• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଖାଦ୍ୟ ଓ କୃଷି ସଂଗଠନ ଏବଂ ମିଳିତ ଜାତିସଂଘ ମିଲେଟ୍‌ର ସ୍ୱାସ୍ଥ୍ୟ ଓ ପୃଷ୍ଟିକର ଉପକାରିତା ବିଷୟରେ ସଚେତନତା ପାଇଁ ୨୦୨୩ ମସିହାରୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ କିମ୍ବା ଇଣ୍ଟରନ୍ୟାସନାଲ ଇୟର ଅଫ୍‌ ମିଲେଟ୍ସ (IYN2023) ଭାବରେ ସ୍ୱୀକୃତି ଦେଇଛି । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବେ ପାଳନ କରିବାକୁ ଭାରତ ସରକାର ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ ଡିଏଭି ପବ୍ଲିକ୍‌ ସ୍କୁଲ ପୋଖରୀପୁଟ୍‌ରେ ଷଷ୍ଠ ଓ ସପ୍ତମଶ୍ରେଣୀର ନିରୀକ୍ଷିକା ସ୍ମରଣୀକା ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ‘ଦ ମ୍ୟାଜିକ୍‌ ଅଫ୍‌ ମିଲେଟ୍‌’ ପ୍ରଶିକ୍ଷଣ କର୍ମଶାଳା ଅଭିଭାବକଙ୍କ ନିମନ୍ତେ ଆୟୋଜିତ ହୋଇଯାଇଛି ।

ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଆଜିର ସମାଜରେ ବିଦ୍ୟାର୍ଥୀଙ୍କ ପାଇଁ ସୁଷମ ଖାଦ୍ୟର ମହତ୍ୱ ଉପରେ ଆଲୋକପାତ କରିଥିଲେ । ବିଶିଷ୍ଟ ଖ୍ୟାତନାମା ମାଷ୍ଟର ସେଫ୍‌ ବିଶ୍ୱଜିତ୍‌ ମହାରଥୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶତାଧିକ ଅଭିଭାବକଙ୍କୁ ମାଣ୍ଡିଆ, ବାଜରା, ଯଅ, ଛତୁ ଆଦିର ଉପକାରିତାକୁ ଦର୍ଶାଇଥିଲେ ।

କେବଳ ଏତିକି ନୁହେଁ ବରଂ ଏହାକୁ କିପରି ରୋଷେଇ କରି ବିଦ୍ୟାର୍ଥୀଙ୍କୁ ଦେଲେ ସେମାନେ ଆଗ୍ରହର ସହ ଖାଇବେ ଓ ତାଙ୍କର ଶାରୀରିକ ମାନସିକ କ୍ଷେତ୍ରରେ ବିକାଶ ହେବ ତାହାର ଉଦାହରଣ ଦେଇଥିଲେ । ଏହି ପ୍ରାଚୀନ ଶସ୍ୟର ବହୁମୁଖିତା ଏବଂ ଉପକାରିତା ପ୍ରଦର୍ଶନ କରି ସେ ଦୁଇଟି ଭୋଜନକାରୀ ମିଲେଟ୍‌ ଆଧାରିତ ଖାଦ୍ୟ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ କେବଳ ରନ୍ଧନ ଅନୁସନ୍ଧାନ ପାଇଁ ଏକ ପ୍ଲାର୍ଟଫର୍ମ ଭାବରେ କାର୍ଯ୍ୟକରିନଥିଲା । ବରଂ ସାମ୍ପ୍ରତିକ ପରିସ୍ଥିତି ଓ ପରିବେଶକୁ ଆଧାର କରି ବାପା-ମାଆ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସୁଷମ ଖାଦ୍ୟର ଉପକାରିତା ସହ ସ୍ୱାସ୍ଥ୍ୟ ସଚେତନତା ଉପରେ ପ୍ରଶିକ୍ଷଣ କରିବା ଉପରେ ଧ୍ୟାନ ଦିଆଯାଇଥିଲା ।