ୟାମି ଗୌତମ ଆଜି ବଲିଉଡର ଏକ ଜଣାଶୁଣା ନାଁ। ପିଲାଦିନର ସ୍ୱପ୍ନ ଥିଲା ଆଇଏଏସ୍ ଅଧିକାରୀ ହେବାକୁ। ପରେ ନିଷ୍ପତ୍ତି ବଦଳିଗଲା, ହେଇଗଲେ ଅଭିନେତ୍ରୀ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।
କିଛିଦିନ ହେବ ବଲିଉଡ୍ ଅଭିନେତ୍ରୀ ୟାମି ଗୌତମଙ୍କୁ ନେଇ ବେଶ୍ ଚର୍ଚ୍ଚା। ପ୍ରଥମେ ଲୁଚିଛପି ବିବାହ, ଏବେ ଫିଲ୍ମ ‘Bhoot Police’କୁ ନେଇ ଲଗାତାର ଭାବେ ସେ ଚର୍ଚ୍ଚାରେ ରହି ଆସୁଛନ୍ତି। ଫିଲ୍ମରେ ୟାମିଙ୍କ ଅଭିନୟ ଓ ଚରିତ୍ରକୁ ବେଶ୍ ପ୍ରଶଂସା କରାଯାଉଛି।