Advertisment

ସାବଧାନ ! ଗାଡ଼ିରେ ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର ଲଗାଇଛନ୍ତି କି ? ଏଥର ଫାଇନ୍‌ ନୁହେଁ, ସିଧା କୋର୍ଟ ଚାଲାଣ...

ବିକଟାଳ ଶବ୍ଦ, ମଝିରେ ମଝିରେ ବୋମା ଫୁଟିଲା ପରି ଶବ୍ଦ, ଭଁ ଭାଁ କରି ରାସ୍ତାରେ ସାପ ଖେଳିଲା ଭଳି ବାଇକ ଚଲାଇବା, ସାଇଲେନ୍ସର କାଢି ଢୋ ଢା ଶବ୍ଦ କରୁଥିବା ସାଇଲେନ୍ସର ଇତ୍ୟାଦି ଲଗାଇଥିଲେ ସାବଧାନ। ଏବେ କମିଶନରେଟ ଟ୍ରାଫିକ ପୋଲିସ ସ୍କାନରରେ ଏସବୁ ବାଇକ ଚାଳକ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Modified Silencer Challan In Odisha

Bike Riders Beware

ସାବଧାନ ବାଇକ ଚାଳକ ! ବିକଟାଳ ଶବ୍ଦ, ମଝିରେ ମଝିରେ ବୋମା ଫୁଟିଲା ପରି ଶବ୍ଦ, ଭଁ ଭାଁ କରି ରାସ୍ତାରେ ସାପ ଖେଳିଲା ଭଳି ବାଇକ ଚଲାଇବା, ସାଇଲେନ୍ସର କାଢି ଢୋ ଢା ଶବ୍ଦ କରୁଥିବା ସାଇଲେନ୍ସର ଇତ୍ୟାଦି ଲଗାଇଥିଲେ ସାବଧାନ। ଏବେ କମିଶନରେଟ ଟ୍ରାଫିକ ପୋଲିସ ସ୍କାନରରେ ଏସବୁ ବାଇକ ଚାଳକ। ଏଥର ଆଉ ଫାଇନ୍ ନୁହେଁ, ସିଧା କୋର୍ଟ ଚାଲାଣ। ରାସ୍ତାରେ ଏସବୁ ବାଇକକୁ ଗୋଡ଼ାଇ ଗୋଡ଼ାଇ ଧରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି କଡ଼ା ନିର୍ଦ୍ଦେଶ ବଳରେ ଏବେ ରାଜଧାନୀ ରାଜରାସ୍ତାରେ ଶବ୍ଦ ପ୍ରଦୁଷଣକାରୀ ବାଇକକୁ ଖୋଜୁଛି ପୋଲିସ।

Advertisment

ଭୁବନେଶ୍ୱରରେ ଶବ୍ଦ ପ୍ରଦୃଷଣ କରି ଉଚ୍ଚ ଶବ୍ଦକାରୀ ସାଇଲେନ୍ସର ଲଗାଇ ବୁଲୁଥିବା ୬୦ ବୁଲେଟକୁ ପୋଲିସ ଜବତ କରିଛି। ଏହାସହ ସମସ୍ତ ବାଇକ ଚାଳକଙ୍କୁ ନୋଟିସ ମଧ୍ୟ କରାଯାଇଛି। ଏପରିକି ଯେଉଁ ଦୋକାନୀ ସାଇଲେନ୍ସର ବିକ୍ରି କରୁଛନ୍ତି, ସେମାନଙ୍କ ଉପରେ ମଧ୍ୟ ଖୁବଶୀଘ୍ର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Advertisment

ସେପଟ ଜବତ ବାଇକ ନେବାକୁ ଆସି ନିରାଶ ହୋଇଛନ୍ତି ବାଇକ ଚାଳକ।  ଟ୍ରାଫିକ ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ଶବ୍ଦ ପ୍ରଦୁଷଣକାରୀ ବାଇକ ଚାଳକଙ୍କ ମୁଣ୍ଡରେ ବୁଦ୍ଧି ପଶିଛି। ଆଉ ଏମିତି ଭୁଲ୍‌ ହେବ ନାହିଁ ବୋଲି ବାଇକ ଚାଳକ କହିଛନ୍ତି। ହାତରେ କମ୍ପାନୀ ସାଇଲେନ୍ସର ମଧ୍ୟ ଧରି ଆସିଛନ୍ତି । ଶବ୍ଦକାରୀ ସାଇଲେନ୍ସର ବାହାର କରି କମ୍ପାନୀ ସାଇଲେନ୍ସର ଲଗାଇବେ ବୋଲି ସେମାନେ କହିଛନ୍ତି ।

ଅନ୍ୟପକ୍ଷେ, କେତେକ ବାଇକ ଚାଳକଙ୍କ ଅଭିଯୋଗ, କେବଳ ବୁଲେଟ୍ କାହିଁକି ? ଉଚ୍ଚ ଶବ୍ଦ କରି ରାସ୍ତାରେ ଯାଉଥିବା ସୁପର ବାଇକ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ? ଏନେଇ ଟ୍ରାଫିକ ଏସିପି କହିଛନ୍ତି, ଖୁବଶୀଘ୍ର ସୁପର ବାଇକ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ।

Challan
Advertisment
Advertisment