ବାଜା ବାଜୁଛି ବାଣ ଫୁଟୁଛି । ଜମାଣିଆ ନାଚ ବି ହେଉଛି । ଏହାରି ଭିତରେ ବିରାଟ ଶୋଭାଯାତ୍ରା ମଧ୍ୟ ଚାଲିଛି । ଆପଣ ଭାବୁଥିଲେ ଏହା କୌଣସି ରାଜନୈତିକ ବ୍ୟକ୍ତିବିଶେଷଙ୍କ ରାଲି ହୋଇଥିବ । କିନ୍ତୁ ସେମିତି ନୁହଁ । ଏହା ହେଉଛି ୨୯ବର୍ଷ ଧରି ଶିକ୍ଷାଦାନ କରିଥିବା ଜଣେ କର୍ମନିଷ୍ଠ ଶିକ୍ଷକଙ୍କୁ ତାଙ୍କ ପୁରାତନ ଛାତ୍ରଛାତ୍ରୀମାନଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ।
ଏମିତି ବିଦାୟୀ ସମ୍ୱର୍ଦ୍ଧନା କେବେ ଦେଖିନଥିବେ.. ଗଣିତ ସାରଙ୍କୁ କାନ୍ଧେଇ ନାଚିଲେ ଛାତ୍ରଛାତ୍ରୀ..
ଗୁରୁ ହେବ ତ ଏମିତି। ୪୦ ବର୍ଷର ଶିକ୍ଷୟତା ପରେ ନେଲେ ଅବସର। ବିଦାୟକାଳୀନ ସମ୍ବର୍ଦ୍ଧନା ପାଇଁ ୭ କିମି ପର୍ଯ୍ୟନ୍ତ ଲାଗିଲା ଶୋଭଯାତ୍ରାର ଲାଇନ୍। ସହକର୍ମୀଠୁ ଛାତ୍ରଛାତ୍ରୀ...ସମସ୍ତଙ୍କ ମୁହଁରେ ଗୋଟିଏ କଥା ଅଭିରାମ ସାର୍ କେବଳ ଶିକ୍ଷକ ନଥିଲେ ବରଂ ସମସ୍ତଙ୍କ ମନ ଜିତିପାରୁଥିବା ମଣିଷ ଟିଏ ଥିଲେ।