୀର ତାକୁ ଆକ୍ରମଣ କରିଥିଲା ଓ ପାଣିକୁ ଭିଡି ନେଇଥିଲା । ହେଲେ ତାକୁ ନ ଡରି ପାଣି ଭିତରେ କୁମ୍ଭୀର ସହିତ ଲଢ଼େଇ କରିଥିଲା ଓମ୍ ।
Advertisment
ବାରମ୍ବାର ଲାତ ମାରିବା ଦ୍ୱାରା ଶେଷରେ କୁମ୍ଭୀରଟି ଓମ୍କୁ ଛାଡ଼ି ପଳାଇଥିଲା । ତାର ଗୋଡ଼ ଓ ଦୁଇ ହାତକୁ କୁମ୍ଭୀର କାମୁଡ଼ି ଦେଇଥିବାରୁ ଓମ୍କୁ କଟକ ସ୍ଥାନାନ୍ତର କରାଯାଇଛି । ମାସକ ଭିତରେ ଏହି ଅଞ୍ଚଳର ଦୁଇ ଜଣଙ୍କର କୁମ୍ଭୀର ଆକ୍ରମଣରେ ଜୀବନ ଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)