Advertisment

ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଏକସପ୍ରେସ୍‌, ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ ରନ୍‌ ଆରମ୍ଭ...

ପୁରୀରୁ ତାଳଚେର ରୋଡ୍ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଆଜି ଟ୍ରାଏଲ ରନ୍ ଆରମ୍ଭ ହୋଇଛି। ଏହି ବନ୍ଦେ ଭାରତ ଏକସପ୍ରେସ୍ ରାଉରକେଲା-ପୁରୀ ମଧ୍ୟରେ ଚଳାଚଳ କରିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha`s Second Vande Bharat Express Trial run

Trial run of Odisha’s 2nd Vande Bharat Train begins

ପୁରୀରୁ ତାଳଚେର ରୋଡ୍ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଆଜି ଟ୍ରାଏଲ ରନ୍ ଆରମ୍ଭ ହୋଇଛି। ସକାଳ ସାଢ଼େ ୯ଟାରେ ପୁରୀରୁ ଏହି ଟ୍ରେନ୍ ଛାଡ଼ି ଥିବାବେଳେ ଅପରାହ୍ନ ସାଢ଼େ ୧୨ଟାରେ ତାଳଚେର ରୋଡରେ ଟ୍ରେନ୍ ପହଞ୍ଚିଛି।

Advertisment

ଟ୍ରାଏଲ ରନ୍‌ରେ ଏହା ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଷ୍ଟେସନରେ ୨ ମିନିଟ ଲେଖାଏ ରହିଥିଲା। ଏହି ବନ୍ଦେ ଭାରତ ଏକସପ୍ରେସ୍ ରାଉରକେଲା-ପୁରୀ ମଧ୍ୟରେ ଚଳାଚଳ କରିବ। ଓଡ଼ିଶାରେ ଏହା ହେବ ଦ୍ୱିତୀୟ ବନ୍ଦେ ଭାରତ ଏକସପ୍ରେସ୍‌।

ଚଳିତ ମାସ ଶେଷ ସୁଦ୍ଧା ପୁରୀ ଓ ରାଉରକେଲା ମଧ୍ୟରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ଚାଲିପାରେ ବୋଲି କୁହାଯାଉଛି। ସୂଚନାଥାଉ କି, ପୁରୀ ଓ ହାୱଡା ମଧ୍ୟରେ ଚାଲୁଛି ପ୍ରଥମ ବନ୍ଦେ ଭାରତ ଏକସପ୍ରେସ୍ । ଗତ ମେ’ ମାସରେ ଏହାର ଶୁଭାରମ୍ଭ କରାଯାଇଥିଲା।

Advertisment
Vande Bharat Train Vande Bharat Express
Advertisment
Advertisment