ଏ ଗାଁର ଅବସ୍ତା ଏମିତି ଯେ... ଯେଉଁଠି ବେଳ ବୁଡ଼ିଲେ ଅନ୍ଧାରର ଚାଲେ ରାଜୁତି... ରାତିରେ ଦି’ ଅକ୍ଷର ପାଠ ପଢିବା ପାଇଁ ଦିକିଦିକି ଜଳୁଥିବା ଡବିରି ହିଁ ଏକମାତ୍ର ସାହା ଭରସା... ଶିକ୍ଷାର ବିକଳ ଅବସ୍ଥା ଲାଗି ଗାଆଁରେ ନାହିଁ ଅଙ୍ଗନୱାଡ଼ି,ବିଦ୍ୟାଳୟ। ଶୁଦ୍ଧ ପିଇବା ପାଣି ଏମାନଙ୍କ ପାଇଁ ସାତ ସପନ... ପାଣି ମୁନ୍ଦେ ପାଇଁ ଏକ କିଲୋମିଟର ଅଣଓସାରିଆ ହିଡ଼ ରାସ୍ତା ହିଁ ମାଧ୍ୟମ... ହିଡ଼ ଡେଇଁଲେ ଦୂଷିତ ଚୁଆ ଏବଂ ସେଇ ଚୁଆର ଗୋଳିଆ ପାଣି ସାରା ଗାଁର ତୃଷା ମେଣ୍ଟାଏ...
ମୁଣ୍ତଝାଳ ତୁଣ୍ତରେ ମାରି ଫସଲ ଫଳାଇଥିଲୁ। ଫସଲ ବି ଏଥର ଭଲ ହୋଇଥିଲା। କାଳବେଶାଖୀ ପ୍ରଭାବରେ ୩ ଦିନ ଧରି ବର୍ଷା ଲାଗି ରହିବା ଯୋଗୁଁ ସବୁ ପରିବା ଚାଷ ଉଜାଡି ଯାଇଥିବା କୋହଭରା କଣ୍ଠରେ କହିଛନ୍ତି ଭଦ୍ରକ ବାସୁଦେବପୁର ଅଞ୍ଚଳର ପରିବାଚାଷୀ...
କେମିତି ହେଲା କେନ୍ଦୁଝର ଜେଲ କଏଦୀ ଅଜୟ ଦାସଙ୍କ ମୃତ୍ୟୁ? ଜେଲ ଭିତରେ କେମିତି ଆତ୍ମହତ୍ୟା କଲେ ଅଜୟ? ଏହାପଛରେ ଆଉ କିଛି ରହସ୍ୟ ରହିଛି କି?
କାଗଜ କଲମରେ ପାମୋଲିନ ଚାଷ । ୨୬ ଲକ୍ଷରୁ ଅଧିକ ଟଙ୍କା ହେରଫେର୍ । ଆରଟିଆଇ ତଥ୍ୟ ଖୋଲିଲା ହର୍ଟିକଲଚର ବିଭାଗର ପୋଲ୍ ।
ବାହାର ରାଜ୍ୟରେ ଦାଦନ ଖଟୁଥିଲେ, ଏବେ ନିଜ ଘରେ ରହି ଲକ୍ଷପତି । ୟୁଟୁବ୍ ଦେଖି ବଦଳିଯାଇଛି ଭାଗ୍ୟ । ରୋଜଗାର ଆଶାରେ ଦିନେ ଘରୁ ଗୋଡ଼ କାଢ଼ିଥିଲେ ଏବେ ଅନ୍ୟଙ୍କୁ ଦେଉଛନ୍ତି ରୋଜଗାର । ଷ୍ଟ୍ରବେରୀ ଚାଷ କରି ଲକ୍ଷ ଲକ୍ଷ ରୋଜଗାର ।
ଆଜି ସାରା ବିଶ୍ୱ ପାଳିବ ଆର୍ଥ ଆୱାର । ଅର୍ଥାତ ପ୍ରତିବର୍ଷ ଭଳି ଏଥର ବି ଘଣ୍ଟାଏ ପାଇଁ ବିଦ୍ୟୁତ ଆଲୋକ ବନ୍ଦ କରିବେ ବିଶ୍ୱବାସୀ । ଶକ୍ତି ସଂରକ୍ଷଣର ବାର୍ତ୍ତା ନେଇ ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏଁ ନିଜ ନିଜ ଘରେ, ପ୍ରତିଷ୍ଠାନରେ, ଅଫିସ ଆଦିରେ ବିଜୁଳି ବନ୍ଦ କରି ଏହି ଦିବସ ପାଳିବେ ସମସ୍ତେ ।
ଦାରିଙ୍ଗବାଡ଼ିର ଲକ୍ଷପତି ଦିଦି । ଓଡ଼ିଆ ମହିଳାଙ୍କ ପାଇଁ ସାଜିଲେ ରୋଲ୍ ମଡେଲ । ସ୍ୱଂୟ ସହାୟିକା ଗୋଷ୍ଠୀ ଗଢ଼ି ବନିଲେ ଲକ୍ଷପତି ଦିଦି ।
ଶୁଖିଲା ପଡ଼ିଛି ଗରା ବାଲଟି....ବାଲଟିଏ ପାଣି ପାଇଁ ପାହାଡ଼ ଚଢ଼ିଗଲେ ସିନା ଦେହରେ ଆଉ ବଳ ନାହିଁ । କେତେବେଳେ ପାଇପରେ ପାଣି ଆସିବ ଆଉ ବାଲଟି ପୂରଣ ହେବ ଅପେକ୍ଷାରେ ଆଖିରୁ ପାଣି ମଲାଣି । ଏଥର ଭୋଟ୍ ଆଗରୁ ପାଣି ସୁବିଧା ନକଲେ ଭୋଟ୍ ବର୍ଜନ କରିବାକୁ ଗ୍ରାମବାସୀଙ୍କ ଚେତାବନୀ ।
କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କ ବଢିଲା ଅଡୁଆ । ଜୟରାମ ପାଙ୍ଗୀ ନିଜର ପୂର୍ବତନ ଡ୍ରାଇଭରଙ୍କଠାରୁ ୮୬ ଲକ୍ଷ ଟଙ୍କା ଠକିବା ସହ ଆକ୍ରମଣ ଅଭିଯୋଗ ଘଟଣାରେ ତାଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ଼ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ।
ବରିଷ୍ଠ ନେତା ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ । ବ୍ରେନ ଡେଡ୍ ହୋଇଥିବା ନେଇ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବନ କର୍ମଚାରୀଙ୍କ ଉପରେ ଶିକାରୀଙ୍କ ଆକ୍ରମଣ ପରେ ଆକ୍ସନ ମୋଡରେ ବନ ବିଭାଗ । କୁଳଡିହା ଅଭୟାରଣ୍ୟରେ ବନ ବିଭାଗ ପକ୍ଷରୁ ରାତି ଅଧିଆ କମ୍ବିଂ ଅପରେସନ କରାଯାଇଛି । ଏହି ଅପରେସନ ବେଳେ ୬ ଜଣ ଶିକାରୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୬ଟି ଦେଶୀ ବନ୍ଧୁକ ଜବତ କରାଯାଇଛି ।
ଭଜନ, କୀର୍ତ୍ତନ, ହରିବୋଲ, ହୁଳହୁଳି ରେ କମ୍ପୁଛି ମନ୍ଦିର ପରିବେଶ l ବେଦଜ୍ଞ ବ୍ରାହ୍ମଣ ମାନଙ୍କ ବେଦଧ୍ଵନି ସହ ଘୃତାହୂତି ରେ ଯଂଜ୍ଞମଣ୍ଡପ ପ୍ରକମ୍ପିତ l ଶତାଧିକ ଭକ୍ତ ଙ୍କ ଗହଳି ରେ ପ୍ରସାଦସେବନ ଚାଲିଥିବl ବେଳେ ବିରାଜମାନ କରିଛନ୍ତି ମହାପ୍ରଭୁ ଜଗନ୍ନାଥ l
ପତ୍ର ଉପରେ ଚାଲୁଛି ପୋକ। କେଉଁଠି ହଳଦିଆ ପଡ଼ିଗଲାଣି ତ କେଉଁଠି ସୁଖି ଝଡି ଗଲାଣି। ଆଉ କେଉଁଠି ସମ୍ପୂର୍ଣ ଗଛ ପୋଡି ଯାଇଛି। ମୁଗ ବିରି ଫସଲରେ ଏଭଳି ପୋକ ଲାଗି ଫସଲ ନଷ୍ଟ ହୋଇଛି ।
ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାରଣ୍ଡାରେ ପଡି ଚିକିତ୍ସିତ ହେଉଛନ୍ତି ଶହ ଶହ ରୋଗୀ । ଦୁଃଖ ଏତିକିରେ ସରିନାହିଁ, ଜିଲ୍ଲାରେ ଟେକ୍ନିସିଆନ, ସର୍ଜରୀ ଏବଂ ଆନାସ୍ଥେସିଆ ଭଳି ଡାକ୍ତରଙ୍କ ଅଭାବ ଫଳରେ ସାମାନ୍ୟ ରୋଗିକୁ ରେଫର୍ କରାଯାଉଛି ସହ ସହ ମାଇଲ ଦୂର
ଖୁବ୍ ସୁନ୍ଦର,ନିଆରା ଏବଂ ଆଧ୍ୟତ୍ମିକ ପରିବେଶରେ ଚାଲିଛି ଯଜ୍ଞ କାର୍ଯ୍ୟ। ବେଦ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରା ପରିବେଶ। ପିଲା ଠୁ ବୟସ୍କ ସମସ୍ତଙ୍କ ମନରେ ଖୁସିର ଲହରି । କିଏ ଭୋଜି ଖାଇବାରେ ବ୍ୟସ୍ତ ତ ପୁଣି କିଏ ବ୍ରହ୍ମଚାରୀଙ୍କୁ ଭିକ୍ଷା ଦେବା ପାଇଁ ବ୍ୟାକୁଳ। ଜଣେ କି ଦୁଇ ଜଣ ନୁହେଁ ଏକା ସାଙ୍ଗରେ ୧୦ ଜଣ ବ୍ରହ୍ମଚାରୀଙ୍କର ଧାଡି ଧାଡି କରି ୫ଟି ବେଦୀରେ ଚାଲିଛି ସମୂହ ବ୍ରତୋପନୟନ କାର୍ଯ୍ୟ ।
ମହାନଦୀ ଗର୍ଭ ତଳେ ଏମିତି କଣ ଅଛି ? କାହିଁକି ବାରମ୍ବାର ସାମ୍ନାକୁ ଆସୁଛି ପୁରାତନ ସାମଗ୍ରୀ l ଠାବ ହେଇପାରୁନି ପାଣି ତଳର ରହସ୍ୟ l ସତ ଜାଣିବାକୁ ବଢୁଛି ଲୋକଙ୍କ ମନରେ ଉତ୍କଣ୍ଠା l ପାଣି ତଳେ ରହିଛି କି ପୁରାତନ ସଭ୍ୟତା ?
କଦଳୀ ପାଟୁକାରୁ ସାନିଟାରି ପ୍ୟାଡ୍ । ମାତା ଅମୃତାନନ୍ଦମୟୀ ମଠ ପକ୍ଷରୁ 'ସୌଖ୍ୟମ' ଅଭିଯାନରେ ତିଆରି। ଖୁବଶୀଘ୍ର ଓଡ଼ିଶାରେ ବି ତିଆରି ହେବ ଶସ୍ତା ଓ ପୁନଃ ବ୍ୟବହାର ଯୋଗ୍ୟ ପ୍ୟାଡ୍
କଟକ ମହାନଗର ନିଗମ ୩୧ ଓ ୩୨ ନମ୍ବର ୱାର୍ଡ ଫ୍ରେଣ୍ଡସ କଲୋନୀରେ ଯୁଆଡେ ଅନେଇଲା ଖାଲି ପାଣି ହିଁ ପାଣି। ଅସରାଏ ବର୍ଷାରେ ରାସ୍ତା ହେଉ କି ଘର ସବୁଠି ଆଣ୍ଠୁଏ ଆଣ୍ଠୁଏ ପାଣି। ଆଉ ସେହି ପାଣି ଭିତରେ ଚଳପ୍ରଚଳ କରୁଛନ୍ତି ପ୍ରାୟ ୫୦ ପରିବାର।
ଭକ୍ତଙ୍କ ଯାତାୟାତ ସୁବିଧା ପାଇଁ ନିର୍ମାଣ ହେବ କି ଭୂତଳ ରାସ୍ତା? ବଡ଼ଦାଣ୍ଡରେ ନିର୍ମାଣ ହେବ କି ୨ଟି ଭୂତଳ ରାସ୍ତା? କିଛି ଏଭଳି ପ୍ରସ୍ତାବ ସାମ୍ନାକୁ ଆସିବା ପରେ ଦେଖାଦେଇଛି ମିଶ୍ରିତ ପ୍ରତିକ୍ରିୟା।
ମୁଣ୍ଡ ବିନ୍ଧା ସାଙ୍ଗକୁ ବାନ୍ତି ବି ହେଉଥିଲା । ତେଣୁ ତୁରନ୍ତ ସର୍ଜରୀ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ।
ପଖାଳ ଶ୍ରୀଜଗନ୍ନାଥଙ୍କ ଅତିପ୍ରିୟ । ରତ୍ନ ସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ଦିନର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପଖାଳ ବ୍ୟଞ୍ଜନ ଭୋଗପୟ ପାଇଥାନ୍ତି । ସୁବାସ ପଖାଳ, ମଲ୍ଲୀ ପଖାଳ, ଟଭା ପଖାଳ, ପାଣି ପଖାଳ, ମିଠା ପଖାଳ ପରି ସୁବାସିତ ପଖାଳ ଭୋଗ ଲାଗିଥାଏ ।
ଶ୍ରେଷ୍ଠ ୧୦ଟି ଦେଶରେ କେବଳ ନେଦରଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆର ଜନସଂଖ୍ୟା ୧୫ମିଲିୟନରୁ ଅଧିକ। ଟପ୍ ୨୦ଟି ଦେଶ ମଧ୍ୟରୁ କାନାଡା ଏବଂ ବ୍ରିଟେନର ଜନସଂଖ୍ୟା ୩୦ନିୟୁତରୁ ଅଧିକ। ଆଫଗାନିସ୍ତାନ, ଲେବାନନ୍ ଏବଂ ଜୋର୍ଡାନରେ ୨୦୦୬ରୁ ୨୦୧୦ ମସିହା ପରଠାରୁ ଲୋକମାନେ ସୁଖୀ ନାହାନ୍ତି।
ରାତିରେ ଲୋକେ ଶୋଇଥିବାବେଳେ ଘର କଡ଼ରୁ ମୋରମ ନେଇଗଲେ ମାଫିଆ । ଜନ ପ୍ରତିନିଧିଙ୍କଠୁ ନେଇ ପୋଲିସ ପ୍ରଶାସନ ସମସ୍ତେ ନିରବଦ୍ରଷ୍ଟା । ବେଆଇନ ଭାବେ ମୋରମ ଖୋଳାଯାଉଥିବା ଅଭିଯୋଗ । ପ୍ରତିଦିନ ଲୁଟ ହେଉଛି ଲକ୍ଷାଧିକ ଟଙ୍କାର ରାଜସ୍ୱ ।
କେମିତି ଚୟନ ହେଉଛି ଆଦର୍ଶ ଗ୍ରାମ ପଞ୍ଚାୟତ ? ପଞ୍ଚାୟତକୁ ମିଳିଛି ଆଦର୍ଶ ପଞ୍ଚାୟତ ମାନ୍ୟତା । ହେଲେ ଲୋକେ କହୁଛନ୍ତି ପହଞ୍ଚିନି ମୌଳିକ ସୁବିଧା ।
ବାରଣ୍ଡା ଯେଉଁଠି ଅଙ୍ଗନବାଡ଼ି କେନ୍ଦ୍ର ସେଇଠି । କିଏ ଟିକେ ବସିବାକୁ ଜାଗା ଦେଲେ ପିଲାଏ ବସିବେ ଓ ପଢ଼ିବେ । ସେଇଠି ସେଦିନର ଅଙ୍ଗନବାଡ଼ି କେନ୍ଦ୍ର । ଖରାଦିନେ ତ କାମ ଚଳିଯାଉଛି, ହେଲେ ନିଜସ୍ୱ ଘର ନଥିବାରୁ ବର୍ଷାଦିନେ ପିଲାଏ ଆସନ୍ତିନି । ରାଜ୍ୟରେ ଏମିତି ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର...!