• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସାନ ସିନା ହେଲେ ଦାନ ତା ମହାନ୍‌ । ସିଏ ଏମିତି କାମ କରିଛନ୍ତି ଯାହାକୁ କରିବାକୁ ବଡ ଲୋକଟିଏ ବି ଶହେଥର ଭାବିବ । ହେଲେ କୁନି ଝିଅଟି ଥରକେ ନିଷ୍ପତ୍ତି ନେଲା, କ୍ୟାନସର ରୋଗୀଙ୍କୁ ସାହାଯ୍ୟ କରିବ...କେଶ ଦାନ କରିବ । ଆଉ ଝିଅର ନିଷ୍ପତ୍ତିକୁ ନେଇ ପରିବାରଠୁ ସ୍କୁଲ...ଗାଁଠୁ ସହର ସବୁଠି କରାଯାଉଛି ପ୍ରଶଂସା ।

ବଲାଙ୍ଗୀର ଟିଟିଲଗଡ ଶାସ୍ତ୍ରୀ ନଗର ପଡ଼ାରେ ରହୁଥିବା ୧୨ ବର୍ଷର ଝିଅ ଦକ୍ଷିତା ମହାପାତ୍ର । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତମ ଶ୍ରେଣୀର ଛାତ୍ରୀ ସିଏ । ସ୍କୁଲରେ ଭଲ ପଢୁଥିବାରୁ ସମସ୍ତଙ୍କର ସିଏ ପ୍ରିୟ । ଦିନେ ମାଆଙ୍କ ସହିତ ଡ଼ାକ୍ତର ଦେବବ୍ରତ ସାହୁଙ୍କ ପାଖକୁ ଏକ କାମ ପାଇଁ ଯାଇଥିଲେ । ଆଉ ସେତିକି ବେଳେ ଡାକ୍ତରଙ୍କ ଚାମ୍ବରରେ ଲାଗିଥିବା ଏକ ପ୍ରମାଣ ପତ୍ର ଉପରେ ଆଖି ପଡେ କୁନି ଝିଅର । କାହିଁକି ? କେମିତି ସେହି ପ୍ରମାଣପତ୍ର ମିଳିପାରିବ ସେନେଇ ସବୁ କଥା ଡାକ୍ତରଙ୍କୁ ପଚାରି ବୁଝିବା ପରେ ନିଜେ କ୍ୟାନସର ରୋଗୀଙ୍କୁ କେଶଦାନ କରିବାକୁ ନିଷ୍ପତ୍ତି ନେଲେ ।

କର୍କଟ ରୋଗୀଙ୍କ ମୁହଁରେ କେମିତି ହସ ଫୁଟିବ ? ସବୁବେଳେ ସେହି କଥା ଚିନ୍ତା କରିବା ସହିତ ରୋଗୀମାନେ ଖୁସିରେ ରହିଲେ ଔଷଧ ଭଲରେ କାମ କରିବ ବୋଲି କହିଛନ୍ତି ଦକ୍ଷିତା । ତେବେ ନିୟମ ଅନୁସାରେ, କେଶ ଦାନ କରିବା ପୂର୍ବରୁ କେଶକୁ ପ୍ରାୟ ୧୩ ଇଞ୍ଚ ଲମ୍ବ କରିବା ପାଇଁ ପଡ଼ିଥାଏ । ତେବେ ଦକ୍ଷିତା ତାଙ୍କ କେଶ ମଧ୍ୟ କେଶକୁ ୧୩ ଇଞ୍ଚ ଲମ୍ବ କରିବା ପରେ ମୁମ୍ବାଇ ସ୍ଥିତ ମଦତ୍ ଚାରିଟେବୁଲ ଟ୍ରଷ୍ଟକୁ ପୋଷ୍ଟାଲ ଜରିଆରେ ପଠାଇଛନ୍ତି ନିଜର କେଶ । ଯାହାକୁ ନେଇ ଏବେ ଅଂଚଳରେ ତାଙ୍କୁ ନେଇ ବଢିଛି ଚର୍ଚ୍ଚା ।

ଆମେ ଅନେକ ସମୟରେ ଦେଖିଛନ୍ତି କ୍ୟାନସର ରୋଗୀମାନେ କେମୋ ନେବା ପରେ କେଶ ଝଡିବା ସମସ୍ୟା ଦେଖାଯାଏ । ହେଲେ କୁନି ବୟସରେ ଦକ୍ଷିତା ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ନିଶ୍ଚୟ ପ୍ରଶଂସା ଯୋଗ୍ୟ ।

(ଟିଟିଲାଗଡରୁ ଅବିନାଶ ନନ୍ଦଙ୍କ ରିପୋର୍ଟ)