Advertisment

ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ବାଜି ମାରିଲେ ଝିଅ; ପଛରେ ପଡିଲେ ପୁଅ

ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ୩ଟି ସ୍ଥାନ ଝିଅ ଅକ୍ତିଆର କରିଛନ୍ତି। ଦିଲ୍ଲୀର ଶ୍ରୁତି ଶର୍ମା ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ଓ ତୃତୀୟରେ ବି ଝିଅ ଅଛନ୍ତି।

author-image
Pramod Behera
Girls are in ahead in Civil Service Exam

Girls are in ahead in Civil Service Exam

ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ରେ ବାଜି ମାରିଲେ ଝିଅ। ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ୩ଟି ସ୍ଥାନ ଝିଅ ଅକ୍ତିଆର କରିଛନ୍ତି। ଦିଲ୍ଲୀର ଶ୍ରୁତି ଶର୍ମା ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ଓ ତୃତୀୟରେ ବି ଝିଅ ଅଛନ୍ତି। ଓଡ଼ିଶାରୁ ଏଥର କେତେ ଜଣ UPSC ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ତାହା ଜଣାପଡି ନଥିଲେ ମଧ୍ୟ ସୋନପୁରର କାର୍ତ୍ତିକ ପାଣିଗ୍ରାହୀ ୬୩, ସୁନ୍ଦରଗଡ଼ର ଗୌରବ ଅଗ୍ରଓ୍ୱାଲ ୮୬ ଓ ଭୁବନେଶ୍ୱରର ବିଶ୍ୱ ବିଶୃତ ତ୍ରିପାଠୀ ୨୩୨ ରାଙ୍କ ଅଧିକାର କରିଥିବା ସ୍ପଷ୍ଟ ହୋଇଛି।

Advertisment

ୟୁପିଏସ୍‌ସି ପରୀକ୍ଷାରେ ଅଲ୍ ଇଣ୍ଡିଆ ଟପ୍ପର ହୋଇଥିବା ଶ୍ରୁତି ଶର୍ମା ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଇତିହାସରେ ସ୍ନାତକ କରିଥିବା ବେଳେ ଜେଏନ୍‌ୟୁରୁ ପିଜି କରୁଛନ୍ତି। ଦ୍ୱିତୀୟରେ ସ୍ଥାନରେ ଥିବା ଅଙ୍କିତା ଅଗ୍ରଓ୍ୱାଲ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଅନ୍ୟପକ୍ଷରେ ତୃତୀୟରେ ଥିବା ଗାମିନୀ ସିଙ୍ଗଲା ଜଣେ ଇଂଜିନିୟରିଂ ଛାତ୍ରୀ।

ଚଳିତ ଥର ମୋଟ୍ ୬୮୫ ଜଣ ପରୀକ୍ଷାର୍ଥୀ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏଥିମଧ୍ୟରୁ ୧୮୦ ଜଣ ଆଇଏଏସ୍, ୩୭ ଜଣ ଆଇଏଫ୍ଏସ୍‌, ୨ଶହ ଆଇପିଏସ୍, ୨୪୨ ଜଣ ଗ୍ରୁପ୍-ଏ, ୨୪୨ ଓ ୯୦ ଜଣ ଗ୍ରୁପ୍- ବି ଶ୍ରେଣୀଭୁକ୍ତ ହୋଇଛନ୍ତି। ଜଣେ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଓ୍ୱିଥ୍‌ହେଲ୍ଡ ରହିଛି। ୧୫ ଦିନ ଭିତରେ ପରୀକ୍ଷାର୍ଥୀମାନେ ୟୁପିଏସ୍‌ସି ୱେବ୍‌ସାଇଟ୍‌ରୁ ସେମାନଙ୍କ ନମ୍ବର ପାଇପାରିବେ।.

Advertisment

ଓଡ଼ିଶାରୁ ଏଥର କେତେ ପିଲା କୃତକାର୍ଯ୍ୟ ହୋଇଛନ୍ତି ସେ ସଂପର୍କିତ ନିର୍ଦ୍ଦିଷ୍ଟ ତଥ୍ୟ ମିଳିନି। ତେବେ ସୋନପୁରର କାର୍ତ୍ତିକ ପାଣିଗ୍ରାହୀ ୬୩ ତମ ସ୍ଥାନରେ ଥିବାବେଳେ ୮୬ ରାଙ୍କ ଅଧିକାର କରିଛନ୍ତି ସୁନ୍ଦରଗଡ଼ର ଗୌରବ ଅଗ୍ରଓ୍ୱାଲ। ୧୯୯ ସ୍ଥାନରେ ପୂଜା ସାହୁ, ୨୨୮ରେ ମୟଙ୍କ ମିଶ୍ର, ୨୩୨ରେ ବିଶ୍ୱ ବିଶୃତ ତ୍ରିପାଠୀ, ୨୭୩ ରେ ସମୀର କୁମାର ଜେନା, ୩୦୬ରେ ସୌମ୍ୟରଞ୍ଜନ ପ୍ରଧାନ, ୫୧୩ରେ ମାନସ ରଞ୍ଜନ ସାହୁ, ୬୧୪ରେ ନୟନ ରଞ୍ଜନ ଦାସ ରହିଛନ୍ତି।

୨୩୨ ରାଙ୍କ ପାଇଥିବା ବିଶ୍ୱ ବିଶୃତ ଏବେ ଓଡିଶା ପ୍ରଶାସନିକ ସେବା ବା OAS ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଏପଟେ ରେଜଲ୍ଟ ବାହାରିବା ପରେ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି।

ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡିଆ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ କ୍ରମାଗତ ଅବନତି ଦେଖିବାକୁ ମିଳୁଛି। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଆଇଏଏସ୍ କୋଚିଂ ସେଣ୍ଟର ଖୋଲାଯାଇ ପିଲାଙ୍କୁ ପରୀକ୍ଷା ଉପଯୋଗୀ କରିବାକୁ ଚେଷ୍ଟା ଚାଲିଛି। ଏହାସତ୍ତ୍ୱେ ସଫଳତା ହାରରେ ଏଥର ବି ସେଭଳି କିଛି ଉତ୍ସାହଜନକ ପରିବର୍ତ୍ତନ ଦେଖିବାକୁ ମିଳିନି।

(ରିପୋର୍ଟ: ସୁନ୍ଦରଗଡ଼ରୁ ବିଜୟ ବରୁଆ ଓ ଭୁବନେଶ୍ୱରରୁ ଜଗଦୀଶ ଦାସ)

UPSC Civil Services
Advertisment
Advertisment