• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

poor infrastructure
ମଧ୍ୟାହ୍ନଭୋଜନ ବେଳେ ଖସିଲା ଛାତ

ବିଦ୍ୟାଳୟ କାନ୍ଥରେ ଲେଖାଯାଇ ଲେଖାଯାଇଛି ନିରାପଦ କିନ୍ତୁ କାନ୍ଥରୁ ଖଣ୍ଡ ଖଣ୍ଡ ହୋଇ ଖସି ପଡୁଛି କଂକ୍ରିଟ । ବିଦ୍ୟାଳୟକୁ ପିଲାଙ୍କୁ ପଠାଇବାକୁ ଭୟ କଲେଣି ଅଭିଭାବକ । ଛାତରୁ ପ୍ଲାଷ୍ଟର ଖସି ଭିତରୁ ରଡ୍ ଦିଶିଲାଣି, ଛାତରୁ ଅଧିକାଂଶ ଭାଗ ଖସି ତଳେ ପଡ଼ିଛି ବାକି ଯାହା ଅଛି, ଖସିବା ଅପେକ୍ଷାରେ । ଯେଉଁଠି ଦେଖିବେ କାନ୍ଥ ସାରା ଖାଲି ଫାଟ

Elderly couples remarry
୨ ଥର ବାହାହେଲେ ବଢ଼ିବ ଆୟୁଷ !

ବୟସ ୬୦ ଟପିଲାଣି, ଚମ ଧୁଡୁଧୁଡୁ ହେଲାଣି । କିନ୍ତୁ ହାତରେ ପଡିଛି ହାତଗଣ୍ଠି ଓ ବେକରେ ପଡିଛି ବରଣମାଳା ବାଜୁଛି ଯୋଡ଼ି ମହୁରୀ । ବ୍ରାହ୍ମଣ ପଢ଼ୁଛନ୍ତି ବିବାହ ମନ୍ତ୍ର । ଧୂମଧାମରେ ଚାଲିଛି ବିବାହ । କିନ୍ତୁ ବେଦୀରେ ବସିଥିବା ବରକନ୍ୟା ବରିଷ୍ଠ ନାଗରିକ ।

Tiger In Sundergarh
ହଜାରେ କିଲୋମିଟର ଅତିକ୍ରମ କରି ସୁନ୍ଦରଗଡ଼ ଆସିଛି ମହାବଳ, ତିଆରି କରିଛି ନିଜ ଇଲାକା

ଦୀର୍ଘ ବର୍ଷେ ହେଲା ସୁନ୍ଦରଗଡ଼ରେ ମହାବଳ ଥିବା ସଂକେତ ମିଳୁଥିଲା କିନ୍ତୁ କ୍ୟାମେରା ଟ୍ରାପରେ ଆସୁନଥିଲା। ତେବେ ବାଘ ଥିବା ସ୍ପଷ୍ଟ ହେବା ପରେ ସୋସିଆଲ ମିଡ଼ିଆ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ।

Vote
ସ୍ୱାଧୀନତାର ୭୫ ବର୍ଷ ପରେ ବି ପହଞ୍ଚିପାରିନି ପାଣି-ରାସ୍ତା, ପ୍ରତି ଘରେ ଜରିପାଲ

ସାମାନ୍ୟତମ ମୌଳିକ ସୁବିଧା ବି ଅପହଂଚ । ସରକାରୀ ଯୋଜନା ପହଁଚିବା ସାତ ସପନ ।

  • Monday, 18 March 2024
Vote
ସ୍ୱାଧୀନତାର ୭୫ ବର୍ଷ ପରେ ବି ଅଛି ନାହିଁ ନାହିଁର ଗାଁ

ସ୍ବାଧୀନତାର ୭୫ ବର୍ଷ ପରେ ବି ଅଛି କି, ନାହିଁ ନାହିଁର ଗାଁ। ରହିବାକୁ ଖଣ୍ଡିଏ ପକ୍କା ଘର, ପିଇବାକୁ ବିଶୁଦ୍ଧ ପାଣି ଆଉ ସରକାରଙ୍କ ଯୋଜନା ପହଁଚିବାକୁ ପକ୍କା ରାସ୍ତା, ଏବେବି ଅନେକ ଗାଁ ପାଇଁ ସାତସପନ। ନିର୍ବାଚନ ଆସିଲେ ନେତାଙ୍କ ଗାଁ କଥା ମନେ ପଡ଼େ।

Dog Show
ମନ ମୋହିଲା ପେଟ୍‌ ଶୋ; ରାଂପ ଶୋ’ ରେ ଚାଲିଲେ ୨୪ ପ୍ରଜାତିର କୁକୁର

ଧଳା, କଳା, ନାଲି, ମାଟିଆ ବିଭିନ୍ନ ରଙ୍ଗ ଓ ପ୍ରଜାତିର ବିଲେଇ। କିଏ ବେକରେ ସ୍କାର୍ଫ ପିନ୍ଧିଛି ତ ଆଉ ମୋତି ହାର ପିନ୍ଧିଛି। ପୁଣି କିଏ ମୁଣ୍ଡ ଆଉଁସି ଦେଉଛି, କାଖେଇ ପକାଉଛି।

Mayurbhanj
ସାମାଜିକ ବ୍ୟବସ୍ଥାର କରୁଣ ପରିଣତି, ୧୦ କେଜି ମାଂସ ପାଇଁ ଶବକୁ ଦେଲେନି କାନ୍ଧ

ମେଣ୍ଢା ମାଂସ ଖାଇବାକୁ ଦେଲେ ଶବ ଉଠିବ, ସାହି ଭାଇ କେହି ଶବ ଉଠାଇବା ପାଇଁ ମନା କରିଦେଲେ ।

Unique Marriage
ନିଜ ବିବାହରେ ରକ୍ତ ଓ ଗଛ ଦାନ କରି ଚର୍ଚ୍ଚାରେ ନବ ଦମ୍ପତି

ଲୋକଙ୍କଠୁ ଉପହାର ନେବା ବଦଳରେ ଦେଉଛନ୍ତି ଉପହାର। ଆଉ ସେହି ଉପହାର ଭିତରେ ରହିଛି ବୃକ୍ଷ ଓ ରକ୍ତଦାନ। ଏହି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକର ରାଣୀତାଲ ଅଞ୍ଚଳର ରାହାଞ୍ଜ ଗ୍ରାମର ରତ୍ନାକର ସାହୁଙ୍କ ବିବାହ ଭୋଜିରେ।

Koraput
ପଥର ଉପରେ ବିରାଟ ପାଦ ଚିହ୍ନ, କାହାର ? ଲୋକେ କୁହନ୍ତି ଭୀମ ଆସିଥିଲେ...

ନଦୀ ଶଯ୍ୟାରେ ପଥର ଉପରେ ଥିବା ଏକ ପାଦଚିହ୍ନକୁ ସ୍ଥାନୀୟ ବାସିନ୍ଦା ଭୀମାଖୋଜ ବା ଭୀମାରାଣୀଙ୍କ ପାଦ ଭାବେ ମାନ୍ୟତା ଦେଇ ପୂଜାର୍ଚ୍ଚନା କରୁଛନ୍ତି ।

  • Monday, 18 March 2024
Kitchen Garden
ଆଉ ନାହିଁ କିଚେନ୍‌ ଗାର୍ଡେନ୍‌ର ଚିହ୍ନ ବର୍ଣ୍ଣ ! କୁଆଡ଼େ ଗଲା ଯୋଜନା...

ବାଲେଶ୍ୱର ଜିଲ୍ଲାରେ କିଛି ସ୍କୁଲରେ ଗାର୍ଡେନ ଗୁଡ଼ିକ ନଷ୍ଟ ହୋଇଯାଇଥିବା ବେଳେ ଆଉ କିଛି ସ୍କୁଲକୁ ସହାୟତା ରାଶି ମିଳିନି । ସ୍କୁଲ୍‌ରେ କିଚେନ୍ ଗାର୍ଡେନର ଅସ୍ତିତ୍ୱ ନଥିବା ବେଳେ ନିଜସ୍ୱ ଚେଷ୍ଟାରେ ଗଛ ଲଗାଇବାକୁ ଉଦ୍ୟମ କରୁଛନ୍ତି ଅନେକ ସ୍କୁଲ୍ ।

BUS Stand
ବସ୍ ଷ୍ଟାଣ୍ଡକୁ ଯାଉନି ବସ୍‌, ଯାତ୍ରୀ ହନ୍ତସନ୍ତ ଲୋକେ ବି ହନ୍ତସନ୍ତ

୧୨ ତାରିଖରୁ ନୂଆ ବସଷ୍ଟାଣ୍ଡ ଉଦଘାଟନ ସରିଲାଣି ହେଲେ ଘରୋଇ ବସ୍ ମାଲିକ ସଂଘ ପାଖରେ ଖବର ନାହିଁ । ପାର୍କିଂ ଫି ସହିତ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଜାଣିନଥିବା ଅଭିଯୋଗ ମଧ୍ୟ କରିଛନ୍ତି ବସ୍‌ ମାଲିକ ।

Insurance Fraud
୧ କୋଟି ଇନସୁରାନ୍ସ ଟଙ୍କା ପାଇଁ ମହିଳାଙ୍କ ମୃତ୍ୟୁ ନାଟକ ! ଧରାପଡ଼ିଲା ପରେ...

ମୃତ୍ୟୁ ସାର୍ଟିଫିକେଟ ଦେଖାଇ ସେ ଜୁଲାଇ ମାସରେ ଇନ୍‌ସୁରାନ୍ସ କମ୍ପାନୀଠାରୁ ଏକ କୋଟି ଟଙ୍କା କ୍ଲେମ୍‌ କରିଥିଲେ ।

  • Monday, 18 March 2024
  • Fraud
bus stand
ବସଷ୍ଟାଣ୍ଡ ଉଦଘାଟନ ସରିଲାଣି, ଭିତରକୁ ଯାଉନି ବସ୍

ଉଦଘାଟନ ପରେ ଗେଟ୍ ବନ୍ଦ ! ନୂଆ ବସଷ୍ଟାଣ୍ଡ ଉଦଘାଟନ ସରିଛି, ହେଲେ ବସଷ୍ଟାଣ୍ଡ ଭିତରକୁ ଯାଉନି ବସ୍ । ଘରୋଇ ବସ୍ ମାଲିକ ସଂଘ ପାଖରେ ଖବର ନାହିଁ । ରାସ୍ତା ଉପରେ ଲୋକେ ବସରେ ଚଢ଼ୁଛନ୍ତି ଆଉ ଓହ୍ଲାଉଛନ୍ତି । ଅସମ୍ଭବ ଭିଡ଼, ଖରାରେ ଯାତ୍ରୀ ହନ୍ତସନ୍ତ । OSRTC ଓ ବସ୍ ମାଲିକ ସଂଘ ମଧ୍ୟରେ ଟଣାଓଟରା, ଭୋଗୁଛନ୍ତି ସାଧାରଣ ଲୋକେ ।

Footprint
ପାଦଚିହ୍ନ ପୂଜାକଲେ ପ୍ରବଳ ବର୍ଷା !

ନଦୀ ଶଯ୍ୟାରେ ପଡ଼ିଥିବା ପଥର ଉପରେ କାହାର ଏହି ପାଦଚିହ୍ନ ? କାହାର ପାଦପଡ଼ି ଲୁହା ଭଳି ପଥରରେ ହୋଇଯାଇଛି ଚିହ୍ନ ? ବର୍ଷା ହେବା ପାଇଁ ପାଦକୁ କରାଯାଉଛି ପୂଜା...

Kitchen garden scheme
ହଜିଗଲା କି କିଚେନ ଗାର୍ଡେନ୍ ?

ମାଳ ମାଳ ଯୋଜନା ଭିତରେ ହଜି ଗଲାଣି କି ପିଲାଙ୍କ ପାଇଁ ହୋଇଥିବା କିଚେନ ଗାର୍ଡେନ ? ଯୋଜନାକୁ ୩ ବର୍ଷ ନ ପୁରୁଣୁ ନା ଅଛି ଗାର୍ଡେନ ନା ଅଛି ଯୋଜନା । ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ମିଳୁନଥିବା ଅଭିଭାବକଙ୍କ ଅଭିଯୋଗ । ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା କିଚେନ୍ ଗାର୍ଡେନ ଯୋଜନା ।

blood donation camp at wedding
ନିଆରା ବାହାଘର, ଅତିଥିଙ୍କ ଠାରୁ ଉପହାର ନେବା ବଦଳରେ ଦେଉଛନ୍ତି ବର-କନ୍ୟା

ନିଆରା ବାହାଘର । ଅତିଥିଙ୍କ ଠାରୁ ଉପହାର ନେବା ବଦଳରେ ଦେଉଛନ୍ତି ଉପହାର । ଆଉ ସେହି ଉପହାର ଭିତରେ ରହିଛି ବୃକ୍ଷ ଓ ରକ୍ତଦାନ। ଏହି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକର ରାଣୀତାଲ ଅଞ୍ଚଳର ରାହାଞ୍ଜ ଗ୍ରାମର ରତ୍ନାକର ସାହୁଙ୍କ ବିବାହ ଭୋଜିରେ..

AC Tunnel
ଘୋଡ଼ା ୬ ଟଙ୍କାକୁ ଦାନା ୯ ଟଙ୍କା ! ଶ୍ରୀମନ୍ଦିର ଏସି ଟନେଲର ୨ ମାସର ବିଦ୍ୟୁତ୍ ବିଲ୍ ୧୪ ଲକ୍ଷ

ଘୋଡ଼ା ଛଅ ଟଙ୍କାକୁ ଦାନା ନଅ ଟଙ୍କା.... ଦୁଇ ମାସରେ ଶ୍ରୀମନ୍ଦିର ଏସି ବ୍ୟାରିକେଡ୍‌ର ବିଦ୍ୟୁତ୍ ବାବାଦକୁ ବିଲ୍ ଆସିଛି ୧୪ ଲକ୍ଷ ୧୭ ହଜାର ୬ ଶହ ୩୦ ଟଙ୍କା ।

Newly Married Couple
ନବ ଦଂପତିଙ୍କ ନିଆରା ଚେଷ୍ଟା 

ଆପଣ ବାହାଘର ତ ଦେଖିଥିବେ..କିନ୍ତୁ ଏଠି ଟିକେ ଭିନ୍ନ ଏହି ବାହାଘର। ଭଦ୍ରକ ରାଣୀତାଲ ଅଂଚଳର ରତ୍ନାକର ଓ ବନଲତା ନିଜ ବିବାହ ଭୋଜିରେ ସମାଜକୁ ଦେଇଛନ୍ତି ଏକ ନିଆରା ସନ୍ଦେଶ। ଲୋକଙ୍କ ପାଇଁ ରକ୍ତଦାନ ଶିବିର ଆୟୋଜନ କରିବା ସହ ଭୋଜିକୁ ଆସିଥିବା ଅତିଥିଙ୍କୁ ଉପହାରରେ ଦେଇଛନ୍ତି ବୃକ୍ଷଚାରା।

Senior Citizens Marriage
Senior Citizens Marriage: ପିଲାଏ କଲେ ବାପାମାଆଙ୍କ ବିବାହ

ହୋମ ଯଜ୍ଞ ଚାଲିଛି...ମଙ୍ଗଳ ଧ୍ବନି ବାଜୁଛି,,, ବର କନ୍ୟା ମନ୍ତ୍ର ପାଠ ସହ ପରସ୍ପରକୁ ବାହା ହେଉଛନ୍ତି। ସାଧାରଣ ଭାବେ ଗଣ ବିବାହ ଏଇଭଳି ହିଁ ହୁଏ। ତେବେ ଏଠିକାର ବିଶେଷତ୍ବ ଏୟା ଯେ... ଏଠି କେବଳ ୬୦ ବର୍ଷରୁ ଉର୍ଦ୍ଧ୍ବ ଦଂପତି ହିଁ ପୁନର୍ବାର ବାହା ହେଉଛନ୍ତି । ତା ବି ସେମାନଙ୍କ ପିଲାମାନେ ହିଁ ବାହାଘର କରାଉଛନ୍ତି ।

Groundwater depletion
ରାଜ୍ୟରେ ଆଗକୁ ଉତ୍କଟ ହେବ କି ଭୂତଳ ଜଳସ୍ତର ?

ରାଜ୍ୟରେ ଆଗକୁ ଉତ୍କଟ ହେବ କି ଭୂତଳ ଜଳସ୍ତର ? ବାଙ୍ଗାଳୁରୁ ଭଳି ଭୁବନେଶ୍ବରବାସୀ ବି ଭୋଗିବେନି ତ ଜଳସଙ୍କଟ ସ୍ଥିତି ? କାରଣ ରାଜଧାନୀରୁ ରାଜ୍ୟବ୍ୟାପି ଦ୍ରୁତଗତିରେ ଭୂତଳ ଜଳସ୍ତର ଖସୁଛି। ମାଟି ଯେତିକି ଶୋଷୁଛି ତାର ୮୬ ପ୍ରତିଶତ ଜଳ ଉତ୍ତୋଳନ ହେଉଥିବାବେଳେ ରାଜ୍ୟର ୯ଟି ବ୍ଲକର ଭୂତଳ ଜଳସ୍ତର ସ୍ଥିତି ସେମି-କ୍ରିଟିକାଲ ସ୍ତରରେ ପହଞ୍ଚିଛି। ଯାହାକୁ ନେଇ ଚିନ୍ତା ବଢ଼ିଛି।... 

Groundwater depletion
ଖସୁଛି ରାଜ୍ୟର ଭୂତଳ ଜଳସ୍ତର; ସଂକଟମୁହାଁ ଭୁବନେଶ୍ବର !

ଦ୍ରୁତ ଗତିରେ ଖସୁଛି ରାଜ୍ୟର ଭୂତଳ ଜଳସ୍ତର ।  ମାଟି ଯେତିକି ଶୋଷୁଛି ତାର ୮୬% ହେଉଛି ଉତ୍ତୋଳନ । ଭୂତଳ ଜଳ ସଂକଟମୁହାଁ ରାଜଧାନୀ ଭୁବନେଶ୍ବର !

Snakebite
ମଲାଝିଅକୁ ଛାଡୁନି ମାଆ

ଅନ୍ଧ ବିଶ୍ବାସ ପାଇଁ ମୃତ ଝିଅର ଶରୀର ନେଇ ମାଆ ଫେରାର ହୋଇଯାଇଛି । ରାଉରକେଲା ସରକାରୀ ହସ୍ପିଟାଲର ପୋଷ୍ଟମର୍ଟମ ଗୃହର ତାଲା ଭାଙ୍ଗି ପରିବାର ଲୋକେ ମୃତଶିଶୁର ଶରୀର ନେଇ ଘରକୁ ପଳେଇ ଯାଇଥିବା ଅଭିଯୋଗ ହୋଇଛି।

Cat
ବିଲେଇ ପ୍ରଦର୍ଶନୀ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ ଆୟୋଜିତ ହୋଇଛି ରାଜ୍ୟର ପ୍ରଥମ ବିଲେଇ ପ୍ରଦର୍ଶନୀ ବା କ୍ୟାଟ୍ ଶୋ' । ଏଠାରେ ଦେଶୀ ବିଦେଶୀ ବିଲେଇଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି । ଆପଣ ବି ଯଦି ବିଲେଇ ପ୍ରେମୀ ତେବେ ବ୍ରହ୍ମପୁର ଆସନ୍ତୁ ଏବଂ ବିଲେଇ ଦେଖନ୍ତୁ । କେବଳ ଆଖ ପାଖ ଅଞ୍ଚଳ କାହିଁକି ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ମଧ୍ୟ ଅନେକ ବ୍ୟକ୍ତି ନିଜ ପୋଷା ବିଲେଇକୁ ନେଇ ଏହି ପ୍ରଦର୍ଶନୀରେ ସାମିଲ ହୋଇଛନ୍ତି....

Opium cultivation
ଯୁଆଡେ ଦେଖିଲେ ସିଆଡେ ଖାଲି ଅଫିମ ଗଛ

ଶିମିଳିପାଳ ଅଭୟାରଣ୍ୟ ଭିତରେ ବ୍ୟାପକ ଅଫିମ ଚାଷ । ପୋଲିସ ଚଢାଉ କରି ୩ କୋଟି ଟଙ୍କାର ଅଫିମ ଚାଷ ନଷ୍ଟ କରିଛି । ଗତ ୨୪ ତାରିଖରେ ମଧ୍ୟ ଶିମିଳିପାଳରେ ୧୦ କୋଟିର ଅଫିମ ଚାଷକୁ ନଷ୍ଟ କରାଯାଇଥିଲା ।

Yojanara Na Hariloot
ସବୁ ଲୁଟିନେଲେ GRS

କାଗଜରେ ରାସ୍ତା ଓ ପାର୍କ ତିଆରି କରିଦେଲେ ଜିଆରଏସ୍ । କାମ ନ କରି ଲୁଟିନେଲେ ଶ୍ରମିକଙ୍କ ପାରିଶ୍ରମିକ । ଜାଲ ମଷ୍ଟର ରୋଲ ତିଆରି କରି ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ ।