ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଇ-ଚାଲାଣ କଟିଥିବା ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି । ଗଲା ପ୍ରାୟ ୪ ବର୍ଷ ଭିତରେ ରାଜ୍ୟରେ ଅନାଦେୟ ପଡ଼ିଥିବା ୧୨ ଶହ ୧୫ କୋଟି ଟଙ୍କା ଚାଲାଣ ବାବଦ ଅର୍ଥ ଆଦାୟ ପାଇଁ ୱାନ୍ ଟାଇମ୍ ସେଟଲମେଣ୍ଟ ବା OTSର ପରିକଳ୍ପନା କରୁଛନ୍ତି ସରକାର ।
ବିକଟାଳ ଶବ୍ଦ, ମଝିରେ ମଝିରେ ବୋମା ଫୁଟିଲା ପରି ଶବ୍ଦ, ଭଁ ଭାଁ କରି ରାସ୍ତାରେ ସାପ ଖେଳିଲା ଭଳି ବାଇକ ଚଲାଇବା, ସାଇଲେନ୍ସର କାଢି ଢୋ ଢା ଶବ୍ଦ କରୁଥିବା ସାଇଲେନ୍ସର ଇତ୍ୟାଦି ଲଗାଇଥିଲେ ସାବଧାନ। ଏବେ କମିଶନରେଟ ଟ୍ରାଫିକ ପୋଲିସ ସ୍କାନରରେ ଏସବୁ ବାଇକ ଚାଳକ।
ରାଜଧାନୀ ଭୁବନେଶ୍ୱରରେ ୫୦ କିଲୋମିଟରରୁ ଅଧିକ ବେଗରେ ଗାଡି ଚଳାଇଲେ ଦେବାକୁ ପଡିବ ୭ ହଜାର ଟଙ୍କାର ଜରିମାନା । ବାରମ୍ବାର ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ଲାଇସେନ୍ସ ।