ଏ ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଉ କହିବେ, ଏଇଟା ବୋଧହୁଏ କୌଣସି ସାଜସଜ୍ଜା ହୋଇଥିବା ଟେଣ୍ଟ ହାଉସ୍। କିନ୍ତୁ ନା...ଇଏ ଜୁଳୁଜୁଳିଆ ପୋକଙ୍କ ବାସସ୍ଥାନ। ସେମାନଙ୍କର ଆଲୋକରେ ଆଲୋକିତ ହେଉଛି ପୂରା ଅଂଚଳ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ମୋ ବୋଉଲୋ। ଆଲୋ ଏଇ ରାସ୍ତାରେ ମହାନଦୀ କୁଆଡ଼ୁ ଆଇଲା କିରେ? ଏତେ ଜୋର୍ରେ କ’ଣ ପାଣି ମାଡ଼ି ଆସିଲାଣି? ନାରଣ...ମାରିଦେବୁ କି? ବିନା ଟେନ୍ସନ୍ରେ ବୁଢୀ ମାଉସୀ କିନ୍ତୁ ଅଖା ଧୋଇ ଶୁଖେଇଲାଣି, ଦେଖୁନୁ ଟିକିଏ.....
ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ରାସ୍ତା ସଂପ୍ରସାରଣ କାମ ଅଧପନ୍ତରିଆ ହୋଇପଡ଼ିଥିବା ବେଳେ ପ୍ରତିଦିନ ଦୁର୍ଘଟଣାରେ ଯାଉଛି ଅନେକ ଜୀବନ।
ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମଠାରେ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ପାଳନ କରାଯାଇଛି । ଏଥିରେ ବିଭିନ୍ନ ଅତିଥିଙ୍କ ସମେତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସ୍କୃତିକ ନୃତ୍ୟ ସହ ଅନେକଙ୍କୁ ପୁରସ୍କୃତ ମଧ୍ୟ କରାଯାଉଛି । ଦେଖନ୍ତୁ କାର୍ଯ୍ୟକ୍ରମର କିଛି ଦୃଶ୍ୟ....
ଆଖିକୁ ଜମାରୁ ଦେଖାଯାଉନି। କିନ୍ତୁ ନମ୍ବର ୱାନ ସାଇକେଲ୍ ମେକାନିକ୍। ନୂଆ ହେଉ କି ପୁରୁଣା...ସାଇକେଲ୍ ସଜାଡ଼ିବାରେ ସେ ମାହିର।
ସମୁଦ୍ରକୂଳରେ ବସିଥିବା ସମୟରେ ଚାଲିଗଲା ଛାତ୍ରଙ୍କ ଜୀବନ...
ପୁରୀରେ ବରିଷ୍ଠ ବିଜେପି ନେତା ସୁବ୍ରମଣିଅନ୍ ସ୍ୱାମୀ । ସୁବ୍ରମଣିଅନ୍ ପୁରୀ ଗୋବର୍ଦ୍ଧନ ମଠକୁ ଯାଇ ଜଗଦଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଦେଖନ୍ତୁ ଏହାର କିଛି ଝଲକ...
ଏବର୍ଷର ଲକ୍ଷ୍ୟ ରହିଛି ୧୧୫୦ ଲୋକୋ ମୋଟିଭ୍ ସହ ୮ରୁ ୯ ହଜାର କୋଚ୍ ତିଆରି ହେବ।
କ୍ୟାପ୍ଟେନ ଅଭିଳାଷା ବରାକଙ୍କୁ ଭାରତୀୟ ସେନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ଏକ ଯୁଦ୍ଧ ବିମାନ ଚାଳକ ଭାବରେ ଆର୍ମି ଆଭିଏସନ୍ କର୍ପସ୍ରେ ସାମିଲ କରାଯାଇଛି। ଏ କ୍ଷେତ୍ରରେ ଅଭିଳାଷା ଦେଶର ପ୍ରଥମ ମହିଳା ହୋଇଛନ୍ତି।
ନକଲି ସାମଗ୍ରୀର ଏ ପ୍ରାବଲ୍ୟ ଭିତରେ ଯେମିତି ଅସଲି ଜିନିଷକୁ ଭୁଲିଗଲେଣି କଟକବାସୀ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗଲା କିଛି ମାସ ଧରି ଲଗାତାର ଜାରି ରହିଛି ମୃତ୍ୟୁର ବିଭୀଷିକା।
ଏନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରିଛି ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି ବା STA।
ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଚର୍ଚ୍ଚିତ ବଲିଉଡ୍ ଅଭିନେତା ସୋନୁ ସୁଦ୍ ।
ବାରମ୍ବାର ଗୁହାରି ପରେ ବି ଶୁଣିଲାନି ପ୍ରଶାସନ। ନିଜସ୍ୱ ଖର୍ଚ୍ଚରୁ ସଞ୍ଚୟ କରି ପିଲାଙ୍କ ପାଇଁ ପାଇଖାନା ତିଆରି କରିଦେଲେ ରଞ୍ଜନ। ପିଲା କହିଲେ ଦୀର୍ଘଦିନର ସ୍ୱପ୍ନ ହେଲା ପୂରଣ...ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ ହେବେ ରଞ୍ଜନ
ଯାହାକୁ ଜୀବନସାଥୀ କରିବାର ଇଚ୍ଛା ରଖି ବିବାହର ପ୍ରତିଶ୍ରୁତି ଦେଇଥିଲେ, ଯେତେବେଳେ ଜାଣିଲେ ସିଏ ପୁଅ ବୋଲି ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଛି ।
ହତ୍ୟାକାଣ୍ଡ ମାମଲାର ତଦନ୍ତ କରୁ କରୁ ପୋଲିସ୍ ହାତରେ ଲାଗିଲା ବଡ଼ ସୁରାଗ। ପୁରୀ ସେବାୟତ ଶିବରାମ ପାତ୍ର ହତ୍ୟାକାଣ୍ଡ ମାମଲାର ତଦନ୍ତ ବେଳେ ବେଆଇନ ବନ୍ଧୁକ କାରବାର ନେଇ ପୋଲିସ ହାତରେ ସୁରାଗ ଲାଗିଛି।
କାମ ମହାପ୍ରଭୁଙ୍କ ଇଚ୍ଛାରେ ହେଉଥିବାରୁ ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି ଏଥିରେ ବାଧା ଦେଇପାରିବେନି ବୋଲି କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।
ମୋହିତଙ୍କୁ ଦେଖିଲେ ଧାଇଁ ଆସନ୍ତି ଗାଈଗୋରୁ , କୁକୁର ।
ପୋଷ୍ଟ ମ୍ୟାନ ହେବ ତ ଏମିତି। କରୋନା କାଳରେ ଗାଁକୁ ଗାଁ ବୁଲି ୪ ହଜାର ୫ ଶହ ଘରେ ୧୫୦ କୋଟିରୁ ଅଧିକ ସରକାରୀ ସହାୟତା ଟଙ୍କା ବାଣ୍ଟିଛନ୍ତି ସୋହନ। ମହାମାରୀକୁ ଡର ନଥିଲା ବରଂ ଲୋକଙ୍କୁ ସାହାଯ୍ୟ କରିବାର ମନୋବୃତ୍ତି ଥିଲା...
ଏବେ ରାଜ୍ୟର ସବୁ ସ୍କୁଲର ରୂପରେଖ ବଦଳି ଯାଇଛି। ପାଚେରୀଠାରୁ ଖେଳ ପଡିଆ ସବୁ କିଛି ଚକାଚକ୍ ଦିଶୁଥିଲେ ମଧ୍ୟ ଶିକ୍ଷା ବ୍ୟବସ୍ଥାରେ ସେମିତି କିଛି ପରିବର୍ତ୍ତନ ହୋଇଥିବା ପରି ମନେ ହେଉନି।
ଫେସବୁକ୍ରେ ପ୍ରେମ ହେଲା, ବାହାଘର ପାଇଁ ନିଷ୍ପତ୍ତି ହେଲା.. ଆଉ ବାହାଘର ବେଳେ ଜଣାପଡ଼ିଲା ପ୍ରେମିକା ଝିଅ ନୁହେଁ ବରଂ ପୁଅ.. ହାତରେ ମେହେନ୍ଦୀ ଲଗାଇ ଯୁବକଙ୍କୁ ଏମିତି ପାଗଳ କରିଥିଲେ ଏହି ଯୁବକ...ଏବେ ସବୁ ଜଣାପଡ଼ିବା ପରେ ଦେଖନ୍ତୁ ହେଲା କଣ?
ଏବେ ଖରିଫ ଧାନ ସଂଗ୍ରହ ଚାଲିଥିବା ବେଳେ ମନ୍ଥର ଗତିରେ ଚାଲିଛି ଧାନକିଣା। ବିକ୍ରୀ ପାଇଁ ମଣ୍ଡିକୁ ଧାନ ଆଣିଥିଲେ ହେଁ ମଣ୍ଡିରୁ ଧାନ ଉଠୁ ନ ଥିବା ଦେଖିବାକୁ ମିଳିଛି। ଫଳରେ ଖୋଲା ଆକାଶ ତଳେ ମଣ୍ଡିରେ ଧାନ ପଡି ରହିଛି। ଶୀଘ୍ର ଧାନ ନ ଉଠିଲେ ଆନ୍ଦୋଳନ ଧମକ ଦେଇଛନ୍ତି ଚାଷୀ...
ବାଉଁଶ ବେତ ବଞ୍ଚିବାର ଏମାନଙ୍କୁ ଦେଖାଇଛି ବାଟ। ପରିବେଶର ସାମଗ୍ରୀରେ ସ୍ୱାବଲମ୍ବୀ ହେବାର ନିଶା ୟାଙ୍କୁ ଘାରିଛି। ପରିବାର ଚଳାଉଛନ୍ତି, ପିଲାଙ୍କ କଥା ବୁଝୁଛନ୍ତି। ଆଉ ଏହାରି ମଧ୍ୟରେ ଭଲ ଦୁଇ ପଇସା ରୋଜଗାର ବି କରିପାରୁଛନ୍ତି...ଦେଖନ୍ତୁ କେମିତି ତିଆରି ଚାଲିଛି ଏଇ ସୁନ୍ଦର ସୁନ୍ଦର ସାମଗ୍ରୀ
ତୀର୍ଥଭୂମିକୁ ଭୋଗଭୂମି ଓ ସୁରାସୁନ୍ଦରୀ କେନ୍ଦ୍ର କରାଯାଉଛି । ତୀର୍ଥସ୍ଥଳୀର ଅସ୍ତିତ୍ୱକୁ ଲୋପ କରାଯାଉଛି । ଏହା ସମ୍ବିଧାନର ଧାରାକୁ ମଧ୍ୟ ବିରୁଦ୍ଧାଚରଣ କରୁଛି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।
କରୋନା କାଳରେ ଗାଁକୁ ଗାଁ ବୁଲି ୪ ହଜାର ୫ ଶହ ଘରେ ୧୫୦ କୋଟିରୁ ଅଧିକ ସରକାରୀ ସହାୟତା ଟଙ୍କା ବାଣ୍ଟିଛନ୍ତି ସୋହନ।