ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବୈରାଟପୁର ଗ୍ରାମର ସ୍ବରୁପ୍ ମହାପାତ୍ର! ଜଣେ ସଫଳ ଚାଷୀ ଭାବେ ସେ ଏ ଅଞ୍ଚଳରେ ବେଶ ପରିଚିତ। ପୂର୍ବରୁ ସ୍ୱରୂପ ନାଲି ତରଭୁଜ ଚାଷକରି ବେଶ କିଛି ଅର୍ଥ ରୋଜଗାର କରିଥିଲେ। କିନ୍ତୁ ଏ ବର୍ଷ ସେ ହଳଦିଆ ତରଭୁଜ ଚାଷ କରିବାପାଇଁ ମନ ବଳାଇଛନ୍ତି। କୋରୋନା କାଳରେ ସେ ଅନେକ କ୍ଷତି ସହିଥିଲେ, କିନ୍ତୁ ଚଳିତ ବର୍ଷ ଭଲ ଲାଭ ପାଇବାକୁ ଆଶା ରଖିଛନ୍ତି।
ବେଙ୍ଗାଲୁରୁରେ ଦାଦନ ଖଟିବାକୁ ଯାଇଥିଲେ। ଏବେ ଗାଁକୁ ଫେରି ହଳଦିଆ ତରଭୁଜ ଚାଷ କଲେ। ବଜାରର ଚାହିଦା ଏତେ ଅଧିକ ଯେ, ପାଳ ପାଖରୁ ତରଭୁଜ ନେଇ ଯାଉଛନ୍ତି ବେପାରୀ। ରୋଜଗାର ହେଉଛି ଲକ୍ଷ ଲକ୍ଷ ଟଙ୍କା।