ଖଚାଖଚ୍ ଟ୍ରାଫିକ୍ ଭିଡ଼... ଭିଡ଼ ଭିତରେ ଦେଖନ୍ତୁ ଏଇ ଜୋମାଟୋ ଡେଲିଭରୀ ବୟଙ୍କୁ... ଟ୍ରାଫିକ୍ ଭିଡ଼ରେ କେମିତି ଫସି ରହିଛନ୍ତି... ଆଉ ସେତିକି ସମୟରେ ମଧ୍ୟ ନିଜ ମୋବାଇଲରୁ କମ୍ପିଟେଟିଭ୍ କୋଚିଂ ଭିଡିଓ ଦେଖି, UPSC ପାଇଁ ହେଉଛନ୍ତି ପ୍ରସ୍ତୁତ। ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ହେଉଛି ଭାଇରାଲ୍... ଜିତୁଛି ଲୋକଙ୍କ ହୃଦୟ ।
ଚିନ୍ତାରେ ଢେଙ୍କାନାଳର ଆମ୍ବ ଚାଷୀ। କାରଣ ଶହ ଶହ ଏକର ଆମ୍ବ ବଗିଚାରେ ମାଡି ଗଲାଣି ରେଡବ୍ୟାଣ୍ଡ ପୋକ। ଅମଳ ହେବା ପୂର୍ବରୁ ଗଛରୁ ଝଡି ପଡୁଛି ସବୁ ଆମ୍ବ। ଦିନକୁ ଦିନ ଏହି ପୋକ ଆମ୍ବ ନଷ୍ଟ କରିଦେଉଥିବାବେଳେ ଆତଙ୍କିତ ହୋଇ ପଡିଛନ୍ତି ଜିଲ୍ଲାର ଅଧିକାଂଶ ଚାଷୀ।
କୋରାପୁଟ ସହରରେ ଅଟକି ରହିଛି ଆଉଟ୍ ଡୋର ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ । ବିଦ୍ୟୁତ୍ ବିଭାଗକୁ ଦୋଷ ଦେଇ ଖସିଯାଉଛି କୋରାପୁଟ ପୌର ପରିଷଦ ।
ବୌଦ୍ଧ ଜଳସେଚନ ବିଭାଗର ବିଚିତ୍ର ନ୍ୟାୟ... ନଦୀ ଗର୍ଭରେ କରୁଛି ବେଆଇନ ପଥର ବ୍ଲାଷ୍ଟିଂ... ନଦୀର ପ୍ରାକୃତିକ ଶଯ୍ୟା ବେଆଇନ ବ୍ଲାଷ୍ଟିଂ କରୁଛି ସଂପୃକ୍ତ ଠିକାସଂସ୍ଥା... ନଦୀ ଗର୍ଭରେ ପଥର ବ୍ଲାଷ୍ଟିଂ କରି କୂଳରେ ନିର୍ମାଣ କରୁଛି ସୁରକ୍ଷା ପାଚେରୀ
ଖରା ତାତି ସାଙ୍ଗକୁ ତାଳ ଦେଇ ବଢ଼ୁଛି ଜଳକଷ୍ଟ । ପୁରା ପଶ୍ଚିମ ଓଡ଼ିଶାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା...ରାଉରକେଲା ମହାନଗର ନିଗମପକ୍ଷରୁ ଲାଗିଥିବା ୱାଟର ଏଟିଏମ ଏବେ ଅଚଳ ଅବସ୍ଥାରେ...
ଭଦ୍ରକ ଚାନ୍ଦବାଲି ବୈତରଣୀ ନଦୀ ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ନାଁ ରେ କୋଟି କୋଟି ଟଙ୍କା ଲୁଟ୍ ଅଭିଯୋଗ ! ୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୨୩ ଏପ୍ରିଲ ୨୦ ତାରିଖରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଭିତ୍ତି ପ୍ରସ୍ତର ଶୁଭ ଦେଇଥିବାବେଳେ ଜଳ ସଂପଦ ବିଭାଗକୁ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା । ୨୦୨୪ ଜୁନ୍ ରେ କାର୍ଯ୍ୟ ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଏଯାଏଁ ୧୦ ପ୍ରତିଶତ କାର୍ଯ୍ୟ ହୋଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ପୁରୀ ଲୋକଙ୍କୁ ଖରାରେ ଛିଡ଼ା କରି ବାହାର ଭକ୍ତଙ୍କୁ ଛାଡୁଛି ପୋଲିସ୍ ।
ଥାଇଲାଣ୍ଡରେ ବହୁଳ ଚାଷ ହେଉଥିବା ହଳଦିଆ ତରଭୁଜ । ଯାହା ଏବେ କେନ୍ଦୁଝର ତେଲକୋଇ ବ୍ଲକରେ ବହୁଳ ଭାବରେ ଚାଷ ହେଉଛି । ସମାନ ଖର୍ଚ୍ଚରେ ଭଲ ରୋଜଗାର ବି ହେଉଛି ।
ଏକା ସାଥିରେ ରହୁଥିଲେ, ଏକାଠି ଖାଉଥିଲେ ଆଉ ଏକାଠି ପାଠ ବି ପଢୁଥିଲ । ଖାଲି ସେତିକି ନୁହେଁ ଦୁଇବନ୍ଧୁ ଏକା ସାଙ୍ଗରେ ବେଦାନ୍ତ କମ୍ପାନୀରେ ଚାକିରୀ ବି ପାଇଥିଲେ । ହେଲେ କିଏ ଜାଣିଥିଲା ଦୁଇବନ୍ଧୁ ଦିନେ ସାଥିହୋଇ ଆରପାରିକୁ ଚାଲିଯିବେ ।
ପିଲାମାନେ ଧାଡ଼ିଧାଡ଼ି ହୋଇ ଆସୁଛନ୍ତି…ଟେଲିସ୍କୋପରେ ମହାକାଶର ଦୃଶ୍ୟ ଦେଖୁଛନ୍ତି । ଆପଣ ଭାବୁଥିବେ ଏ କୌଣସି ବିଜ୍ଞାନାଗାରର ଦୃଶ୍ୟ । ଏହା ନା କୌଣସି ବିଜ୍ଞାନାଗାର ନା କୌଣସି ସରକାରୀ କାର୍ଯ୍ୟାଳୟ । ଏ ହେଉଛି ନୀଳଗିରି ସାନଅତା ଅଞ୍ଚଳର ସୁଜିତ୍ ମହାନ୍ତିଙ୍କ ଘର ଛାତ ଉପରର ଦୃଶ୍ୟ । ଏବେ ସନ୍ଧ୍ୟା ହେବା କ୍ଷଣି ଦେଖିବାକୁ ମିଳୁଛି ଏମିତି ଭିଡ଼ ।
ବିଲରେ ହସୁଛି ତରଭୁଜ । ଆଉ ଏ ସୁନାର ଫସଲ ସ୍ୱାବଲମ୍ବୀ କରିଛି ଏହି ମହିଳାମାନଙ୍କୁ । ସେଥିପାଇଁ ତ ଏହି ଉତ୍ସାହ । ତରଭୁଜ ଉତ୍ପାଦନ ଭଲ ହୋଇଛି । ହେଲେ ବିକ୍ରି ପାଇଁ ଭଲ ବଜାର ନାହିଁ । ଫଳରେ କମ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ ।
ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ହୋଇପାରେ ଜୋରଦାର ଟକ୍କର । ମୁହାଁମୁହିଁ ହେବେ କି କଙ୍ଗନା-ୟାମୀ । ବିଜେପି ଏହି ଆସନରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏବେ ୟାମୀ ଗୌତମଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ଧରିଛି ।
ବାହା ହେଲେ, ଏକାଠି ହନିମୁନକୁ ଗଲେ। ପତ୍ନୀଙ୍କ ପ୍ରେମ ରସରେ ବୁଡ଼ିବା ଆଗରୁ ପତି ହାସ୍ୟରସ ଆରମ୍ଭ କଲେ। ହେଲେ କଥାଟା ଟିକେ ହାର୍ଡ ଥିଲା। ମାନେ, ଡାର୍ଲିଂଙ୍କୁ ଡାକୁ ଡାକୁ ଡାକିଦେଲେ, ସେକେଣ୍ଡହ୍ୟାଣ୍ଡ। ହନିମୁନ୍ ମୁଡ୍ ବିଗିଡିଗଲା। ଆଉ ତା ପରେ ଶୁଣିବାକୁ ମିଳୁଛି, କୁଆଡେ ଲକ୍ଷେ କି ୨ ଲକ୍ଷ ନୁହେଁ ଏକାବେଳେ ୩ କୋଟି ଦେବେ ସ୍ୱାମୀ ।
ଗାଁରେ ପାନୀୟ ଜଳ ସଂଯୋଗ ପାଇଁ ନଳ ବସିଛି । ହେଲେ ପାଣିର ଦେଖାନାହିଁ । ଏମିତି ଚାଲିଛି ସରକାରୀ ଯୋଜନାରେ ପାନୀୟ ଜଳ ଯୋଗାଣ । ଏ ହେଉଛି କେନ୍ଦୁଝର ଆନନ୍ଦପୁର ବ୍ଲକ ଅନ୍ତର୍ଗତ କାଠକଟା ଗାଁର ଦୃଶ୍ୟ । ଆଦିବାସୀ ବହୁଳ ଏହି ଗାଁରେ ପାଣି ଟୋପେ ପାଇଁ ବେଶ ହିନସ୍ତା ହେବାକୁ ପଡ଼େ ଗାଁର ମହିଳାମାନଙ୍କୁ ।
ୟୁଟ୍ୟୁବ ଓ ନେଟଫ୍ଲିକ୍ସକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି କି ଏଲନ୍ ମସ୍କ୍ । କାରଣ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ 'ଏକ୍ସ' ନିଜ ୟୁଜର୍ସ ମାନଙ୍କ ପାଇଁ ଆଣିବାକୁ ଯାଉଛି ଏକ ନୂଆ ଫିଚର । ଯେଉଁଥିରେ ଆପଣ 'ଏକ୍ସ'ରେ ଦେଖି ପାରିବେ ଲମ୍ୱା ଭିଡ଼ିଓ ।
ଆପଣ ଜାଣନ୍ତି କି ଟାୟାରରେ କିଛି ଶବ୍ଦ ଲେଖାଯାଇଥାଏ, ଯାହାର ଏକ ବିଶେଷ ଉଦ୍ଦେଶ୍ୟ ମଧ୍ୟ ରହିଛି। ଏକ ସୁରକ୍ଷିତ ଯାତ୍ରା ପାଇଁ ଏହା ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ଟାୟାରର ଗତିର ରେଟିଂ ଏହାର ବାହାର ପୃଷ୍ଠରେ L ରୁ Y ଅକ୍ଷର ଦ୍ୱାରା ସୂଚିତ ହୋଇଥାଏ।
ବାପା ମାଆଙ୍କ ମୃତ୍ୟୁ ପରେ ଚୁମକି ଏବେ ୪ ଭାଇ ଭଉଣୀଙ୍କ ଲାଗି ପାଲଟିଛନ୍ତି ସାହାରା । ସେମାନଙ୍କୁ ପାଳି ପୋଷି ବଡ କରିବା ସହ ସେମାନଙ୍କ ମୁହଁରେ ଦୁଇ ଓଳି ଖାଇବାକୁ ଦେବା ଲାଗି ଏବେ ସେ ଦୁନିଆ ସହିତ ସଂଘର୍ଷ କରୁଛି ।
ବାଜା ବାଜୁଛି ବାଣ ଫୁଟୁଛି । ଜମାଣିଆ ନାଚ ବି ହେଉଛି । ଏହାରି ଭିତରେ ବିରାଟ ଶୋଭାଯାତ୍ରା ମଧ୍ୟ ଚାଲିଛି । ଆପଣ ଭାବୁଥିଲେ ଏହା କୌଣସି ରାଜନୈତିକ ବ୍ୟକ୍ତିବିଶେଷଙ୍କ ରାଲି ହୋଇଥିବ । କିନ୍ତୁ ସେମିତି ନୁହଁ । ଏହା ହେଉଛି ୨୯ବର୍ଷ ଧରି ଶିକ୍ଷାଦାନ କରିଥିବା ଜଣେ କର୍ମନିଷ୍ଠ ଶିକ୍ଷକଙ୍କୁ ତାଙ୍କ ପୁରାତନ ଛାତ୍ରଛାତ୍ରୀମାନଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ।
ବାଜା ବାଜୁଛି ବାଣ ଫୁଟୁଛି । ଜମାଣିଆ ନାଚ ବି ହେଉଛି । ଏହାରି ଭିତରେ ବିରାଟ ଶୋଭାଯାତ୍ରା ମଧ୍ୟ ଚାଲିଛି । ଆପଣ ଭାବୁଥିଲେ ଏହା କୌଣସି ରାଜନୈତିକ ବ୍ୟକ୍ତିବିଶେଷଙ୍କ ରାଲି ହୋଇଥିବ । କିନ୍ତୁ ସେମିତି ନୁହଁ । ଏହା ହେଉଛି ୨୯ବର୍ଷ ଧରି ଶିକ୍ଷାଦାନ କରିଥିବା ଜଣେ କର୍ମନିଷ୍ଠ ଶିକ୍ଷକଙ୍କୁ ତାଙ୍କ ପୁରାତନ ଛାତ୍ରଛାତ୍ରୀମାନଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ।
ସରକାରଙ୍କ ପୁଳାପୁଳା ଯୋଜନା । ଏମାନଙ୍କ ପାଇଁ ଯେମିତି ପାଲଟିଛି ଅପହଞ୍ଚ । ନା ଅଛି ରାସ୍ତା... ନା ଅଛି ପିଇବା ପାଣିର ବ୍ୟବସ୍ଥା । ସରକାରଙ୍କ ଅନ୍ୟ ସବୁ ଯୋଜନା କଥା ତ ନକହିବା ଭଲ । ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ କୁଲେଇସିଳା ପଞ୍ଚାୟତରେ ଥିବା ଗରଡ଼ାପାଣି ଗାଁ । ଏଠିକାର ଲୋକଙ୍କ ନିକଟରେ ଆଜି ବି ପହଞ୍ଚି ପାରିନାହିଁ ମୌଳିକ ସୁବିଧା ।
ଶିମିଳିପାଳ ଅଭୟାରଣ୍ୟ ପାଲଟିଛି ଅଫିମ ବଣ । କୋର୍ ଏରିଆରେ ଖୁଲମ୍ ଖୁଲା ଚାଲିଛି ଅଫିମ ଚାଷ ।
ଶିମିଳିପାଳ ଅଭୟାରଣ୍ୟ ପାଲଟିଛି ଅଫିମ ବଣ । କୋର୍ ଏରିଆରେ ଖୁଲମ୍ ଖୁଲା ଚାଲିଛି ଅଫିମ ଚାଷ ।
ତେବେ ଦ୍ଵିତୀୟଥର ପାଇଁ ମା' ହୋଇଛି ସିଂହୀ ରେୱା। ରବିବାର ସିଂହୀ ରେୱା ୩ଟି ଶାବକକୁ ଜନ୍ମ ଦେଇଛି।
କେନ୍ଦ୍ରାପଡ଼ା ସହର ଜଗିଛି ଅଚଳ ସିସିଟିଭି କ୍ୟାମେରା । ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ୩୮ ଗୋଟି କ୍ୟାମେରା ମଧ୍ୟରୁ ମାତ୍ର ଗୋଟିଏ ସଚଳ ଅବସ୍ଥାରେ ରହିଛି । ଚୋର ଜଗିବା ପାଇଁ ଲାଗିଥିବା ଅନେକ ସିସିଟିଭି କ୍ୟାମେରାକୁ ଚୋର ଚୋରି କରି ନେଇ ଯାଇଛନ୍ତି ।
ଦେଖନ୍ତୁ ଏଇ ବାପା ମା’ ଛେଉଣ୍ଡ ନିରୀହ ଜାଆଁଳା ଶିଶୁଙ୍କୁ... ଭଲ କରି ମୁହଁ ଦେଖିବା ପୂର୍ବରୁ, ପର କରି ଆର ପାରିକୁ ଚାଲିଗଲେ ବାପା ମା’… କୁନି ଶିଶୁଙ୍କ ଅବସ୍ଥା ଦେଖି, କଷ୍ଟ ସହି ନପାରି ନିଜ ପାଖକୁ ନେଇ ଆସିଲେ ଅଜା ଆଇ... , ଯୋଉ ବୟସରେ ବାପା, ମାଙ୍କ କୋଳରେ ବସି ଅଳି ଅଝଟ କରି ହଇରାଣ କରିବା କଥା ସେହି ବୟସରେ ବୃଦ୍ଧ ଅଜା ଆଇଙ୍କ ହେପାଜତରେ ରହୁଛନ୍ତି ଏ ଦୁଇ ଭାଇ ଭଉଣୀ।