Advertisment

ବିଧିର ବିଧାନ ଥିଲା ଏମିତି: ମର୍ତ୍ତ୍ୟରେ ଅଲଗା, ସ୍ୱର୍ଗରେ ଏକାଠି

ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନ୍ମର ସାଥୀ ହେବା ପାଇଁ ସ୍ୱପ୍ନ ଦେଖିଥିଲେ। ହେଲେ ଗୋଟିଏ ଜନ୍ମରେ ସବୁକିଛି ଓଲଟ ପାଲଟ ହୋଇଗଲା। ବିଧିର ବିଧାନ ଥିଲା କିଛି ଅଲଗା। ପରିବାରକୁ ଏମିତି ଦୁର୍ଭାଗ୍ୟ ମାଡ଼ି ଆସିଲା ଯେ କଡ଼ ଲେଉଟାଇ ସବୁ କିଛି ଛାରଖାର କରିଦେଲା।

author-image
Rajalaxmi Sahoo
Odia family On Board In Nepal Plane Crash

Odia family On Board In Nepal Plane Crash

ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନ୍ମର ସାଥୀ ହେବା ପାଇଁ ସ୍ୱପ୍ନ ଦେଖିଥିଲେ। ହେଲେ ଗୋଟିଏ ଜନ୍ମରେ ସବୁକିଛି ଓଲଟ ପାଲଟ ହୋଇଗଲା। ବିଧିର ବିଧାନ ଥିଲା କିଛି ଅଲଗା। ପରିବାରକୁ ଏମିତି ଦୁର୍ଭାଗ୍ୟ ମାଡ଼ି ଆସିଲା ଯେ କଡ଼ ଲେଉଟାଇ ସବୁ କିଛି ଛାରଖାର କରିଦେଲା। ଉଜୁଡ଼ା ସଂସାରକୁ ସଜାଡୁ ସଜାଡୁ ସବୁ କିଛି ଶେଷ ହୋଇଗଲା।  ନେପାଳ ବିମାନ ଦୁର୍ଘଟଣାରେ ନିଖୋଜ ଥିବା ଓଡ଼ିଆ ପରିବାରକୁ ନେଇ ଏପରି ଏକ ମାର୍ମିକ କଥା ସାମ୍ନାକୁ ଆସିଛି।

Advertisment

ନେପାଳ ବିମାନ ଦୁର୍ଘଟଣାରେ ମୃତ ଅଶୋକ ତ୍ରିପାଠୀ(୫୪) ଓ ବୈଭବୀ(୫୧)ଙ୍କ ପ୍ରେମ ବିବାହ ହୋଇଥିଲା। ଦମ୍ପତିଙ୍କ ୨୨ ବର୍ଷୀୟ ପୁଅ ଧନୁଷ ଓ ୧୫ ବର୍ଷୀୟ ରିତିକା ଝିଅ ଥିଲେ। ପୂର୍ବରୁ ଏମାନଙ୍କର ବିବାହ ବିଚ୍ଛେଦ ହୋଇଥିଲା। କିନ୍ତୁ କୋର୍ଟରେ ମାମଲା ଚାଲିଥିଲା। କୋର୍ଟଙ୍କ ନିର୍ଦ୍ଦେଶ ଥିଲା ପିଲାଙ୍କ ସହ ବର୍ଷକୁ ୧୦ ଦିନ ଅଶୋକ ରହିବେ। ତେଣୁ କୋର୍ଟଙ୍କ ଆଦେଶକୁ ସମ୍ମାନ ଜଣାଇ ପୁଅ ଝିଅଙ୍କୁ ବୁଲାଇ ନେବାକୁ ଅଶୋକ ଓ ପତ୍ନୀ ବୈଭବୀ ନେପାଳ ବୁଲିବାକୁ ଯାଇଥିଲେ। 

ପରିବାର ଏକାଠି କିଛି ସମୟ ବିତାଇବାକୁ ହେଉ କି ପୁରୁଣା ସଂସାରକୁ ପୁଣି ଥରେ ଗଢ଼ିବାକୁ ଚେଷ୍ଟା ହେଉ ଅଶୋକ ଓ ବୈଭବୀ ନିଜ ପୁଅ ଓ ଝିଅଙ୍କୁ ନେପାଳ ବୁଲାଇ ନେଇଥିଲେ। ସେଠାରେ ସେମାନେ ଏକ ମନ୍ଦିରରେ ଭଗବାନଙ୍କ ଦର୍ଶନ କରିବାର ଥିଲା। ହେଲେ ତା’ପୂର୍ବରୁ ପୁରା ପରିବାର ଉଜୁଡ଼ି ଯାଇଥିଲା। ଭାଗ୍ୟ ସେମାନଙ୍କ ସାଥ୍‌ ଦେଇନଥିଲା। ବିମାନ ଦୁର୍ଘଟଣାରେ ଅଶୋକ, ତାଙ୍କ ପତ୍ନୀ, ଝିଅ ଓ ପୁଅଙ୍କ ମୃତ୍ୟୁ ଘଟିଛି। 

Advertisment

ସୂଚନାଥାଉ କି, ବୈଭବୀ ପୁଣେରେ ରହୁଥିଲେ। ତାଙ୍କ ସାଙ୍ଗରେ ରହୁଥିବା ଅସୁସ୍ଥ ବୁଢ଼ୀ ମାଆଙ୍କୁ ସାନ ଝିଅ ନେଇ ଯାଇଛନ୍ତି। 

ଗତକାଲି ସକାଳ ୬ଟାରେ ପୋଖରାରୁ ତାରା ଏୟାର ବିମାନ ଉଡ଼ାଣ ଭରିବାର ଥିଲା। ହେଲେ କମ୍‌ ଦୃଶ୍ୟମାନ ଓ ପାଣିପାଗ ଖରାପ ଯୋଗୁ ଉଡ଼ାଣରେ ୪ ଘଣ୍ଟା ବିଳମ୍ବ ହୋଇଥିଲା। ତାରା ଏୟାରର ବିମାନଟି ଗତକାଲି ୨୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ନିଖୋଜ ହୋଇଥିଲା। ଏହା ପରେ ବିମାନଟି ମୁସ୍ତାଙ୍ଗ ଜିଲ୍ଲାର କୋଓ୍ୱାଙ୍ଗ ଗାଁ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଜଣାପଡ଼ିଛି। ଦୁର୍ଘଟଣାଗ୍ରସ୍ତ ବିମାନରେ ଥିବା ୪ ଭାରତୀୟ ଓଡ଼ିଶାର ବୋଲି ଜଣାପଡ଼ିଥିଲା। ସେମାନେ ଭୁବନେଶ୍ୱରର ଅଶୋକ ତ୍ରିପାଠୀ, ସ୍ତ୍ରୀ ବୈଭବୀ ବାନ୍ଦେକର, ପୁଅ ଧନୁଷ ଓ ଝିଅ ରିତିକା ବୋଲି ଜଣାପଡ଼ିଥିଲା। ଅଶୋକ ଭୁବନେଶ୍ୱରରେ HR କନସଲଟାନ୍ସି ଭାବେ କାମ କରୁଥିବାବେଳେ ସ୍ତ୍ରୀ ଓ ଦୁଇ ପିଲା ମୁମ୍ବାଇ ଥାଣେର କପୁରବଓ୍ୱାଡ଼େି ରୁସ୍ତମଜି ଆଥେନାରେ ରହୁଥତଲେ। ବିମାନ ଦୁର୍ଘଟଣାରେ ୪ ଜଣଙ୍କର ନିଖୋଜ ଖବର ମିଳିବା ପରେ ରୁସ୍ତମଜି ଆଥେନା ସୋସାଇଟିରେ ଶୋକର ଛାୟା ଖେଳି ଯାଇଛି।  

Nepal Plane Crash Tara Air Plane Crash
Advertisment
Advertisment