ଆଉ ଏହି ପରିଣତ ବୟସରେ ବ୍ରହ୍ମପୁର ଏମକେସିଜି ମେଡିକାଲର ସଂକ୍ରାମକ ରୋଗ ୱାର୍ଡରେ ଦିନ ଗଣୁଛନ୍ତି ୩ ଜଣ ଅସହାୟ ।
ବ୍ରହ୍ମପୁର ବଡ଼ ମେଡିକାଲରେ ଜରା ବ୍ୟାଧିରେ ସଢୁଛନ୍ତି ୩ ଅସହାୟ । ପିଲା ଛୁଆ ଏମାନଙ୍କୁ ପର କରିଦେଲେ ।
ଟେଣ୍ଡର ସତ୍ତ୍ୱେ ବ୍ୟବସାୟୀ କିଣିବାକୁ ଆସୁନାହାନ୍ତି । ଗୋଦାମରେ ପଡ଼ିଛି ୧୧ ଲକ୍ଷରୁ ଅଧିକ ନୈବେଦ୍ୟ ।
ବିକଟାଳ ଶବ୍ଦ, ମଝିରେ ମଝିରେ ବୋମା ଫୁଟିଲା ପରି ଶବ୍ଦ, ଭଁ ଭାଁ କରି ରାସ୍ତାରେ ସାପ ଖେଳିଲା ଭଳି ବାଇକ ଚଲାଇବା, ସାଇଲେନ୍ସର କାଢି ଢୋ ଢା ଶବ୍ଦ କରୁଥିବା ସାଇଲେନ୍ସର ଇତ୍ୟାଦି ଲଗାଇଥିଲେ ସାବଧାନ। ଏବେ କମିଶନରେଟ ଟ୍ରାଫିକ ପୋଲିସ ସ୍କାନରରେ ଏସବୁ ବାଇକ ଚାଳକ।
ପୁରୀରୁ ତାଳଚେର ରୋଡ୍ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ର ଆଜି ଟ୍ରାଏଲ ରନ୍ ଆରମ୍ଭ ହୋଇଛି। ଏହି ବନ୍ଦେ ଭାରତ ଏକସପ୍ରେସ୍ ରାଉରକେଲା-ପୁରୀ ମଧ୍ୟରେ ଚଳାଚଳ କରିବ।
ମାସ ସାରା ...ବର୍ଷ ସାରା...ମଂଚା ଉପରେ ବିତୁଛି ଜୀବନ । କି ଖରା କି ବର୍ଷା, ଢାଉଁ ଢାଉଁ ବାଜା ନବାଜିଲେ ସବୁ ଫସଲକୁ ଦଳିମକଚି ନଷ୍ଟ କରିଦେବେ ହାତୀ। ବାରମ୍ବାର ଗୁହାରି କରିବା ପରେ ବି ଶୁଣୁନି ପ୍ରଶାସନ
ମୂଳରୁ ନୂଆ ଘର ହୋଇନି, ପୁରୁଣାକୁ ଭାଙ୍ଗିଦେଲେ । ପାଠ ପଢିବାକୁ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି ପିଲା । ପ୍ରଶାସନ କହୁଛି ବର୍ଷା ପାଇଁ କାମ ଡେରି ହେଉଛି...।
ପାଣିରେ ପଶି ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛନ୍ତି ଦେଶର ଭବିଷ୍ୟତ । ପୋଖରୀ ପାଲଟିଛି ବିଦ୍ୟାଳୟ ପରିସର । ମଇଳା ପାଣି ଓ କାଦୁଅରେ ପଶି ଯାଆସ କରୁଛନ୍ତି ଛାତ୍ରଛାତ୍ରୀ..
ରୁରାଲ ହାଟର ଚିହ୍ନବର୍ଣ୍ଣ ନାହିଁ, କାଗଜପତ୍ରରେ ଦର୍ଶାଇ ମିଥ୍ୟା ବିଲ୍ କରାଯାଇଛି । ମଷ୍ଟର ରୋଲରେ ପଡ଼ିଛି ସରକାରୀ କର୍ମଚାରୀଙ୍କ ନାଁ ସରକାରୀ ଟଙ୍କା ଆତ୍ମସାତ ପାଇଁ ଚଞ୍ଚକତା ।
ମୂଳରୁ ନୂଆ ଘର ହୋଇନି, ପୁରୁଣାକୁ ଭାଙ୍ଗିଦେଲେ । ପାଠ ପଢିବାକୁ ବାରଦୁଆର ଷୁଣ୍ଢିପିଣ୍ଡା ହେଉଛନ୍ତି ପିଲା । ପ୍ରଶାସନ କହୁଛି ବର୍ଷା ପାଇଁ କାମ ଡେରି ହେଉଛି...ଅଭିଭାବକ ଚେତାବନୀ ଦେବା ସହିତ...
ଜନ୍ମ ହେବା ଦିନରୁ ମଳଦ୍ୱାର ନାହିଁ । ପେଟ ଅପରେସନ୍ କରି ମଳତ୍ୟାଗ କରାଉଛନ୍ତି ପରିବାର ଲୋକ । ଚିକିତ୍ସା ଲାଗି ବାରମ୍ବାର ଶିଶୁଭବନ ଦୌଡି ଦୌଡି ନୟାନ୍ତ ହେଲେଣି ପରିବାର ଲୋକେ । ଡାକ୍ତର ଆଜିକାଲି କହୁଛନ୍ତି, କୁନି ପୁଅର ଭୟଙ୍କର ଭାବରେ ବଢୁଛି ଯନ୍ତ୍ରଣା
ମାଟି କାନ୍ଥର ଘର ଭାଙ୍ଗି ମାଟିରେ ପଡ଼ିଛି । ଘରଟେ ପାଇଁ ସମସ୍ତଙ୍କୁ ଦୀର୍ଘ ବର୍ଷ ଧରି ନେହୁରା ହୋଇଥିଲେ ବି କେହି ଶୁଣିଲେଣି । ଶେଷରେ ଯେଉଁ ଦଦରା କୁଡ଼ିଆଟେ ଥିଲା ସେ ବି ଭାଙ୍ଗିଗଲା, ଆଉ ଜୀବନ ଅଳ୍ପକେ ବର୍ତ୍ତିଗଲା ।
ବିବାଦରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍ପି। ମାରାଥନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା।
ସପ୍ତାହକରେ ନିଶ୍ଚିହ୍ନ ହୋଇଗଲା ପୁରା ପରିବାର। ଜଣଙ୍କ ପରେ ଜଣେ ଆଖି ବୁଜିଲେ ୩ ସଦସ୍ୟ। ବିଷପାନ କରିଥିବା ପରିବାରର ଗତକାଲି ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କ ମୃତ୍ୟୁ ହୋଇଛି।
ଓଡ଼ିଶାରେ ଉଦବେଗଜନକ ଭାବେ ବଢ଼ିଚାଲିଛି ଆତ୍ମହତ୍ୟା ହାର। ସାରା ଦେଶରେ ଏହା ୧୨ ପ୍ରତିଶତ ଥିବାବେଳେ ଜାତୀୟ ହାରକୁ ଟପି ଓଡିଶାରେ ରହିଛି ୧୨.୩ ପ୍ରତିଶତ। ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ହାର ବୃଦ୍ଧି ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ସାରା ବିଶ୍ୱରେ ପ୍ରତିବର୍ଷ ଦଶଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ଅର୍ଥାତ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରି ପ୍ରାଣ ହରାଉଥିବାବେଳେ ପ୍ରତି ୩ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ।
ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଆଜିର ସମାଜରେ ବିଦ୍ୟାର୍ଥୀଙ୍କ ପାଇଁ ସୁଷମ ଖାଦ୍ୟର ମହତ୍ୱ ଉପରେ ଆଲୋକପାତ କରିଥିଲେ । ବିଶିଷ୍ଟ ଖ୍ୟାତନାମା ମାଷ୍ଟର ସେଫ୍ ବିଶ୍ୱଜିତ୍ ମହାରଥୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶତାଧିକ ଅଭିଭାବକଙ୍କୁ ମାଣ୍ଡିଆ, ବାଜରା, ଯଅ, ଛତୁ ଆଦିର ଉପକାରିତାକୁ ଦର୍ଶାଇଥିଲେ ।
ଅବସାଦ, ହତାଶ ଆଉ ନିରାଶ । ସାଜିଛି ଶୀତଳ ମୃତ୍ୟୁର ସୌଦାଗର । କେତେବେଳେ ଭେଣ୍ଡିଆ ପୁଅକୁ ଟାଣି ନେଉଛି ମରଣର କୋଳକୁ, ତ’ ଆଉ କେବେ ଅନାଥ କରିଦେଉଛି ପରିବାରକୁ । ଚରମ ନିଷ୍ପତ୍ତି ନେଇ ଜୀବନ ହାରିବାକୁ ପଛାଉନି ମଣିଷ ।
ଆଜିର ପ୍ରତିବାଦ ସମୟରେ ଏକାଧିକ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିଲା । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସହ ବିଜେଡିର କର୍ପୋରେଟର ଓ ସିଏମସିର ବିଭିନ୍ନ ପଦ ପଦବିରେ ଥିବା ନେତା ଏଥିରେ ସାମିଲ ହୋଇଥିଲେ ।
ଆଜିର ପ୍ରତିବାଦ ସମୟରେ ଏକାଧିକ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିଲା । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସହ ବିଜେଡିର କର୍ପୋରେଟର ଓ ସିଏମସିର ବିଭିନ୍ନ ପଦ ପଦବିରେ ଥିବା ନେତା ଏଥିରେ ସାମିଲ ହୋଇଥିଲେ ।
ପୋଖରୀ ପାଲଟିଛି ଅଙ୍ଗନବାଡ଼ି ଓ ବିଦ୍ୟାଳୟ ପରିସର । ମଇଳା ପାଣି ଓ କାଦୁଅରେ ପଶି ଯାଆସ କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ..
ନିଜ ଜାତିର ଝିଅଙ୍କୁ ବିବାହ କରି ଗାଁରୁ ବାସନ୍ଦ ୧୦୦ରୁ ଅଧିକ ପରିବାର । ଯଦି ବାହାହେବ ଗାଁ ଭିତରେ, ନହେଲେ ପୁରା ପରିବାରକୁ ବାସନ୍ଦ। ଅନ୍ୟ ଗାଁରେ ବିବାହ ମନା । ପୁଅ ହୁଅନ୍ତୁ କି ଝିଅ, ଯୋଗ୍ୟତା ଯାହାବି ହେଉ, ନିର୍ଦ୍ଦିଷ୍ଟ ଅଞ୍ଚଳ ବାହାରେ ବିବାହ କଲେ ବାସନ୍ଦ ।
ପରିବହନ ବିଭାଗ କହିବା ଅନୁସାରେ ଏହି ବ୍ୟବସ୍ଥାରେ ଏକ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ରହିବ । ପୋଲିସ ବିଭାଗ ଦ୍ୱାରା ପରିଚାଳିତ ଏମର୍ଜେନସି, ରେସ୍କ୍ୟୁ, ସପୋର୍ଟ ସିଷ୍ଟମ ସହିତ ଏହାକୁ ସଂଯୋଗ କରାଯିବ । କୌଣସି ସମସ୍ୟା ହେଲେ ସେହି ପ୍ୟାନିକ ବଟନ୍ ଚିପିଲେ, ଲୋକେସନ ଟ୍ରାକ୍ କରାଯାଇ ଗାଡ଼ି ପାଖରେ ପହଞ୍ଚି ହେବ । ଭିତ୍ତିଭୂମି ପ୍ରସ୍ତୁତ ହେଲାଣି ।
ପାରାଦୀପରେ ଆଜି ସମୁଦ୍ର ଜଳରେ କୌଣସି କେମିକାଲ୍ ମିଶିଯାଇଥିବା ସୂଚନା ମିଳିଛି। ଫଳରେ ସମୁଦ୍ର ପାଣିର ରଙ୍ଗ ମଧ୍ୟ ବଦଳି ଯାଇଛି।
ଏଠି ଅଛି ଏମିତି ଏକ ହୋଟେଲ ଯାହାର ନିର୍ମାଣରେ ୧୬ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ସେହି ହୋଟେଲକୁ ନେଇ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଦୀର୍ଗ ୨୫ରୁ ଅଧିକ ବର୍ଷ ପରେ ମଧ୍ୟ ଏହା ଖୋଲାଯାଇ ନାହିଁ।
ଅନାବଶ୍ୟକ ଗିରଫଦାରି ଓ ଅଟକ ରଖିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁପ୍ରିମକୋର୍ଟ ଜାରି କରିଥିବା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଅନୁପାଳନ ନେଇ ହାଇକୋର୍ଟଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି।