• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୧୧କୋଟି ବ୍ୟୟରେ ତିଆରି ହୋଇଛି ଅରଖ ନୂଆ ବସ୍ ଷ୍ଟାଣ୍ଡ । ବିରାଟ କୋଠା ସହ ପ୍ରଶସ୍ତ ରାସ୍ତା । ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ମଧ୍ୟ ରହିଛି । କିନ୍ତୁ ଗେଟ୍ ଖୋଲୁନି କି ବସ୍ ଷ୍ଟାଣ୍ଡ ଭିତରକୁ ଗାଡ଼ି ପଶୁନି । ନୂଆ ବସ୍ ଷ୍ଟାଣ୍ଡ ଉଦଘାଟନ ପରେ ବି ରାସ୍ତା ଉପରେ ଛିଡ଼ା ହେଉଛି ବସ୍ । ଆଉ ସେଥିପାଇଁ ରାସ୍ତା ଜାମ୍, ଯାତ୍ରୀ ହନ୍ତସନ୍ତ ।

ଆମେ କହୁଛୁ ଢେଙ୍କାନାଳ ବସଷ୍ଟାଣ୍ଡ କଥା । ଯେମିତି ଆଗରୁ ବସ୍ ରାସ୍ତାରେ ଠିଆ ହେଉଥିଲା ଏବେବି ସେମିତି । ରାସ୍ତା ଉପରେ ଲୋକେ ବସରେ ଚଢ଼ୁଛନ୍ତି ଆଉ ଓହ୍ଲାଉଛନ୍ତି । ସେପଟେ କିନ୍ତୁ ୧୨ ତାରିଖରୁ ନୂଆ ବସଷ୍ଟାଣ୍ଡ ଉଦଘାଟନ ସରିଲାଣି ହେଲେ ଘରୋଇ ବସ୍ ମାଲିକ ସଂଘ ପାଖରେ ଖବର ନାହିଁ । ପାର୍କିଂ ଫି ସହିତ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଜାଣିନଥିବା ଅଭିଯୋଗ ମଧ୍ୟ କରିଛନ୍ତି ବସ୍‌ ମାଲିକ ।

ବସ୍ ଗୁଡିକ ଷ୍ଟାଣ୍ଡ ଭିତରକୁ ପଶୁନଥିବାରୁ ବାହାରେ ପାର୍କିଂ କରୁଛନ୍ତି । ଯେଉଁଥିପାଇଁ ଅସମ୍ଭବ ଭିଡ ସହ ଖରାରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । କୁହାଯାଉଛି OSRTC ଓ ବସ୍ ମାଲିକ ସଂଘ ମଧ୍ୟରେ ଟଣାଓଟରା ପରିସ୍ଥିତି ପାଇଁ କାଳେ ଏମିତି ପରିସ୍ଥିତି ।

ପୂର୍ବରୁ ଜିଲ୍ଲା ମୁଖ୍ୟାଳୟରେ ବସଷ୍ଟାଣ୍ଡ ନ ଥିବାରୁ ସମସ୍ୟା ଭୋଗୁଥିଲେ ଯାତ୍ରୀ । ଏବେ ଉଦଘାଟନ ପରେ ବି ବ୍ୟବହାର ହୋଇପାରୁନି ବସଷ୍ଟାଣ୍ଡ । ଏନେଇ ଜିଲ୍ଲାପାଳ କହିଛନ୍ତି ଶୀଘ୍ର ସମସ୍ୟାର ସମାଧାନ ହେବ ।