Advertisment

ହଜାରେ କିଲୋମିଟର ଅତିକ୍ରମ କରି ସୁନ୍ଦରଗଡ଼ ଆସିଛି ମହାବଳ, ତିଆରି କରିଛି ନିଜ ଇଲାକା

ଦୀର୍ଘ ବର୍ଷେ ହେଲା ସୁନ୍ଦରଗଡ଼ରେ ମହାବଳ ଥିବା ସଂକେତ ମିଳୁଥିଲା କିନ୍ତୁ କ୍ୟାମେରା ଟ୍ରାପରେ ଆସୁନଥିଲା। ତେବେ ବାଘ ଥିବା ସ୍ପଷ୍ଟ ହେବା ପରେ ସୋସିଆଲ ମିଡ଼ିଆ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Tiger In Sundergarh

Tiger In Sundergarh

ହଜାରେ କିଲୋମିଟରରୁ ଅଧିକ ବାଟ ଅତିକ୍ରମ କରି ସୁନ୍ଦରଗଡ଼ରେ ନିଜର ଇଲାକା ତିଆରି କରିଛି ଏକ ମହାବଳ। ମଧ୍ୟପ୍ରଦେଶ ସଞ୍ଜୟ ଡୁବୁରୀ ବ୍ୟାଘ୍ର ଅଭୟାରଣ୍ୟରୁ ବର୍ଷେ ହେଲା ଆସି ସୁନ୍ଦରଗଡ଼ରେ ଘର କରିଥିବା ମହାବଳ ବାଘ ବଣାଇ ଉପଖଣ୍ଡ ତୋଡ଼ା ରିଜର୍ଭ ଫରେଷ୍ଟ ରେଞ୍ଜରେ ଲଗାଯାଇଥିବା କ୍ୟାମେରାରେ ଟ୍ରାକ୍ ହୋଇଥିବା ପ୍ରଥମେ ଜଣାଇଥିଲେ ବଣାଇ ଡିଏଫଓ। ବଣାଇ ଆସିବା ବାଟରେ ଛତିଶଗଡର ୩ଟି ବ୍ୟଘ୍ର ଅଭୟାରଣ୍ୟ ଓ କରିଡ଼ର ଡେଇଁ ଝାଡ଼ଖଣ୍ଡ ଦେଇ ଓଡ଼ିଶାରେ ମହାବଳ ପହଞ୍ଚିଥିବା ସ୍ପଷ୍ଟ କରିଛନ୍ତି ପିସିସିଏଫ୍।

Advertisment

ଦୀର୍ଘ ବର୍ଷେ ହେଲା ସୁନ୍ଦରଗଡ଼ରେ ମହାବଳ ଥିବା ସଂକେତ ମିଳୁଥିଲା କିନ୍ତୁ କ୍ୟାମେରା ଟ୍ରାପରେ ଆସୁନଥିଲା। ତେବେ ବାଘ ଥିବା ସ୍ପଷ୍ଟ ହେବା ପରେ ସୋସିଆଲ ମିଡ଼ିଆ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ।

Advertisment

ତେବେ ମହାବଳ ବାଘ ଆସିବା ନେଇ ପିସିସିଏଫ୍‌ ସୁଶାନ୍ତ ନନ୍ଦ ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି ସୁନ୍ଦରଗଡ଼ରେ କିଛି ଦିନ ହେବ ମହାବଳର ସାଇନ୍‌ ମିଳୁଥିଲା। କିନ୍ତୁ ରିଜର୍ଭ ଫରେଷ୍ଟ ରେଞ୍ଜରେ ଲଗାଯାଇଥିବା କ୍ୟାମେରାରେ କଏଦ ହୋଇନଥିବାରୁ ଆମେ ସ୍ପଷ୍ଟ ଭାବେ କହିପାରୁନଥିଲୁ। ତେବେ ଏହି ମହାବଳଟି ପ୍ରାୟ ହଜାରେ କିଲୋମିଟର ଅତିକ୍ରମ କରି ସୁନ୍ଦରଗଡ଼ରେ ତା’ର ନୂଆ ଇଲାକା କରିଛି ବୋଲି କହିଛନ୍ତି ସୁଶାନ୍ତ ନନ୍ଦ।

Odisha PCCF Tiger Spotted
Advertisment
Advertisment