• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସାମାଜିକ ବ୍ୟବସ୍ଥାର କରୁଣ ପରିଣତି। ମୃତ୍ୟୁ ପରେ ବି ଶବକୁ ନାହିଁ ଶାନ୍ତି। ମୃତ୍ୟୁର ତିନିଦିନ ପର୍ଯ୍ୟନ୍ତ ଶବକୁ ମିଳିଲାନି କାନ୍ଧ। ତିନି ଦିନ ଧରି ଘରେ ପଡ଼ି ରହିଲା ଶବ । ମେଣ୍ଢା ମାଂସ ଖାଇବାକୁ ଦେଲେ ଶବ ଉଠିବ, ସାହି ଭାଇ କେହି ଶବ ଉଠାଇବା ପାଇଁ ମନା କରିଦେଲେ । ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ଅଧିନ ତେଲବିଲ୍ଲା ଗ୍ରାମରେ ଦେଖିବାକୁ ମିଳିଛି ଏପରି ଘଟଣା। ସୋମବାରୀ ସିଂ ନାମକ ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କ ଶନିବାର ମୃତ୍ୟୁ ହୋଇଥିଲା ।

ଆଦିବାସୀ ପରମ୍ପରା ଅନୁଯାୟୀ ଗ୍ରାମବାସୀଙ୍କୁ ପଣ ଦେବାର ନିୟମ ରହିଛି। ମୃତ ବୃଦ୍ଧାଙ୍କ ପୁଅ ପଣ ବାବଦକୁ ଅକ୍ଷମ ହେବାରୁ ଶବ ପଡିରହିଥିଲା । ପୂର୍ବରୁ ମଧ୍ୟ ମୃତ ସୋମବାରୀଙ୍କ ପୁଅର ଦୁଇ ଦୁଇ ଥର ବିବାହ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମରେ ଗାଁରେ ପଣ ଦେଇ ନ ଥିବାରୁ ଏବେ ଗାଁ ମୁରବୀ ଅସନ୍ତୋଷ ପ୍ରକାଶ କରିଥିଲେ । ଫଳରେ ଦୁଇ ଦିନ ଧରି ଗାଁରୁ ଶବ ଉଠି ନଥିଲା । ଆଜି ତାଙ୍କ ପୁଅ ପଣ ବାବଦକୁ ଦଶ କେଜି ମାଂସ ଦେବାର କଥା କହିବା ପରେ ନିଜ ସମ୍ପ୍ରଦାୟର ଲୋକେ ଶବ ସତ୍କାର ପାଇଁ ହାତ ବଢାଇଥିଲେ।