୨୦୨୬ ସୁଦ୍ଧା ବେଆଇନ ନିଶା କାରବାର ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ଟାର୍ଗେଟ୍ ପୂରଣ କରିବାକୁ ୯ ଜିଲ୍ଲାରେ ଚାଲିଛି ଅଭିଯାନ । ଡିଜିପି କହିଛନ୍ତି ମାସକ ଭିତରେ ୨ ହଜାର ୩୭୫ ଏକର ଜମିରେ ଗଂଜେଇ ଚାଷ ଧ୍ୱଂସ ହୋଇଥିବାବେଳେ ୮୦ ବେପାରୀ ବନ୍ଧା ହେଲେଣି ।
ଚାଷ କାମ ଯାହାର କି ଆନନ୍ଦ ତାହାର ? ଏହି ଉକ୍ତିଟି ଯେମିତି ଏବେ ଓଲଟି ଯାଇଛି । ଚାଷ କାମ ଯାହାର, ସବୁ ଦୁଃଖ ତାହାର । ଚାଷୀଙ୍କ ପାଇଁ ସରକାରଙ୍କ ଦରଦ ଏମିତି ଯେ, ଚାଷରୁ ମୁଁହ ଫେରାଇ ଦାଦନ ମୁଁହା ହେଲେଣି ଚାଷୀ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ସାମ୍ନାକୁ ଆସିଛି ଚାଷୀଙ୍କ ଦୟନୀୟ ସ୍ଥିତି ।